Advertisment

ବୁଦ୍ଧେଶ୍ୱରୀ କଲୋନୀରେ ବିରୋଧ ଘଟଣା; କ୍ଷୋଭର ସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା

ଗତକାଲି ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଂଚଳର ବୁଦ୍ଧେଶ୍ୱରୀ କଲୋନୀକୁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଯିବାବେଳେ ସ୍ଥାନୀୟ ମହିଳାମାନେ ତାଙ୍କୁ ବିରୋଧ କରିଥିଲେ।

ଅଦ୍ୟତନ ହୋଇଛି
undefined

Aparajita Sarangi

Advertisment

ଭୁବନେଶ୍ୱର ବୁଦ୍ଧେଶ୍ୱରୀ କଲୋନୀରେ ଗତକାଲିର ବିରୋଧ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ମୁଖ୍ୟମନ୍ତ୍ରୀଙ୍କୁ କ୍ଷୋଭର ସହ ଦେଇଥିବା ଚିଠିରେ ଅପରାଜିତା ଲେଖିଛନ୍ତି- ଲକ୍ଷ୍ମୀସାଗର ୪୩ ନଂ ୱାର୍ଡରେ ମୋତେ କିଛି ଅସାମାଜିକ ଲୋକଙ୍କ ଦ୍ୱାରା ୨ ଘଣ୍ଟା ଅଟକ ରଖାଯାଇଥିଲା। ମୁଁ ମୋ ନିର୍ବାଚନ ମଣ୍ଡଳୀରେ ସବୁବେଳେ ଜନକଲ୍ୟାଣ କାର୍ଯ୍ୟରେ ଲାଗିଛି। ଏଥିପାଇଁ ଏକ ସଭାକୁ ଯାଉଥିବା ବେଳେ ମୋ କାର୍ ଅଟକାଇଥିଲେ। ପୁଲିସକୁ ଅପେକ୍ଷା କରି କାରରେ ୨ ଘଣ୍ଟା ବସି ରହିଥିଲି। ମୋର ସେ ମୂଲ୍ୟବାନ ସମୟ ନଷ୍ଟ ହେଲା। ଏହା ରାଜ୍ୟ ସରକାରଙ୍କ ବିଦ୍ୱେଷ ମନୋଭାବକୁ ଦର୍ଶାଉଛି।

Advertisment

ସେ ଆହୁରି ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ନଷ୍ଟ ହୋଇଥିବା ମୋ ସମୟର କିଭଳି ଭରଣା କରିବେ ସରକାର? ମୁଖ୍ୟମନ୍ତ୍ରୀଙ୍କ କାର୍କେଡକୁ ୫ ମିନିଟ୍ ପାଇଁ ଅଟକାଇ ହେବ କି ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା। ଏଥିସହ ସୁରକ୍ଷାକୁ ନେଇ ସରକାରଙ୍କ ଏଭଳି ପାତରଅନ୍ତର ମୋତେ ଆଘାତ ଦେଇଛି ବୋଲି ବି ଲେଖିଛନ୍ତି ଭୁବନେଶ୍ୱର ସାଂସଦ।

ଏହାର ଜବାବରେ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି, ଲୋକ ପ୍ରତିନିଧିମାନେ ସବୁବେଳେ ଲୋକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ରହିବା ଦରକାର। ସମୟ ହୋଇଗଲା, ଅଫିସ କାମ ଥିଲା କହିଲେ ହେବନି। ମହିଳାମାନେ ପ୍ରଶ୍ନ କରୁଥିଲେ। ସେମାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଏତେ ଭୟଭୀତ କାହିଁକି? ଖାଲି ଭାଷଣ ଦେଲେ ହେବନି, କାମ କରିବା ଦରକାର।

Advertisment

ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଂଚଳର ବୁଦ୍ଧେଶ୍ୱରୀ କଲୋନୀକୁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଯିବାବେଳେ ସ୍ଥାନୀୟ ମହିଳାମାନେ ତାଙ୍କୁ ବିରୋଧ କରିଥିଲେ। ପରବର୍ତ୍ତୀ ସମୟରେ ବିଜେପି ଓ ବିଜେଡି ସମର୍ଥକମାନେ ମୁହାଁମୁହିଁ ହେବାରୁ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିଲା। ମହିଳାମାନେ ସାଂସଦଙ୍କ ଗାଡ଼ି ଆଗରେ ବସିବା ସହ ରାସ୍ତାରୋକ କରିଥିଲେ। ଦୀର୍ଘସମୟ ଧରି ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ପୁଲିସର ବୁଝାସୁଝା ଓ ହସ୍ତକ୍ଷେପ ପରେ ମାମଲା ଶାନ୍ତ ପଡ଼ିଥିଲା।

Bhubaneswar Aparajita Sarangi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe