Advertisment

ଡେଡଲାଇନ୍‌ ସୁଦ୍ଧା ଜବରଦଖଲମୁକ୍ତ ହେଲାନି କେନାଲ, ପୁଣି ଥରେ ଗର୍ଜିଲେ ଅପରାଜିତା

ଆସନ୍ତା ୩ ଦିନ ସମୟ ମଧ୍ୟରେ ମାଟି ତାଡ଼ି କେନାଲ ଖୋଳା ନ ଗଲେ ୧୧ ତାରିଖରେ ସମଗ୍ର ଅଞ୍ଚଳବାସୀ କେନାଲ ଖୋଳି ଦେବେ ବୋଲି ଚେତାବନୀ ଦେଇଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।

author-image
Niharika Rout
canal

canal

ମାଟି ତାଡ଼ି କେନାଲ ସଫା କରିବାକୁ ରାଜ୍ୟ ସରକାରଙ୍କୁ ମାତ୍ର ୩ ଦିନ ସମୟ ଦେଇଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଏହାପରେ ରାଜ୍ୟ ସରକାରଙ୍କ ଚେତା ପଶିବା ସହ ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଯେଉଁ କାମ ୨ ବର୍ଷ ହେବ ହୋଇ ପାରୁ ନ ଥିଲା ତାହାକୁ କରିବାକୁ ଦେଖା ଦେଇଥିବା ତତ୍ପରତା ପୁଣି ଥରେ ଥଣ୍ଡା ପଡ଼ିଗଲା। ୮ ଦିନ ପରେ ବି ପରିସ୍ଥିତି ଯାହାକୁ ତାହା। ତେଣୁ ଆସନ୍ତା ୩ ଦିନ ସମୟ ମଧ୍ୟରେ ମାଟି ତାଡ଼ି କେନାଲ ଖୋଳା ନ ଗଲେ ୧୧ ତାରିଖରେ ସମଗ୍ର ଅଞ୍ଚଳବାସୀ କେନାଲ ଖୋଳି ଦେବେ ବୋଲି ଚେତାବନୀ ଦେଇଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।

Advertisment

ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଅଞ୍ଚଳରେ ଥିବା ଡେରାସ୍ ଡ୍ୟାମର କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ଅବରୋଧ କରାଯାଇଥିବା ନେଇ ଭୁବନେଶ୍ୱର ସାଂସଦଙ୍କ ନିକଟରେ ବହୁ ପୂର୍ବରୁ ଅଭିଯୋଗ ହୋଇଥିଲା। ଏପରିକି ମାଟି ପକାଇ କେନାଲକୁ ପୋତା ଯାଇଥିବା କହିଥିଲେ ଗ୍ରାମବାସୀ। । ଏହାଦ୍ୱାରା ୪ ଶହ ଏକର ଜମି ଜଳସେଚନରୁ ବଞ୍ଚିତ ହୋଇଥିବା ସ୍ଥାନୀୟ ଚାଷୀ ଅଭିଯୋଗ କରିଥିଲେ।

ଜଣେ ପ୍ରଭାବଶାଳୀ ମହିଳା ରାଜ୍ୟ ସରକାରଙ୍କ ଜଣେ ଉଚ୍ଚପଦସ୍ଥ କର୍ମଚାରୀଙ୍କ ଦ୍ୱାରା ଲୋକଙ୍କ ସମଗ୍ର ଅଞ୍ଚଳକୁ ପୋତି ଦେଇଥିବା ଅଭିଯୋଗ ହୋଇଥିଲା । ଫଳରେ ଚାଷୀମାନେ ନିଜ ଅଧିକାରରୁ ବଞ୍ଚିତ ହେଉଥିବା ଜଣାଇଥିଲେ ।

Advertisment

ଏହାପରେ ଗତ ୭ ତାରିଖରେ  ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଉକ୍ତ ଅଞ୍ଚଳକୁ ଯାଇଥିବା ବେଳେ ସମସ୍ତଙ୍କ ସାମନାରେ ମାଟି ଖୋଳା ଯାଇଥିଲା। ଫଳରେ ତାହା ତଳେ କଂକ୍ରିଟ ଚ୍ୟାନେଲର ସନ୍ଧାନ ମିଳିଥିଲା। ତେଣୁ ଚାଷୀଙ୍କ ସାମୁହିକ ସ୍ୱାର୍ଥ ଦୃଷ୍ଟିରୁ ଆସନ୍ତା ୩ ଦିନ ମଧ୍ୟରେ ଉକ୍ତ କେନାଲ ଉପରୁ ସମସ୍ତ ମାଟି ହଟାଇବାକୁ ସୂଚାଇ ଦେଇଥିଲେ ସାଂସଦ ଷଡଙ୍ଗୀ। ନଚେତ ଅଞ୍ଚଳର ଚାଷୀମାନେ ୧୧ ତାରିଖରେ ଉକ୍ତ ଡ୍ୟାମ ଉପରୁ ମାଟିକୁ ଖୋଳି ଦେବେ ବୋଲି ଚେତାବନୀ ଦେଇଥିଲେ ଅପରାଜିତା ଷଡଙ୍ଗୀ।

ପ୍ରାୟ ଦୁଇବର୍ଷ ପରେ କେନାଲ ଜବରଦଖଲ ହୋଇଥିବା କଥାକୁ  ସ୍ୱୀକାର କରିଥିଲେ ରାଜ୍ୟ ସରକାର । ଏଥିସହ କାହିଁକି ୨ବର୍ଷ ଧରି କେନାଲରୁ ବେଆଇନ ଜବରଦଖଲ ଉଚ୍ଛେଦ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଇନଥିଲା ସେ ନେଇ ସ୍ପଷ୍ଟୀକରଣ ରଖିବାକୁ ଖୋର୍ଦ୍ଧା କ୍ଷୁଦ୍ର ଜଳସେଚନ ଡିଭିଜନ ଅଧୀକ୍ଷକ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

ମାତ୍ର ଆଜି ୧୬ ତାରିଖ ସୁଦ୍ଧା ଉକ୍ତ କେନାଲ ସଫା କରିବାକୁ କୌଣସି ଠୋସ୍‌ ପଦକ୍ଷେପ ଗ୍ରହଣ କରାଯାଇନି। ସବୁ ଜାଣି ବି ନ ଜାଣିବା ପରି ଅଭିନୟ କରୁଛି ପ୍ରଶାସନ । ଏଥିନିମନ୍ତେ କାହାର ଚାପ ପଡ଼ୁଛି ତାହାକୁ ନେଇ ଚାଲିଛି ଚର୍ଚ୍ଚା। ତେଣୁ ପୁଣି ଥରେ ରାଜ୍ୟ ସରକାରଙ୍କୁ ଡେଡଲାଇନ୍‌ ଦେଇଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ। 

Bjp Aparajita Sarangi