Advertisment

Mood of the Nation 2024: ହିନ୍ଦୀ ବେଲ୍ଟରେ ଉଡ଼ିବ ବିଜେପି ବାନା

ହିନ୍ଦୀ ହାର୍ଟଲ୍ୟାଣ୍ଡକୁ କିଏ କରିବ କବ୍‌ଜା, କ'ଣ କହୁଛି ସର୍ଭେ ଜାଣନ୍ତୁ।

author-image
Madhupriya Mistry
ଅଦ୍ୟତନ ହୋଇଛି
BJP Flag

BJP Flag

ଆଉ ଦୁଇ ମାସ ପରେ ପଡିବ ଲୋକସଭା ନିର୍ବାଚନୀ ଭୋଟ୍‌। ତେବେ ଏଥର ମଧ୍ୟ ହିନ୍ଦୀ ବେଲ୍ଟକୁ କବ୍‌ଜା କରିବ ବିଜେପି। ହିନ୍ଦୀ ବେଲ୍ଟ ତଥା ହିନ୍ଦୀ ହାର୍ଟଲ୍ୟାଣ୍ଡ କୁହାଯାଉଥିବା ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ଉଡିବ ବିଜେପି ବାନା। ଚାରିଆଡେ ଫୁଟିବ ପଦ୍ମ। ଇଣ୍ଡିଆ ଟୁଡେ ସି-ଭୋଟର୍‌ର ମୁଡ୍‌ ଅଫ୍‌ ଦି ନେସନ୍‌ ସର୍ଭେରେ ଏଭଳି କିଛି ଆକଳନ କରାଯାଇଛି।

Advertisment

ରାଜସ୍ଥାନରେ କିଏ କରିବ ରାଜ?

ସର୍ଭେ ଅନୁସାରେ, ରାଜସ୍ଥାନ ବିଧାନସଭା ନିର୍ବାଚନରେ ବମ୍ପର ବିଜୟ ହାସଲ କରିଥିବା ବିଜେପି ଏଥର ଲୋକସଭା ନିର୍ବାଚନରେ ମାରିବ ହ୍ୟାଟ୍ରିକ୍‌। କ୍ଲିନ୍‌ ସ୍ୱିପ୍‌ କରିବ ବିଜେପି। ରାଜସ୍ଥାନର ସମସ୍ତ ୨୫ଟି ଆସନରେ ବିଜେପି ରାଜ କରିବ। ସେହିପରି କଂଗ୍ରେସକୁ ଏଥର ପୁଣିଥରେ ନିରାଶ ହେବାକୁ ପଡିପାରେ।

ମୁଡ୍‌ ଅଫ୍‌ ଦି ନେସନର ସର୍ଭେ ମୁତାବକ, ରାଜସ୍ଥାନରେ ବିଜେପିକୁ ୫୮.୬ % ଭୋଟ୍‌ ମିଳବ। ସେହିପରି କଂଗ୍ରେସ ଖାତାକୁ ପ୍ରାୟ ୩୫ ପ୍ରତିଶତ ଭୋଟ ଯାଇପାରେ। ସେହିପରି ଅନ୍ୟମାନଙ୍କ ଖାତାକୁ ୬% ଭୋଟ୍‌ ଯାଇପାରେ।

Advertisment

୨୦୧୯ ଲୋକସଭା ନିର୍ବାଚନରେ ବିଜେପି ରାଜସ୍ଥାନର ୨୫ଟି ଆସନରୁ ୨୪ଟି କବ୍‌ଜା କରିଥିଲା। ସେତେବେଳେ ଏନ୍‌ଡିଏ ସହ ମେଣ୍ଟ କରିଥିବା ଆର୍‌ଏଲ୍‌ଡିର ହନୁମାନ ବେନିବାଲ ଗୋଟିଏ ଆସନରେ ବିଜୟୀ ହୋଇଥିଲେ।

ମଧ୍ୟପ୍ରଦେଶରେ କାହାକୁ କେତେ ମିଳିବ ସିଟ୍‌?

