କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ଗତି କୁଆଡ଼େ ? କଂଗ୍ରେସରେ ବହୁଦିନ ଧରି ଅସନ୍ତୁଷ୍ଟ ଥିବା ଚର୍ଚ୍ଚାରେ ରହି ଆସିଛନ୍ତି ମୋକିମ। ବର୍ତ୍ତମାନ କଂଗ୍ରେସର ନୂତନ ତାଲିକା ପ୍ରକାଶ ପାଇଛି। ତାଲିକାକୁ ନେଇ କ’ଣ ରହିଛି ମୋକିମଙ୍କ ପ୍ରତିକ୍ରିୟା ? ଆମକୁ ଏକ ସାକ୍ଷାତକାର ଦେବା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବଙ୍କୁ ପ୍ରଶଂସା କରିଥିବା ବେଳେ ନବୀନଙ୍କ ଉଦ୍ଦେଶ୍ୟରେ କ’ଣ କହିଲେ, ଦେଖନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଶାଶୁଘର ଗଲେ ପତ୍ନୀ, ଜେଲ ଗଲେ ସ୍ୱାମୀ
ପ୍ରେମ କରି ଫସିଗଲେ ନା ଚକ୍ରାନ୍ତ କରି ଫସାଇଦେଲେ? ପତ୍ନୀ ଗଲେ ଶାଶୁଘର, ସ୍ୱାମୀ ଗଲେ ଜେଲ। ଗିରଫ ସ୍ୱାମୀ କହିଲେ, ମୁଁ କେବଳ ତାଙ୍କ ସହ କଥା ହୋଇଛି।
Odisha
ପାଣି ପାଇଁ ଲମ୍ବା ଲାଇନ୍
ଗୋଟିଏ ନଳକୂପକୁ ୧୦୦ ପରିବାର। ପାଣି ମୁନ୍ଦାଏ ପାଇଁ ଗରା ବାଲଟି ଧରି ଲାଗିଛି ଲମ୍ବା ଲାଇନି। ଗୋଟିଏ ଗରା କିମ୍ବା ବାଲଟିଏ ପାଣି ପାଇଁ ଡହଡହ ଖରାରେ ଛିଡାକୁ ହେବାକୁ ପଡୁଛି ଘଣ୍ଟା ଘଣ୍ଟା।
Odisha
ଓଡ଼ିଶାରେ ମାଫିଆ ସରକାର
ଝାରସୁଗୁଡ଼ାରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଜୋରଦାର କ୍ୟାମ୍ପେନିଂ। ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ପ୍ରଚାର ଲାଗି ଲଇକେରା ଓ କୋଲାବିରାରେ ଆୟୋଜିତ ବିଶାଳ ଜନସମାବେଶକୁ ଉଦବୋଧନ ଦେଇଥିଲେ ବୈଜୟନ୍ତ। ଏହି ଅବସରରେ ରାଜ୍ୟ ସରକାରଙ୍କୁ କରିଥିଲେ ଶାଣିତ ଆକ୍ରମଣ। ରାଜ୍ୟରେ ବିଗିଡ଼ି ଯାଇଥିବା ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ସିଧାସଲଖ ଟାର୍ଗେଟ କରିଥିଲେ। ଓଡ଼ିଶାରେ ଚାଲିଛି ଗୁଣ୍ଡାରାଜ ଶାସନ, ସରକାରରେ ବସିଛନ୍ତି ମାଫିଆ। ରାଜ୍ୟରେ ବଢ଼ିଛି ମହିଳା ବିରୋଧୀ ହିଂସା, ଆଉ ଏଠି ଖୋଦ ମନ୍ତ୍ରୀ ବି ସୁରକ୍ଷିତ ନୁହଁନ୍ତି ବୋଲି ବୈଜୟନ୍ତ କହିଥିଲେ।
Odisha
‘ଭୋଟ ଦେଇ ମର୍ଡର ପାଇଁ ମୌକା ଦିଅ ନାହିଁ’
ମନ୍ତ୍ରୀଙ୍କୁ ପୋଲିସ ଗୁଳି କରି ହତ୍ୟା କରିଦେଲା। କାହିଁକି ହତ୍ୟା କଲା ଜଣାନାହିଁ। ତେଣୁ ବିଜେଡିକୁ ଭୋଟ ଦେଇ ଆଉ ଗୋଟେ ମର୍ଡର ପାଇଁ ମୌକା ଦିଅନାହିଁ ବୋଲି ଝାରସୁଗୁଡ଼ାବାସୀଙ୍କୁ କହିଲେ ସାଂସଦ ଜୁଏଲ ଓରାମ।