Advertisment

ମୁଖ୍ୟମନ୍ତ୍ରୀ ଡିବେଟ୍‌ ପାଇଁ ରାଜି ହେଲେନି; ଏହାର ଅର୍ଥ କ’ଣ ହେଲା?

ଅପରାଜିତା କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା ଶୁଣିବା ପରେ ଡିବେଟ୍‌ ପାଇଁ ଡାକିଥିଲି। ଗତ ୫ ବର୍ଷରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଯେଉଁ ସବୁ ବିକାଶ ମୂଳକ କାର୍ଯ୍ୟ କରିଛି, ତାକୁ ନେଇ ଡିବେଟ୍‌ ପାଇଁ ନିବେଦନ କରିଥିଲି।

author-image
Manoranjan Sial
BJP

BJP

୪୮ ଘଣ୍ଟା ବିତିଗଲା। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମାଣ ଦେଲେନାହିଁ। ଡିବେଟ୍‌ ପାଇଁ ରାଜି ହେଲେନି। ଡିବେଟ୍‌ ପାଇଁ କେଉଁଠିକି ଯିବି କହିଲେ ନାହିଁ। ଏହାର ଅର୍ଥ କ’ଣ କହୁଛି ବୋଲି ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରଶ୍ନ କରିଛନ୍ତି। ଖାଲି ସେତିକି ନୁହେଁ, ଆଜି ଅପରାଜିତା ଗତ ୫ ବର୍ଷର ହିସାବ ଦେବା ସହିତ ମୁଖ୍ୟମନ୍ତ୍ରୀ ଓ ତାଙ୍କ କୋଟେରୀ ଗୋଷ୍ଠୀଙ୍କୁ ସମାଲୋଚନା କରିଛନ୍ତି।

Advertisment

ଅପରାଜିତା କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା ଶୁଣିବା ପରେ ଡିବେଟ୍‌ ପାଇଁ ଡାକିଥିଲି। ଗତ ୫ ବର୍ଷରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଯେଉଁ ସବୁ ବିକାଶ ମୂଳକ କାର୍ଯ୍ୟ କରିଛି, ତାକୁ ନେଇ ଡିବେଟ୍‌ ପାଇଁ ନିବେଦନ କରିଥିଲି। ସେଥିପାଇଁ ତିଥି, ସମୟ ଓ ସ୍ଥାନ କେଉଁଠି କହିବାକୁ ଅନୁରୋଧ କରିଥିଲି। ଆପଣ(ମୁଖ୍ୟମନ୍ତ୍ରୀ)ଙ୍କ ସମୟ ଅନୁସାରେ ମୁଁ ଯିବି ବୋଲି କହିଥିଲି। ହେଲେ ମୁଖ୍ୟମନ୍ତ୍ରୀ ଡିବେଟ୍‌ ପାଇଁ ରାଜି ହେଲେନି। ଏହାର ଅର୍ଥ କ’ଣ ହେଲା? କ’ଣ ପାଇଁ ସେ ରାଜି ହେଲେନି। ନିର୍ବାଚନ ପୂର୍ବରୁ ତର୍କ କରିଥିଲେ ଭଲ ହୋଇଥାଆନ୍ତି। ହେଲେ ନିର୍ବାଚନ ପରେ ମଧ୍ୟ ତର୍କ କରିବା ପାଇଁ ମୁଁ ରାଜି ଅଛି ବୋଲି ଅପରାଜିତା କହିଛନ୍ତି।

ସେ ଆହୁରି କହିଛନ୍ତି, ଗତ ୫ ବର୍ଷରେ ମୁଁ ସମସ୍ତଙ୍କୁ ଧରି ପରିଶ୍ରମ କରିଛି। ଯେଉଁ କାମ କରିଛି, ତା’ର ରିପୋର୍ଟ କାର୍ଡ ପ୍ରତିବର୍ଷ ଦେଇଛି। ରାଜ୍ୟର କୋଣ ଅନୁକୋଣରେ ରହୁଥିବା ଲୋକ ଏହି ରିପୋର୍ଟ କାର୍ଡ ପାଇଛନ୍ତି। ଏବେ ସେହି ରିପୋର୍ଟ କାର୍ଡ ପବ୍ଲିକ ଡୋମେନ୍‌ରେ ରହିଛି। ଯିଏ ଚାହିଁବେ ଦେଖିପାରି। ହେଲେ ଆଶ୍ଚର୍ଯ୍ୟର କଥା, ସେହି ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀ ପଢ଼ି ନାହାନ୍ତି। ତେବେ ଏଠି ପ୍ରଶ୍ନ କରିବାକୁ ଯାଉଛି, ବିଜେଡିର ୧୨ ଜଣ ଏମ୍‌ପିଙ୍କ ଭିତରୁ କେତେ ଜଣ ରିପୋର୍ଟ କାର୍ଡ ଦେଇଛନ୍ତି? ଯଦି ଦେଇଛନ୍ତି, ତାହା ହେଲେ ସର୍ବଜନିନ କରାଯାଉ ବୋଲି ଅପରାଜିତା କହିଛନ୍ତି।

Advertisment

ସୂଚନାରୁ ପ୍ରକାଶ, ଭୁବନେଶ୍ୱର ସାଂସଦଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜାରି କରିଥିଲେ। ଯେଉଁଥିରେ ସେ ଅପରାଜିତାଙ୍କ ୫ ବର୍ଷ କାମର ହିସାବ ମାଗଥିଲେ। ଏଥିସହ ମହାପ୍ରଭୁ ଲିଙ୍ଗରାଜ ମନ୍ଦିରର ବିକାଶ ମୂଳକ କାମକୁ ବିରୋଧ କରଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଭିଡିଓ ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଡିବେଟ୍‌ ପାଇଁ ଡାକିଥିଲେ ଅପରାଜିତା ଷଡଙ୍ଗୀ।

Bjp State Bjp Naveen Patnaik Aparajita Sarangi General Election 2024 General Election