Advertisment

୫ ବର୍ଷର ରିପୋର୍ଟ କାର୍ଡ ରଖିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଗତ ୫ ବର୍ଷରେ ୭୯୧୬ କୋଟି ଟଙ୍କାର ପ୍ରକଳ୍ପ କାମ ଅନୁମୋଦନ ହୋଇଛି। ସାଂସଦ ପାଣ୍ଠିରୁ ୧୭ କୋଟି, ଜାତୀୟ ରାଜପଥରେ ୬୪୧୦ କୋଟି, ପାଇପ୍‌ ଯୋଗେ ପାନୀୟ ଜଳ ୧୦୬୮ କୋଟି, ରେଳ ବିଭାଗରେ ୩୭୩ କୋଟି ଟଙ୍କାର ପ୍ରକଳ୍ପ ହୋଇଛି।

Aparajita Sarangi

BJP

Advertisment

ନିର୍ବାଚନ ପୂର୍ବରୁ ୫ ବର୍ଷର ରିପୋର୍ଟ କାର୍ଡ ରଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ୫ ବର୍ଷରେ ୫୦ଟି ମୁଖ୍ୟ କାମର ତାଲିକା ଦେଇଛନ୍ତି ଅପରାଜିତା। ସମୁଦାୟ ୧୪ ହଜାର ୩୧୭ ଅଭିଯୋଗରୁ ୧୨ ହଜାର ୫୯୮ ଅଭିଯୋଗର ସାମଧାନ କରିଛନ୍ତି ସାଂସଦ।

Advertisment

ଗତ ୫ ବର୍ଷରେ ୭୯୧୬ କୋଟି ଟଙ୍କାର ପ୍ରକଳ୍ପ କାମ ଅନୁମୋଦନ ହୋଇଛି। ସାଂସଦ ପାଣ୍ଠିରୁ ୧୭ କୋଟି, ଜାତୀୟ ରାଜପଥରେ ୬୪୧୦ କୋଟି, ପାଇପ୍‌ ଯୋଗେ ପାନୀୟ ଜଳ ୧୦୬୮ କୋଟି, ରେଳ ବିଭାଗରେ ୩୭୩ କୋଟି ଟଙ୍କାର ପ୍ରକଳ୍ପ ହୋଇଛି। ଆସନ୍ତା ମାର୍ଚ୍ଚ ୩୧ ତାରିଖରେ ସରିବ ହଂସପାଳ ଓଭର ବ୍ରିଜ କାମ। ୭୨୩୦ଟି ସୋଲାର ଲାଇଟ୍‌ ଲାଗିଛି। ୪୬୧ଟି ଥଣ୍ଡା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ହୋଇଛି। ୫୦୮ କୋଟି ବ୍ୟୟରେ ୧୦ଟି ଫ୍ଲାଏ ଓଭର ଓ ୪ଟି ଫୁଟ୍‌ ଓଭାରବ୍ରିଜ ହୋଇଛି।

ପ୍ରଧାନମନ୍ତ୍ରୀ ରିଲିଫ୍‌ ଫଣ୍ଡ ଜରିଆରେ ୧୩୭ ଜଣ ରୋଗୀଙ୍କୁ ୩ କୋଟି ୩୨ ଲକ୍ଷ ପ୍ରଦାନ କରାଯାଇଛି। ସେହିପରି ଜଟଣୀଠାରେ ରେଳ ଓଭରବ୍ରିଜ ସ୍ଥାପନ ହୋଇଛି। ଭୁବନେଶ୍ୱର ମନ୍ଦିର ଓ ପ୍ରାକୃତିକ ଐତିହ ସୁରକ୍ଷା ପାଇଁ ୧୦ କୋଟିର ଅନୁଦାନ ହୋଇଛି। ଏହାଛଡ଼ା କପିଳେଶ୍ୱର ମହାଦେବ ମନ୍ଦିରକୁ ଏଏସ୍‌ଆଇ ସୂଚୀକୁ ଆଣିବାରେ ସହଯୋଗ କରିଛନ୍ତି। ‘ଭରସା’ ନାମକ ଏକ ସ୍ୱନ୍ତ୍ର ପାଣ୍ଠି ଦ୍ଵାରା ୯୭୨ ଜଣଙ୍କୁ ୩୪ ଲକ୍ଷ ୪୦ ହଜାରର ସହାୟତା ହୋଇଛି। ସେହିପରି ସଂସଦରେ ୩୪ଟି ବିତର୍କରେ ସକ୍ରିୟ ଭାବେ ଭାଗା ନେଇଛି ଅପରାଜିତା ଷଡଙ୍ଗୀ। ୧୧୨ ୱାର୍ଡ, ୧୫୬ ଗ୍ରାମ ପଞ୍ଚାୟତ ଏବଂ ୧୦୦୧ ଗାଁରେ ବୁଲି ପଦଯାତ୍ରା ଓ ସାଧାରଣ ସଭା କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।

Advertisment
Bhubaneswar Bjp Bhubaneswar News Aparajita Sarangi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe