Advertisment

ନୂଆ ସରକାରକୁ ମାସେ ବିତିଲା, ନିଯୁକ୍ତ ହେଲେନି ଆଡଭୋକେଟ୍ ଜେନେରାଲ

ଚର୍ଚ୍ଚା ବଢୁଥିବାରୁ ସରକାର ଖୁବ ଶୀଘ୍ର ଆଡଭୋକେଟ୍ ଜେନେରାଲଙ୍କୁ ନିଯୁକ୍ତ କରିପାରନ୍ତି। ତେବେ କେଉଁ ନାଁ ଉପରେ ସରକାର ମୋହର ମାରୁଛନ୍ତି ତାକୁ ଅପେକ୍ଷା।

author-image
Biswajit Samal
undefined

Loka Seva Bhavan

କିଏ ହେବେ ନୂଆ ସରକାରରେ ଆଡଭୋକେଟ୍ ଜେନେରାଲ? ମୋହନ ସରକାରକୁ ମାସେ ବିତିଥିଲେ ବି ଏଜି ପଦବୀ ଏବେ ବି ଖାଲି। ଯାହାକୁ ନେଇ ପାୱାର କରିଡରରେ ଚର୍ଚ୍ଚା। ବିରୋଧୀ ଉଠାଇଲେ ପ୍ରଶ୍ନ। ଏପଟେ ସରକାରୀ ସ୍ତରରେ ଏନେଇ ଆରମ୍ଭ ହୋଇଛି କସରତ। ରେସରେ ଆଗରେ ଅଛନ୍ତି ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ।

Advertisment

ନିର୍ବାଚନ ପୂର୍ବରୁ ପୀତାମ୍ବର ଦଳ ପାଇଁ ଅନେକ ପ୍ରସଙ୍ଗରେ ଆଇନଗତ ଲଢେଇ ଲଢି ବଳ ଯୋଗାଇଛନ୍ତି। ସେହିପରି ୨୦୧୯ରେ ବିଜେପି ଟିକଟରେ ହିଞ୍ଜିଳିରୁ ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢିଥିଲେ। ଅପରପକ୍ଷେ ଆଉଜଣେ ବରିଷ୍ଠ ଆଇନଜୀବୀ ମାନସ ମହାପାତ୍ରଙ୍କ ନାଁ ବି ଚର୍ଚ୍ଚାରେ। ସେହିପରି ଅନୁପ ବସୁଙ୍କ ନାଁ କୁ ନେଇ ବି ଚର୍ଚ୍ଚା ଜୋର ଧରିଛି। ତେବେ ଚୁଡ଼ାନ୍ତ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କ ହାତରେ। ଅପରପକ୍ଷେ ବିଳମ୍ବିତ ପ୍ରକ୍ରିୟାକୁ ନେଇ ବିରୋଧୀ ବିଜେଡି ଶାସକ ଦଳକୁ କଡ଼ା ସମାଲୋଚନା କରିଥିବାବେଳେ ବିଜେପି କହିଛି ଠିକ୍ ସମୟରେ ନିଷ୍ପତ୍ତି ନିଆଯିବ।

ଏହି ସାମ୍ବିଧାନିକ ପଦ ସରକାରଙ୍କ ଅନୁମୋଦନକ୍ରମେ ରାଜ୍ୟପାଳ ନିଯୁକ୍ତି ଦେଇଥାନ୍ତି। ବରିଷ୍ଠ ଆଇନଜୀବୀଙ୍କ ମତ ହେଲା ଆଡଭୋକେଟ ଜେନେରାଲ ହେଉଛନ୍ତି ସରକାରଙ୍କ ପ୍ରଥମ ପରାମର୍ଶଦାତା। ବିଧାନସଭାରେ ସାମ୍ବିଧାନିକ ସଂକଟ ଦେଖାଦେଲେ ସେ ମଧ୍ୟ ଅଂଶ ଗ୍ରହଣ କରିପାରିବେ। ମାସେ ଏହି ପଦବି ଖାଲି ପଡ଼ିବା ଦ୍ୱାରା ନ୍ୟାୟିକ ପଦ୍ଧତିରେ ବାଧା ସୃଷ୍ଟି ହୋଇଛି। ତେବେ ଯିଏ ସରକାରଙ୍କ ଅନୁଗତ ସହିତ ଅନୁଭବୀ ଓ ପାରଦର୍ଶୀ ସଂପନ୍ନ ଆଇନଜୀବୀଙ୍କୁ ନିଯୁକ୍ତି ଦେଇଥାନ୍ତି ସରକାର। ନୂଆ ସରକାର ଖୁବ ଶୀଘ୍ର ଏହି ସାମ୍ବିଧାନିକ ପଦବି ପୂରଣ କରିବେ ବୋଲି ଓଡ଼ିଶା ବାର କାଉନସିଲ୍ ଆଶା ରଖିଛି।

Advertisment

ଚର୍ଚ୍ଚା ବଢୁଥିବାରୁ ସରକାର ଖୁବ ଶୀଘ୍ର ଆଡଭୋକେଟ୍ ଜେନେରାଲଙ୍କୁ ନିଯୁକ୍ତ କରିପାରନ୍ତି। ତେବେ କେଉଁ ନାଁ ଉପରେ ସରକାର ମୋହର ମାରୁଛନ୍ତି ତାକୁ ଅପେକ୍ଷା।

Bjp