ଅପରାଜିତାଙ୍କ ତିନି ଦିନର କଣ୍ଟ ପୂରଣ ହେବା ପୂର୍ବରୁ ପୋତା ଯାଇଥିବା କେନାଲ ଖୋଳିବାକୁ ନିର୍ଦ୍ଦେଶ ଦେଇଛି ଜଳ ସେଚନ ବିଭାଗ । ଡେରାସ ମାଇନର ଇରିଗେସନ୍ ପ୍ରୋଜେକ୍ଟ କେନାଲକୁ ସରକାରୀ ପ୍ରୋତ୍ସାହନରେ ଜଣେ ପ୍ରଭାବଶାଳୀ ମହିଳା ପୋତି ଦେଇଥିବା ସାଂସଦଙ୍କ ଅଭିଯୋଗ । ୭ ଦିନ ମଧ୍ୟରେ ଏହାର ମାପଚୁପ କରି ଯାହାର ଯେଉଁ ଜମି ତାକୁ ଚିହ୍ନଟ କରି ଅଧିକାର ଦିଆଯାଉ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।