Advertisment

ବିଜେଡିରେ ଶହେରୁ ଊର୍ଦ୍ଧ୍ୱ ବିଭୀଷଣ ଅଛନ୍ତି: ପୃଥ୍ୱୀରାଜ ହରିଚନ୍ଦନ

‘ବିଜେଡି ବିଧାୟକମାନେ ବିଜେପି ସମ୍ପର୍କରେ ଥିବା କଥାରେ ସତ୍ୟତା ଅଛି। ରାବଣର ସାମ୍ରାଜ୍ୟକୁ ଶେଷ କରିବା ପାଇଁ ଜଣେ ବିଭୀଷଣର ଆବଶ୍ୟକତା ଥିଲା।’

ଅଦ୍ୟତନ ହୋଇଛି
BJP

BJD

Advertisment

ବିଜେଡିରେ ଶହେରୁ ଊର୍ଦ୍ଧ୍ୱ ବିଭୀଷଣ ଅଛନ୍ତି। ଯେଉଁମାନେ ରାବଣରାଜ ଶେଷ କରିବାକୁ ଚାହୁଁଛନ୍ତି, ସେମାନେ ବିଜେପି ସହ ଅଛନ୍ତି। ଆଜି ଏପରି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ। ତେବେ କିଏ ସେହି ବିଭୀଷଣ ସେନେଇ କିଛି କହି ନାହାନ୍ତି ହରିଚନ୍ଦନ।

Advertisment

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ହରିଚନ୍ଦନ କହିଛନ୍ତି, ବିଜେଡି ବିଧାୟକମାନେ ବିଜେପି ସମ୍ପର୍କରେ ଥିବା କଥାରେ ସତ୍ୟତା ଅଛି। ରାବଣର ସାମ୍ରାଜ୍ୟକୁ ଶେଷ କରିବା ପାଇଁ ଜଣେ ବିଭୀଷଣର ଆବଶ୍ୟକତା ଥିଲା। ଏବେ ବିଜେଡି ଓ ରାଜ୍ୟ ସରକାରରେ ଭ୍ରଷ୍ଟାଚାର, ଅନାଚାର ଏବଂ ଏକଛତ୍ରବାଦ ଚାଲିଛି। ଏହାକୁ ଶେଷ କରିବା ପାଇଁ ବିଜେଡିରେ ଶହେରୁ ଊର୍ଦ୍ଧ୍ୱ ବିଭୀଷଣ ହୋଇ ବିଭିନ୍ନ ନେତୃତ୍ୱ ବାହାରିବେ। ଧର୍ମର ସାଥ ଦେବେ। ତାହାର ପରିଣାମ ଆଗାମୀ ଦିନରେ ଓଡ଼ିଶା ରାଜନୀତି ଦେଖିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ସେ ଆହୁରି କହିଛନ୍ତି, ରାଜ୍ୟ ସଭାପତିଙ୍କ କଥାରେ ପୂରା ସତ୍ୟତା ଅଛି। ବିଜେଡିର ଶହେ ପ୍ରତିଶତ ନେତୃତ୍ୱ ଛାଡ଼ିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ଅଛନ୍ତି। କାହାକୁ ବିଜେପି ନେବ, ତାହା ସମୟ ଉପରେ ନିର୍ଭର କରୁଛି। ବିଜେଡିରେ ଅସନ୍ତୋଷ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆଗାମୀ ଦିନରେ ନୂଆ ଉଦାହରଣ ସୃଷ୍ଟି ହେବ। ବିଜେଡିର ଯେଉଁ ନେତାମାନେ ରାବଣ ରାଜ୍ୟକୁ ଶେଷ କରିବାକୁ ଚାହୁଁଛନ୍ତି, ସେମାନେ ସମସ୍ତେ ବିଜେପି ସହ ଜଡିତ ଅଛନ୍ତି ବୋଲି ହରିଚନ୍ଦନ କହିଛନ୍ତି।

Advertisment

Odisha BjD Bjp State Bjp Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe