Advertisment

‘ପାଣ୍ଡିଆନ ପ୍ରୋଜେକ୍ଟ ନାଁରେ ରାଜ୍ୟରେ ଚାଲିଛି ଜମି ହଡ଼ପ, ଆଗକୁ ହେବ ପ୍ରତିବାଦ’

ଭୁବନେଶ୍ୱରରୁ ୧୫ କିମି ଦୂରରେ ଏହି ଜମି ହଡପ ପ୍ରୋଜେକ୍ଟ ଚାଲିଛି। ଭୁବନେଶ୍ୱର ଉପକଣ୍ଠ ଭଗବତୀପୁର ଓ ଗିରିଙ୍ଗାଘାଟ ମୌଜାରେ ୧୫୦ ଏକର ଜମି ଜବରଦଖଲ ହୋଇଛି।

ଅଦ୍ୟତନ ହୋଇଛି
Aparajita Sarangi

Aparajita Sarangi

Advertisment

‘ପାଣ୍ଡିଆନ ପ୍ରୋଜେକ୍ଟ ନାଁରେ ରାଜ୍ୟରେ ଚାଲିଛି ଜମି ହଡ଼ପ। ରାଜ୍ୟର ସବୁ ଅଞ୍ଚଳରେ ଯେଉଁ ଜମି ଦୁର୍ନୀତି ହେଉଛି, ଏହା ପଛରେ ପ୍ରଭାବଶାଳୀ ଲୋକମାନଙ୍କର ହାତ ରହିଛି। ଯେଉଁ ମାନଙ୍କର ଲିଙ୍କ୍ ତୃତୀୟ ମହଲାର ଜଣେ ଅଧିକାରୀଙ୍କ ସହ ରହିଛି।’ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।

Advertisment

ସେ କହିଛନ୍ତି, ରାଜ୍ୟରେ ପାଣ୍ଡିଆନ ପ୍ରୋଜେକ୍ଟ ନାଁରେ ଜମି ହଡପ ଚାଲିଛି। ଜଣେ ସରକାରୀ ଅଧିକାରୀ ଯିଏ ଶାସନ ବ୍ୟବସ୍ଥା ହାଇଜାକ୍ କରିଛନ୍ତି, ଏ ହେଉଛି ତାଙ୍କର ଆଉ ଏକ ରୂପ। ଭୁବନେଶ୍ୱରରୁ ୧୫ କିମି ଦୂରରେ ଏହି ଜମି ହଡ଼ପ ପ୍ରୋଜେକ୍ଟ ଚାଲିଛି। ଭୁବନେଶ୍ୱର ଉପକଣ୍ଠ ଭଗବତୀପୁର ଓ ଗିରିଙ୍ଗାଘାଟ ମୌଜାରେ ୧୫୦ ଏକର ଜମି ଜବରଦଖଲ ହୋଇଛି। ତାରା ବାଡ଼ ଦେଇ କି ଏହାକୁ ଘେରାବନ୍ଦୀ କରାଯାଇଛି। ଭଗବତୀପୁର ମୌଜା, ଗିରିଙ୍ଗାଘାଟ ମୌଜାରେ ୧୫୦ ଏକର ଜମିରେ ବିଳାସପୂର୍ଣ୍ଣ ଫାର୍ମ ହାଉସ୍ ହୋଇଛି। ସେସବୁ ଅନାବାଦୀ, ଜଙ୍ଗଲ ଏବଂ ଦେବ ଜମି।

ଏହାସହ କିଛି ବ୍ୟକ୍ତିଗତ ଜମି ଥିବା ବେଳେ ହାଲ କର୍ମଚାରୀ ସଂଘର ୨୫ ଏକର ଜମି ବି ସେହି ଜବରଦଖଲ ଭିତରେ ରହିଛି। ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ମହିଳା ଶ୍ରୀମତୀ କିରୁଥିକା ପ୍ରଭାକରନ ତାଙ୍କ କଂପାନୀ ତ୍ରିବେଣୀ ଆର୍ଥମୁଭରସ୍ ଏହି ଜମି ଜବରଦଖଲ କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଅପରାଜିତା।

Advertisment

ସେ ଆହୁରି କହିଛନ୍ତି, କେନାଲକୁ ବି ବନ୍ଦ କରି ପୋତି ଦେଇଛନ୍ତି କିରୁଥିକା ପ୍ରଭାକରନ। ୩୦୦ ଚାଷୀ ପରିବାରଙ୍କ ଜମି ବି ହଡ଼ପ କରିଛନ୍ତି। ୩୦୦ ଚାଷୀ ଏହି ଜମିରେ ଚାଷ କରି ପରିବାର ପୋଷଣ କରୁଥିଲେ। ଏବେ ସେମାନେ ଖାଇବାକୁ ପାଉନାହାନ୍ତି। ଏନେଇ ଲୋକେ ବାରମ୍ବାର ଅଭିଯୋଗ କଲେଣି। ହେଲେ ଅଭିଯୋଗ କଲେ ଅଧିକାରୀ କହୁଛନ୍ତି, ଏଇଟା ପାଣ୍ଡିଆନ ପ୍ରୋଜେକ୍ଟ ଚାଲିଛି। କୌଣସି ସରକାରୀ କର୍ମଚାରୀ କିଛି କହିପାରିବେନି। ଏଇଟା ଓଡ଼ିଶା ରାଜ୍ୟ। ଏହା ତାମିଲନାଡୁ ନୁହେଁ।

ଅପରାଜିତା କହିଛନ୍ତି, ଶ୍ରୀମତୀ କିରୁଥିକା ପ୍ରଭାକରନ ଭଗବତୀପୁର ଓ ଗିରିଙ୍ଗାଘାଟ ମୌଜାରେ ଖାଲି ଜବରଦଖଲ କରିନାହାନ୍ତି, ସେ ବାପୁଜୀ ନଗର, ଚନ୍ଦ୍ରଶେଖରପୁର ଓ ନିଆଳି ଓଲଟପୁରରେ ବି ଜାଗା ନେଇଛନ୍ତି। ମାଇନିଂ ପଇସା ଲଗେଇକି ତୃତୀୟ ମହଲା ଜଣେ କର୍ମଚାରୀଙ୍କ ନାଁ ନେଇ ଲୋକଙ୍କୁ ଚାପି ଅଧିକାରୀଙ୍କୁ ଡରେଇ ଜମି ହଡପ କରୁଛନ୍ତି। ଏନେଇ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି। ହେଲେ ଚିଠି ପାଇବା ପରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ରଖିବେ କି ସେଥିରେ ସରକାରୀ ଅଧିକାରୀଙ୍କ ସଂପୃକ୍ତି ନାହିଁ। କିରୁଥିକା ପ୍ରଭାକରନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସାହସ ଅଛି କି? ଏସବୁ ପ୍ରଶ୍ନର ଉତ୍ତର ନ ରଖିଲେ ଆଗକୁ ପ୍ରତିବାଦ ହେବ।  

ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ କିମ୍ବା କିରୁଥିକା ପ୍ରଭାକରନଙ୍କ ପ୍ରତିକ୍ରିୟା ମିଳିପାରିନି।

State Bjp MP Aparajita Sarangi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe