Advertisment

ଓଡ଼ିଶାର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ ହେବା ପରେ କ’ଣ ଫାଇଦା ମିଳିବ? ଆୟୁଷ୍ମାନ ଭାରତ ଯୋଜନାରେ ଜଣେ ହିତାଧିକାରୀ ସାରା ଦେଶରେ ପ୍ରାୟ ୩୦ ହଜାର ମେଡିକାଲରୁ ମାଗଣା ଚିକିତ୍ସା ସୁବିଧା ପାଇପାରିବେ।

author-image
Manoranjan Sial
ଅଦ୍ୟତନ ହୋଇଛି
Narendra Modi

Narendra Modi

ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶା ସାମିଲ ହେବା ପରେ ରାଜ୍ୟର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୋଶାଲ୍‌ ମିଡିଆ ‘X’ ରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଏହା ବାସ୍ତବରେ ଏକ ବିଡ଼ମ୍ବନା ଯେ ଓଡ଼ିଶାର ମୋର ଭଉଣୀ ଓ ଭାଇମାନେ ପୂର୍ବ ସରକାର ଦ୍ୱାରା ଆୟୁଷ୍ମାନ ଭାରତର ଲାଭରୁ ବଞ୍ଚିତ ହୋଇଥିଲେ। ଏହି ଯୋଜନା ଉଚ୍ଚ ମାନର ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବ। ଏହା ବିଶେଷ କରି ଓଡ଼ିଶାର ନାରୀ ଶକ୍ତି ଓ ବୟସ୍କମାନଙ୍କୁ ଲାଭାନ୍ୱିତ କରିବ ବୋଲି ପ୍ରଧାନମନ୍ତ୍ରୀ ଲେଖିଛନ୍ତି।

Advertisment

ଓଡ଼ିଶାକୁ ମିଳିଲା ବହୁ ପ୍ରତୀକ୍ଷିତ ଆୟୁଷ୍ମାନ ଭାରତ ଯୋଜନା। ଖୁବ୍‌ ଶୀଘ୍ର BSKY ବଦଳରେ ମିଳିବ ନୂଆ କାର୍ଡ। ଦିଲ୍ଲୀରେ କେନ୍ଦ୍ର ଓ ରାଜ୍ୟ ଭିତରେ ସ୍ୱାକ୍ଷର ହୋଇଛି MOU। ବିଜ୍ଞାନ ଭବନରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଉପସ୍ଥିତିରେ ସ୍ୱାକ୍ଷରିତ ହୋଇଛି ଏମ୍ଓୟୁ। ରାଜ୍ୟର ପ୍ରାୟ ୧ କୋଟି ପରିବାରର ସାଢେ ୩ କୋଟି ଲୋକ ଏହି ଯୋଜନାରେ ଉପକୃତ ହେବେ। ରାଜ୍ୟ ଯୋଜନା ଗୋପବନ୍ଧୁ ଜନଆରୋଗ୍ୟ ଓ କେନ୍ଦ୍ରର ଆୟୁଷ୍ମାନ ଭାରତ ମିଶି ଗୋଟିଏ କାର୍ଡ ଦିଆଯିବ। ଆଜି ଏମ୍‌ଓୟୁ ହୋଇଥିବା ବେଳେ କାର୍ଡ ତିଆରି ଓ ବାଣ୍ଟିବା ପରେ ଫେବ୍ରୁଆରୀ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।

Advertisment

ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ ହେବା ପରେ କ’ଣ ଫାଇଦା ମିଳିବ? ଆୟୁଷ୍ମାନ ଭାରତ ଯୋଜନାରେ ଜଣେ ହିତାଧିକାରୀ ସାରା ଦେଶରେ ପ୍ରାୟ ୩୦ ହଜାର ମେଡିକାଲରୁ ମାଗଣା ଚିକିତ୍ସା ସୁବିଧା ପାଇପାରିବେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାତ୍ର ୯୫୭ ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ପାଉଥିଲା। ଏହାସହ ଆୟୁଷ୍ମାନ ଭାରତରେ ୧୯୪୯ ପ୍ରକାର ମେଡିକାଲ ସେବା ସହ ମେଡିକାଲରୁ ଡିସାର୍ଜ ହେବା ପରର ୧୫ ଦିନ ପର୍ଯ୍ୟନ୍ତ ମଧ୍ୟ ମେଡିସିନ ସୁବିଧା ରହିଛି। ଓଡ଼ିଶାରେ ଯଦି ଉଭୟ ଯୋଜନା ମିଶି ହୁଏ ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ୬୭ ଲକ୍ଷ ଓ ଆୟୁଷ୍ମାନ ଭାରତରେ ୩୩ ଲକ୍ଷ ପରିବାର ରହିବେ। ଆୟୁଷ୍ମାନ ଭାରତରେ ମହିଳା ହିତାଧିକାରୀଙ୍କ ପାଇଁ ୧୦ ଲକ୍ଷ ଏବଂ ପୁରୁଷ ହିତାଧିକାରୀଙ୍କ ପାଇଁ ୫ ଲକ୍ଷ ସ୍ୱାସ୍ଥ୍ୟବୀମା ରହିବ। ଯୋଜନା ଲାଗୁ ହେବା ପରେ ଚିକିତ୍ସା ଅପେକ୍ଷାରେ ଥିବା ଅନେକ ରୋଗୀ ଖୁସି ବ୍ୟକ୍ତି କରିଛନ୍ତି।

ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀଙ୍କ ବାରମ୍ବାର ଅନୁରୋଧ ପରେ ମଧ୍ୟ ଆୟୁଷ୍ମାନ ଭାରତକୁ ଲାଗୁ କରାଉନଥିଲେ ତତକାଳୀନ ବିଜେଡି ସରକାର। ଯେଉଁଥିପାଇଁ ଏହାକୁ ଲାଗୁ କରିବା ନେଇ ମଧ୍ୟ ବିଜେପି ତା’ର ନିର୍ବାଚନ ଇସ୍ତାହାରରେ ରଖିଥିଲା। ସେପଟେ ଓଡ଼ିଶା ଆୟୁଷ୍ମାନ ଭାରତ ଗ୍ରହଣ କରିବା ପରେ ଏବେ କେବଳ ପଶ୍ଚିମବଙ୍ଗ ଓ ଦିଲ୍ଲୀ ଏହି ଯୋଜନା ଗ୍ରହଣ କରିନଥିବା ତାଲିକାରେ ରହିଲେ।

ଓଡ଼ିଶାରେ ‘ଆୟୁଷ୍ମାନ’ ଲାଗୁ MOU ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସେ ସୋଶାଲ୍‌ ମିଡିଆ ‘X’ ରେ ଲେଖିଛନ୍ତି, ମୋଦୀଙ୍କ ଗ୍ୟାରେଣ୍ଟିମାନେ ପ୍ରତିଶ୍ରୁତି ପୂରଣ ହେବାର ଗ୍ୟାରେଣ୍ଟି। ଦୀର୍ଘ ବର୍ଷ ଧରି ଓଡ଼ିଶାର ଜନସାଧାରଣ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରୁ ବଞ୍ଚିତ ଥିଲେ। ଭାରତୀୟ ଜନତା ପାର୍ଟିର ଡ଼ବଲ ଇଞ୍ଜିନ ସରକାର ଆସିଲା ପରେ ଆଜି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର କାର୍ଯ୍ୟକାରୀ ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି। ଓଡ଼ିଶାର ୩ କୋଟିରୁ ଅଧିକ ଜନସାଧାରଣ ଏହି ଯୋଜନା ମାଧ୍ୟମରେ ଉପକୃତ ହେବେ। ଧନ୍ୟବାଦ ଯଶସ୍ଵୀ ପ୍ରଧାନମନ୍ତ୍ରୀ ବୋଲି ଶ୍ରୀ ପଣ୍ଡା ଲେଖିଛନ୍ତି।

Bjp Narendra Modi PM Modi Ayushman Bharat