Advertisment

ବିଜେପିରେ ଯୋଗଦେଲେ ୧୦୦ରୁ ଅଧିକ କଂଗ୍ରେସ ନେତା

ଏମାନଙ୍କ ମଧ୍ୟରେ ଶିବପୁରୀର ପୂର୍ବତନ ବିଧାୟକ ହରିବଲ୍ଲଭ ଶୁକ୍ଳା ଓ ଅନ୍ୟ ସ୍ଥାନୀୟ ନେତା ରହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ଉପସ୍ଥିତିରେ ଏମାନେ ସମସ୍ତେ ପଦ୍ମ ଧରିଛନ୍ତି।

author-image
Hemant Lenka
BJP

BJP

ଦେଶରେ ଲୋକସଭା ନିର୍ବାଚନ ଚାଲିଥିବା ବେଳେ କଂଗ୍ରେସ ନେତା ଓ କର୍ମୀଙ୍କ ଦଳ ବଦଳ ରାଜନୀତି ଜାରି ରହିଛି। ଏହିକ୍ରମରେ ଆଜି ମଧ୍ୟପ୍ରଦେଶ କଂଗ୍ରେସର ୧୦୦ରୁ ଅଧିକ ନେତା ଓ କର୍ମୀ ଶାସକ ବିଜେପିରେ ସାମିଲ ହୋଇଛନ୍ତି।

Advertisment

ଏମାନଙ୍କ ମଧ୍ୟରେ ଶିବପୁରୀର ପୂର୍ବତନ ବିଧାୟକ ହରିବଲ୍ଲଭ ଶୁକ୍ଳା ଓ ଅନ୍ୟ ସ୍ଥାନୀୟ ନେତା ରହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ଉପସ୍ଥିତିରେ ଏମାନେ ସମସ୍ତେ ପଦ୍ମ ଧରିଛନ୍ତି।

ଦିନକ ତଳେ ମଧ୍ୟପ୍ରଦେଶର ୬ଟି ଲୋକସଭା ଆସନ ପାଇଁ ମତଦାନ ହୋଇଥିଲା। ଏହାର ଦିନକ ପରେ କଂଗ୍ରେସ ନେତା ଓ କର୍ମୀମାନେ ଏପରି ପଦକ୍ଷେପ ନେଇଛନ୍ତି।

Advertisment

ଶୁକ୍ଳା ଓ ତାଙ୍କ ସମର୍ଥକମାନେ ବିଜେପିରେ ସାମିଲ ହେବା ପରେ ମଧ୍ୟପ୍ରଦେଶ କଂଗ୍ରେସ ମୁଖ୍ୟ ଜିତୁ ପଟୱାରିଙ୍କ ମିଡିଆ ପରାମର୍ଶଦାତା କେକେ ମିଶ୍ରା କହିଛନ୍ତି, ପୂର୍ବତନ ବିଧାୟକ ଓ ତାଙ୍କ ସମର୍ଥକ ଦଳ ଛାଡ଼ିଥିଲେ ମଧ୍ୟ ଏହାର ପ୍ରଭାବ କଂଗ୍ରେସ ଉପରେ ପଡ଼ିବ ନାହିଁ।

ଯେଉଁମାନେ ଯେଉଁମାନେ ବିଜେପିରେ ଯୋଗ ଦେଇଛନ୍ତି, ସେମାନେ ନିଜର ରାଜନୀତିକ ମା’ ସହ ଧୋକା କରିଛନ୍ତି। ସେମାନେ ସବୁ କିଛି ପାଇଥିଲେ। ହେଲେ ଦଳକୁ ଦେବାର ସମୟ ଆସିବା ବେଳେ ଓ ବିଭେଦ ସୃଷ୍ଟି କରୁଥିବା ଫୋର୍ସ ବିରୋଧରେ ଲଢ଼େଇ କରିବାର ସମୟରେ ସେମାନେ ପିଠି ଦେଖାଇ ଚାଲି ଯାଇଛନ୍ତି। ଟଙ୍କା ଓ ବାହୁବଳ ଆଗରେ ସେମାନେ ହାର ମାନିଛନ୍ତି। ଏହି ଧୋକା ବାଜଙ୍କୁ କେବେ ହେଲେ ଇତିହାସ କ୍ଷମା କରିବ ନାହିଁ ବୋଲି ସେ କହିଛନ୍ତି।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଛନ୍ତି। ସମସ୍ତେ ମିଳିତ ଭାବେ ଗୋଟିଏ ଲକ୍ଷ୍ୟ ନେଇ କାମ କରିବେ ବୋଲି ମଧ୍ୟ ସେ କହିଛନ୍ତି।

Bjp Congress Madhya Pradesh