Advertisment

EVM ଭାଙ୍ଗିଲା କିଏ? ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍‌

ଗହିଳ ଭିତରେ ଶ୍ରୀ ଗଜଦ୍ଦେବ ପୋଲିଂ ଅଧିକାରୀଙ୍କଠାରୁ ଚିରକୁଟ୍‌ ଧରି ଲୋକସଭା ବୁଥ୍‌ରେ ଥିବା ଇଭିଏମ୍‌ ପାଖକୁ ଯାଇଥିଲେ। ସେଠାରେ ସେ ମତଦାନ ସାବ୍ୟସ୍ତ କରି ବାହାରି ବିଧାନସଭା ଇଭିଏମ୍‌ ପାଖକୁ ଆସୁଥିଲେ। ପାଖରେ ଥିଲେ ତାଙ୍କ ପତ୍ନୀ।

author-image
Manoranjan Sial
ଅଦ୍ୟତନ ହୋଇଛି
BJP

BJP

EVM ଭାଙ୍ଗିଲା କିଏ? ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନଥିବା ବେଳେ ସାମ୍ନାକୁ ଆସିଛି ବୁଥ୍‌ରେ ଲାଗିଥିବା ସିସିଟିଭିର ଫୁଟେଜ୍‌। ଏହି ସିସିଟିଭି ଫୁଟେଜ୍‌କୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ନିଜ ସୋଶାଲ ମିଡିଆ ହ୍ୟାଣ୍ଡଲରରେ ପୋଷ୍ଟ କରିଛନ୍ତି। ଏଥିରେ ଦେଖିବାକୁ ମିଳିଛି, ବିଧାନସଭା EVM ଭଙ୍ଗା ଯାଉଥିବା ବେଳେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ତାଙ୍କ ପତ୍ନୀ ବହୁ ଦୂରରେ ଛିଡ଼ା ହୋଇଛନ୍ତି।

Advertisment

ଆଜି ସକାଳେ ସାମ୍ୱାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ଆଉ ଅପରାହ୍ନରେ ନିଜ ସୋଶାଲ ମିଡିଆ ହ୍ୟାଣ୍ଡଲରରେ ପୋଷ୍ଟ କରିଛନ୍ତି କାଉଁରିପାଟଣା ବୁଥ୍‌ର ସିସିଟିଭି ଫୁଟେଜ୍‌। ସାଂସଦ ପୋଷ୍ଟ କରିଥିବା ଭିଡିଓରେ ଦେଖିବାକୁ ମିଳିଛି, ମତଦାନ ସାବ୍ୟସ୍ତ କରିବା ପାଇଁ ପ୍ରଶାନ୍ତ ଜଗଦ୍ଦେବ ବେକରେ ମାଳ ପକାଇ ବୁଥରେ ପ୍ରବେଶ କରୁଛନ୍ତି। ସେତେବେଳେ ବୁଥ୍‌ ଭିତରେ ଭିଡ଼ ଦେଖିବାକୁ ମିଳିଛି। ଲାଗୁଥିଲା ଇଏ ମତଦାନ ପାଇଁ ହୋଇଥିବା କୌଣସି ବୁଥ୍‌ ନୁହେଁ। ବୁଥ୍‌ ଭିତରେ ପୋଲିଂ ଅଧିକାରୀମାନେ ବସିଥିବା ବେଳେ ଲୋକମାନେ ଏତେତେଣେ ବୁଲୁଥିବା ଦେଖିବାକୁ ମିଳିଛି। ସତେ ଯେମିତି ଇଏ ସେମାନଙ୍କ ଘର।

ଗହିଳ ଭିତରେ ଶ୍ରୀ ଗଜଦ୍ଦେବ ପୋଲିଂ ଅଧିକାରୀଙ୍କଠାରୁ ଚିରକୁଟ୍‌ ଧରି ଲୋକସଭା ପାଇଁ ଉଦ୍ଦିଷ୍ଟ ଇଭିଏମ୍‌ ପାଖକୁ ଯାଇଥିଲେ। ସେଠାରେ ସେ ମତଦାନ ସାବ୍ୟସ୍ତ କରି ବାହାରି ବିଧାନସଭା ଇଭିଏମ୍‌ ପାଖକୁ ଆସୁଥିଲେ। ପାଖରେ ଥିଲେ ତାଙ୍କ ପତ୍ନୀ। ଠିକ୍‌ ସେହି ସମୟରେ ବିଧାନସଭା ଇଭିଏମ୍‌ ଭଙ୍ଗା ଯାଇଥିବା ଦେଖିବାକୁ ମିଳୁଛି। ବିଧାନସଭା EVM ଭଙ୍ଗା ଯାଉଥିବା ବେଳେ ବିଧାୟକ ଶ୍ରୀ ଜଗଦ୍ଦେବ ଓ ତାଙ୍କ ପତ୍ନୀ ଦୂରରେ ଥିଲେ। ଦୁଇ ଜଣ ବ୍ୟକ୍ତି ଲୋକଙ୍କ ଗହଳି ଭିତରେ ବିଧାୟକଙ୍କ ସମ୍ମୁଖରେ EVM ଭାଙ୍ଗି EXIT ଗେଟ୍‌ ଦେଇ ପଳାଇ ଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି।

Advertisment

ତେବେ ଏଠି ପ୍ରଶ୍ନ ଉଠୁଛି, EVM ଭାଙ୍ଗିଥିବା ସେହି ବ୍ୟକ୍ତି ଜଣକ କିଏ? ବିଧାୟକ ମତଦାନ କରିବା ପାଇଁ ଯାଇଥିବା ବେଳେ ବୁଥ୍‌ ଭିତରେ ଏତେ ଲୋକ କ’ଣ କରୁଥିଲେ? ସେତେବେଳେ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ୍‌ କର୍ମଚାରୀ କ’ଣ କରୁଥିଲେ? ପ୍ରିଜାଇଡିଂ ଅଫିସର କ’ଣ କରୁଥିଲା? ଯଦି ସମସ୍ତଙ୍କ ଆଗରେ ସବୁ ଘଟଣା ଘଟିଛି, ତାହାହେଲେ ପ୍ରିଜାଇଡିଂ ଅଫିସର କ’ଣ ପାଇଁ ଶ୍ରୀ ଜଗଦ୍ଦେବଙ୍କ ନାଁରେ ଅଭିଯୋଗ କରିଥିଲେ? ଏହା ପଛରେ ଅନ୍ୟ କିଛି ଉଦ୍ଦେଶ୍ୟ ନାହିଁ ତ? ଭିଡିଓ ଭାଇରାଲ୍‌ ପରେ ଏବେ ଏମିତି ନାନା ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି।

ଅନ୍ୟପକ୍ଷରେ ଦେଖିବାକୁ ଗଲେ EVM ଭାଙ୍ଗିବାକୁ ୪ ଦିନ ହେଲାଣି। ହେଲେ ଆଜି ପର୍ଯ୍ୟନ୍ତ ଖୋର୍ଦ୍ଧା ଏସ୍‌ପି ବୁଥ୍‌ରେ ଲାଗିଥିବା ସିସିଟିଭି ଫୁଟେଜ୍‌ ପାଇପାରୁନାହାନ୍ତି। ବାରମ୍ୱାର ଗୋଟିଏ କଥା କହୁଛନ୍ତି, ସିସିଟିଭି ଫୁଟେଜ୍‌ ପାଇଁ ଚିଠି କରିଛୁ। ହେଲେ ଅନ୍ୟପକ୍ଷରେ ବିଭିନ୍ନ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହେଉଛି କାଉଁରିପାଟଣା ବୁଥରେ EVM ଭଙ୍ଗା ଦୃଶ୍ୟର ଭିଡିଓ।

ଖୋର୍ଦ୍ଧା ଏସ୍‌ପି କହିଛନ୍ତି, ସିସିଟିଭି ଫୁଟେଜ୍‌ ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଆବେଦନ କରିଛୁ। ଆଜି ପର୍ଯ୍ୟନ୍ତ ଆସିନାହିଁ। କିନ୍ତୁ ସାଂସଦ ମାଡାମ ଯାହା କହିଛନ୍ତି, ତାହା ଉପରେ କିଛି କହିପାରିବୁ ନାହିଁ। ଏସ୍‌ଡିପିଓ ଦିଲ୍ଲୀପ ଦାସଙ୍କ ସମ୍ପର୍କରେ ଅଭିଯୋଗର ତଦନ୍ତ ହେବ। ଘଟଣାରେ ଡ୍ରାଇଭର ସାକ୍ଷୀ ନଥିବାରୁ ଖୋର୍ଦ୍ଧା ପୁଲିସ ପଚରାଉଚରା କରିନି ବୋଲି ଏସ୍‌ପି କହିଛନ୍ତି।

କାଉଁରିପାଟଣା ବୁଥ୍‌ ସିସିଟିଭି ଭିଜୁଆଲ୍‌ ସଂପର୍କରେ ତଦନ୍ତ ନିର୍ଦ୍ଦେଶ। ଖୋର୍ଦ୍ଧା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ସିଇଓ। ସୋଶାଲ ମିଡିଆରେ ବୁଲୁଥିବା ଭିଡିଓ ସଂପର୍କରେ ତଦନ୍ତ ପାଇଁ ନିର୍ଦ୍ଦେଶ। ତୁରନ୍ତ ତଦନ୍ତ କରି ଏହାର ସତ୍ୟାସତ୍ୟ ଜଣାଇବାକୁ ନିର୍ଦ୍ଦେଶ ଦେଲେ ସିଇଓ।

Bjp Loka Sabha Election 2024 Odisha Assembly Election 2024 General Elections 2024 MLA Destroys EVM Prasant Jagadev