ଦିନକ ପୂର୍ବରୁ ସରିଲା ମୌସୁମୀ ଅଧିବେଶନ: ମନମର୍ଜି କଲା ଶାସକ ଦଳ, ବିରୋଧୀ ଶକ୍ତିହୀନ

୨୨ତାରିଖରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନରେ ଗୃହ ମୋଟ ୭ଦିନ ବସିଛି । ଏହି ଅଧିବେଶନରେ ମୋଟ ୧୩ଟି ବିଲ୍ ପାରିତ ହୋଇଛି ।

Odisha Assembly

ଓଡ଼ିଶା ବିଧାନ ସୌଧ

Ordigital Desk
  • Published: Tuesday, 03 October 2023
  • Updated: 03 October 2023, 09:57 PM IST

Sports

Latest News

ବିଧାନସଭାର ମୌସୁମୀ ଅଧିବେଶନ ଆଜି ଧାର୍ଯ୍ୟ କାର୍ଯ୍ୟସୂଚୀର ଦିନକ ପୂର୍ବରୁ ଶେଷ ହୋଇଛି । ଶାସକ ବିଜେଡି ନିଜର ସଂଖ୍ୟାବଳରେ ଗୃହକୁ ସମ୍ପୂର୍ଣ୍ଣ ଭାବେ ନିଜ କବଜାରେ ରଖି ମନମର୍ଜି କରିଥିବାବେଳେ ବିରୋଧୀ ଦଳର ସ୍ୱର ସରକାରଙ୍କୁ ବିଶେଷ ପ୍ରଭାବିତ କରିପାରିନି । ଯେଉଁଥିପାଇଁ ୭ଦିନର କାର୍ଯ୍ୟଦିବସରେ  ବିରୋଧୀଙ୍କ କୌଣସି ଗୋଟିଏ ବି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ସମ୍ଭବପର ହୋଇପାରିନି କି ପୂର୍ଣ୍ଣାଙ୍ଗ ଶୂନ୍ୟକାଳ ଚାଲିବା ମଧ୍ୟ ସମ୍ଭବପର ହୋଇନି । ବିରୋଧୀଙ୍କ ହଟ୍ଟଗୋଳକୁ ଗୁରୁତ୍ୱ ନଦେଇ ସରକାର ଗୃହରେ ବ୍ୟୟମଞ୍ଜୁରୀ ବିଲ୍ ସମେତ ମୋଟ ୧୩ଟି ବିଲ୍ ପାରିତ କରାଇ ନେଇଛନ୍ତି । ଆଉ ଫାଇଭ-ଟି ସଚିବଙ୍କ ବିରୁଦ୍ଧରେ ବିରୋଧୀ ଦଳର ଅଭିଯୋଗ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ଶାଣିତ ପ୍ରତିକ୍ରିୟା ରଖି ବିରୋଧୀ ଦଳଙ୍କୁ ଜନବିରୋଧୀ ବୋଲି କହିବାକୁ ପଛାଇ ନଥିଲେ । ଏପରିକି ଶେଷଦିନରେ ଶ୍ରଦ୍ଧା ତାଙ୍କର ଫିଜିଓଥେରାପିଷ୍ଟ ବୋଲି କହି ଗୃହର ମୂଲ୍ୟବାନ ସମୟକୁ ଲୋକଙ୍କ ସ୍ୱାର୍ଥସମ୍ବଳିତ ବିତର୍କ ପାଇଁ ଉପଯୋଗ କରିବାକୁ ବିରୋଧୀଙ୍କୁ ପରାମର୍ଶ ଦେବାକୁ ପଛାଇ ନାହାନ୍ତି ।

ଆଜି ଶେଷଦିନରେ ଗୃହରେ ବିରୋଧୀ ଦଳର ହଟ୍ଟଗୋଳ ଯୋଗୁ ପ୍ରଥମାର୍ଦ୍ଧରେ ପ୍ରଶ୍ନକାଳ, ଶୂନ୍ୟକାଳ କିମ୍ବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ସମ୍ଭବପର ହୋଇନଥିଲା । ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । ତେବେ ଦ୍ୱିତୀୟାର୍ଦ୍ଧରେ ଗୃହରେ ଅଚଳାବସ୍ଥା ଜାରି ରହିବାରୁ ବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ ରଖିଥିଲେ । ତେବେ ବିରୋଧୀ ଦଳର ହଟ୍ଟଗୋଳ ମଧ୍ୟରେ ଗୃହରେ ୨୮୨୦୦କୋଟି ଟଙ୍କାର ଅତିରିକ୍ତ ବଜେଟକୁ ପାରିତ କରିବା ପାଇଁ ବ୍ୟୟମଞ୍ଜୁରୀ ବିଲକୁ ସରକାର ପାରିତ କରାଇନେଇଥିଲେ । ଆଉ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମଧ୍ୟ ଶ୍ରଦ୍ଧା ପ୍ରସଙ୍ଗରେ ଗୃହରେ ବିବୃତ୍ତି ରଖିଥିଲେ । ଶ୍ରଦ୍ଧା ଜଣେ ଫିଜିଓଥେରାପିଷ୍ଟ ଓ ତାଙ୍କର ଯତ୍ନ ନେବା ପାଇଁ ଭଉଣୀ ଗୀତା ମେହେଟ୍ଟା ପଠାଇଥିଲେ । ତାଙ୍କୁ କୌଣସି ସରକାରୀ କ୍ୱାର୍ଟର ଆବଂଟନ ହୋଇନି କିମ୍ବା ତାଙ୍କର ଗସ୍ତ ଖର୍ଚ୍ଚ ଓଡ଼ିଶା ସରକାର ଦେଉନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ବିଧାନସଭା ସଚିବାଳୟରୁ ମିଳିଥିବା ତଥ୍ୟ ଅନୁସାରେ, ୨୨ତାରିଖରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନରେ ଗୃହ ମୋଟ ୭ଦିନ ବସିଛି । ଏହି ଅଧିବେଶନରେ ମୋଟ ୧୩ଟି ବିଲ୍ ପାରିତ ହୋଇଛି । ଆପାର୍ଟମେଂଟ ମାଲିକାନା ବିଲଠୁ ଆରମ୍ଭ କରି ଜମି ଅଧିଗ୍ରହଣ ବିଲ୍ ପର୍ଯ୍ୟନ୍ତ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ଚଳିତ ଅଧିବେଶନରେ ପାରିତ ହୋଇଛି । ୪ଟି ବିଭାଗର ଅତିରିକ୍ତ ଖର୍ଚ୍ଚଦାବି ଉପରେ ଆଲୋଚନା ହୋଇଛି । ତେବେ ଗୃହରେ କୌଣସି ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇପାରିନି କି ଶୂନ୍ୟକାଳ ସମ୍ପୂର୍ଣ୍ଣ ଚାଲିପାରିନି । ଚଳିତ ଅଧିବେଶନ ଓଡ଼ିଶା ବିଧାନସଭାରେ ପ୍ରଥମ ମହିଳା ବାଚସ୍ପତିଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା । ପ୍ରମିଳା ମଲ୍ଲିକ ବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲେ । ସେହିପରି ବାଚସ୍ପତିଙ୍କ ଉପରକୁ ଡାଲି ଫିଙ୍ଗିବା ଅଭିଯୋଗରେ ଦୁଇଜଣ ବିଜେପି ବିଧାୟକ ମୋହନ ଚରଣ ମାଝୀ ଓ ମୁକେଶ ମହାଲିଙ୍ଗଙ୍କୁ ଅଧିବେଶନ ଶେଷ ପର୍ଯ୍ୟନ୍ତ ନିଲମ୍ବନ ହେବାକୁ ପଡ଼ିଥିଲା । ଗୃହ ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୪ତାରିଖ ପର୍ଯ୍ୟନ୍ତ ଚାଲିବା ନେଇ କାର୍ଯ୍ୟସୂଚୀ ଥିଲା । ତେବେ ଦିନକ ପୂର୍ବରୁ ଗୃହକୁ ବାଚସ୍ପତି ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ।

Also Read

ବିଧାନସଭାର ମୌସୁମୀ ଅଧିବେଶନକୁ ଶାସକ ଦଳ ସମ୍ପୂର୍ଣ୍ଣ ଭାବେ ନିଜର ପ୍ରଭାବ ବିସ୍ତାର କରି ରଖିଥିଲା । ନିଜ ବ୍ୟକ୍ତିଗତ ସଚିବଙ୍କ ସପକ୍ଷରେ ସ୍ପଷ୍ଟୀକରଣ ରଖିବା ଓ ବିରୋଧୀଙ୍କୁ ସମାଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଧାନସଭାକୁ ବାଛିଥିଲେ । ମୁଖ୍ୟମନ୍ତ୍ରୀ ବିଧାନସଭାରେ ବିରୋଧୀଙ୍କୁ ଶାଣିତ ସମାଲୋଚନା କରିଥିବାବେଳେ ଶାସକ ଦଳର ସଭ୍ୟମାନେ ମଧ୍ୟ ବିରୋଧୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିବାକୁ ପଛାଇ ନଥିଲା । ବିରୋଧୀ ଦଳ ସଭ୍ୟମାନେ ନିଜର କଥା ରଖିବାକୁ ସୁଯୋଗ ମଧ୍ୟ ପାଉନଥିବା ଅଭିଯୋଗ କରିଥିଲେ । ଯେଉଁଥିପାଇଁ ବିରୋଧୀ ସଦସ୍ୟ ବିଧାନସଭାରେ ଶକ୍ତିହୀନ ହୋଇପଡ଼ିଥିଲେ । ବିରୋଧୀଙ୍କ ହଟ୍ଟଗୋଳ ଭିତରେ ସରକାର ନିଜର ବିଲ୍ ପାରିତ କରିବା ସହ ବିଭିନ୍ନ କମିଟି ରିପୋର୍ଟ ଉପସ୍ଥାପନ କରିବାରେ ସକ୍ଷମ ହୋଇଥିଲେ ।

ଅନ୍ୟପକ୍ଷରେ ଗୃହକୁ ଆଜି ବନ୍ଦ କରିଦିଆଯିବାକୁ ନେଇ ବିରୋଧୀ ଦଳ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି । ବିରୋଧୀ ଦଳ ନେତା କହିଛନ୍ତି ଯେ, ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଉପାୟରେ ଗୃହକୁ ବନ୍ଦ କରିଦେଇଛନ୍ତି । ଏହି ବିଧାନସଭାରେ ଯାହା ସବୁ ଆଲୋଚନା ହେବା କଥା ତାହା ହେଲାନି । ବିରୋଧୀ ଦଳ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଥିଲା, କିନ୍ତୁ ସେସବୁ ଶୁଣିଲେ ନାହିଁ । ଅଗଣତାନ୍ତ୍ରିକ ଭାବେ ଦୁଇ ଜଣ ବିଧାୟକଙ୍କୁ ନିଲମ୍ବନ କରାଗଲା । ଗୃହରେ କିଛି ଆଲୋଚନା କରିବାର ସୁଯୋଗ ଦିଆଗଲାନି । ହଜାର ହଜାର  ଶିକ୍ଷକ, ଡାକ୍ତର, ସରପଂଚ, ଆଶାକର୍ମୀ, ଗାଁ ସାଥୀ, ଅଙ୍ଗନୱାଡ଼ି ଓ ପାଚିକା ଆଦିଙ୍କ ସମ୍ପର୍କରେ ଆଲୋଚନା ହୋଇପାରିଲାନି । ଗଣତନ୍ତ୍ରକୁ ଆଖିଠାର ମାରି ବିଧାନସଭାକୁ ବନ୍ଦ କରିଦିଆଗଲା । ସର୍ବଦଳୀୟ ବୈଠକରେ ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ନିଷ୍ପତ୍ତି ନିଆଯିବା ସତ୍ତ୍ୱେ ଶାସକ ଦଳ ଗୃହକୁ ଅଚଳ କରିଦେଲା । ଏଭଳି ଅଗଣତାନ୍ତ୍ରିକ କାର୍ଯ୍ୟରେ ବିଜେଡି ସମ୍ପୃକ୍ତ ଥିବାରୁ ଏହାକୁ ନିନ୍ଦା କରୁଛୁ । ଏ ଦଳକୁ କିଏ, ସରକାରକୁ କିଏ ବିଧାନସଭାକୁ କିଏ ଚଳାଉଛି ତାହା ସବୁଠୁ ବଡ଼ ପ୍ରଶ୍ନ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story