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ରେକର୍ଡ ବିଜୟ ହାସଲ କରିଥିବା ବିଜେପି ଲୋକସଭା ନିର୍ବାଚନରେ ମଧ୍ୟ ନିଜ ଜଲଓ୍ୱା ଜାରି ରଖିବ। ସିଭୋଟର୍‌ ସର୍ଭେ ମୁତାବକ, ମଧ୍ୟପ୍ରଦେଶର ମୋଟ ୨୯ଟି ଆସନରୁ ବିଜେପି ୨୭ଟି ଅକ୍ତିଆର କରିବ। ସେହିପରି ଗତ ନିର୍ବାଚନରେ କଂଗ୍ରେସକୁ ଯେଉଁଠି ଗୋଟିଏ ସିଟ୍‌ ମିଳିଥିଲା,ଚଳିତ ନିର୍ବାଚନରେ ୨ଟି ସିଟ୍‌ ମିଳିପାରେ ବୋଲି ଆକଳନ କରାଯାଇଛି। ୨୦୧୯ ନିର୍ବାଚନରେ କମଲନାଥଙ୍କ ଗଡ଼ ଚିନ୍ଦଓ୍ୱାଡାରେ କେବଳ କଂଗ୍ରେସ ଜିତିପାରିଥିଲା।

ଭୋଟ୍‌ ସେୟାର ମାମଲାରେ ମଧ୍ୟପ୍ରଦେଶରେ ବିଜେପି କଂଗ୍ରେସ ଠାରୁ ଢ଼େର୍‌ ଆଗରେ ରହିଛି। ସର୍ଭେ ମୁତାବକ, ଯଦି ଏବେ ଲୋକସଭା ନିର୍ବାଚନ କରାଯାଏ ତେବେ ବିଜେପିକୁ ମଧ୍ୟପ୍ରଦେଶରେ ୫୮.୨% ଭୋଟ୍‌ ମିଳିବ। ସେହିପରି କଂଗ୍ରେସକୁ ୩୮.୨% ଭୋଟ୍‌ ମିଳିବା ସମ୍ଭାବନା ରହିଛି। ଅନ୍ୟମାନଙ୍କୁ ୩.୭% ଭୋଟ୍ ମିଳିପାରେ।

କିଏ ଛଡ଼ାଇ ନେବ ଛତିଶଗଡ଼?

ଚଳିତ ଲୋକସଭା ନିର୍ବାଚନରେ କିଏ ଛଡ଼ାଇ ନେବ ଛତିଶଗଡ। ଇଣ୍ଡିଆ ଟୁଡେ କରିଥିବା ମୁଡ୍‌ ଅଫ୍‌ ଦି ନେସନ ସର୍ଭେ ରିପୋର୍ଟ ମୁତାବକ, ଏଠାରେ ମଧ୍ୟ କ୍ଲିନ୍‌ ସ୍ୱିପ୍ କରିବ ବିଜେପି। ରାଜ୍ୟର ମୋଟ ୧୧ଟି ଆସନରୁ ୧୦ଟି ଆସନରେ ବିଜେପି ଜିତିବ। ସେହିପରି କଂଗ୍ରେସକୁ କେବଳ ଗୋଟିଏ ସିଟ୍‌ରେ ସନ୍ତୁଷ୍ଟ ହେବାକୁ ପଡିବ।

ଏଥର ନିର୍ବାଚନରେ ବିଜେପିର ଭୋଟ ସଖ୍ୟା ବୃଦ୍ଧି ପାଇ ୫୩.୯% ରେ ପହଞ୍ଚିବ। ସେହିପରି କଂଗ୍ରେସ ଖାତାକୁ ୩୮.୨ % ଭୋଟ୍‌ ମିଳିବ। ଅନ୍ୟମାନଙ୍କ ଖାତାକୁ ୭ରୁ ୮% ଭୋଟ୍ ଯାଇପାରେ ବୋଲି ସର୍ଭେ ରିପୋର୍ଟରେ ଆକଳନ କରାଯାଇଛି।

୨୦୧୯ ନିର୍ବାଚନରେ ଛତିଶଗଡର ୧୧ଟି ଆସନରୁ ବିଜେପି ୯ଟି ଆସନରେ ଜିତିଥିଲା। କଂଗ୍ରେସ ଖାତାକୁ ମାତ୍ର ଯାଇଥିଲା ଦୁଇଟି ଆସନ।

ଚଳିତ ଲୋକସଭା ନିର୍ବାଚନରେ ବିଜେପି ଅତି କମ୍‌ରେ ୩୭୦ଟି ଆସନରେ ଜିତିବ ଓ ଏନ୍‌ଡିଏ ମେଣ୍ଟ ୪୦୦ ପାର୍‌ କରିବ ବୋଲି ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାବି କରିଥିଲେ। ତାଙ୍କର ଏହି ଦାବି ପରେ ପ୍ରଥମଥର ପାଇଁ ଦେଶବ୍ୟାପୀ ସର୍ଭେ ସାମ୍ନାକୁ ଆସିଛି। ଏହି ସର୍ଭେରେ ୨୦୨୪ ଲୋକସଭା ନିର୍ବାଚନ ଫଳାଫଳକୁ ନେଇ ଆକଳନ କରାଯାଇଛି।

Chhattisgarh Rajasthan Madhya Pradesh Loka Sabha Election 2024 Mood Of The Nation