Advertisment

କାମ ଦେଲାନି ସାଂସଦଙ୍କ ଡେଡଲାଇନ୍‌ ଧମକ, ହଟିନି ଡେରାସ କେନାଲ ଜବରଦଖଲ

ସାଂସଦ ଦୁଇ ଦୁଇ ଥର ଦେଇଥିବା ସମୟ ମଧ୍ୟରେ ରାଜ୍ୟ ସରକାର ତଥା ଜଳସେଚନ ବିଭାଗ ପକ୍ଷରୁ ଉକ୍ତ କେନାଲକୁ ଜବରଦଖଲମୁକ୍ତ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ବେଳେ ଏବେ ପୁଣି ଥରେ ସରକାରଙ୍କୁ ପୁରୁଣା କଥା ମନେ ପକାଇ ଦେଇଛନ୍ତି ।

ଅଦ୍ୟତନ ହୋଇଛି
MP Aparajita Sarangi

MP Aparajita Sarangi

Advertisment

ତାରିଖ ପରେ ତାରିଖ ଦେଇ ଚାଲିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ମାତ୍ର ଶୁଣିଲେନି ସରକାର। ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଅଞ୍ଚଳରେ ଅବରୋଧ କରାଯାଇଥିବା ଡେରାସ୍ ଡ୍ୟାମର କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ଜବରଦଖଲମୁକ୍ତ କରିବାକୁ ସାଂସଦ ବାରମ୍ବାର ସରକାରଙ୍କ ଦୃଷ୍ଟିଗୋଚର କରୁଥିବା ବେଳେ ସରକାର କିନ୍ତୁ ନୀରବଦ୍ରଷ୍ଟା ପାଲଟିଛନ୍ତି। ନା କିଛି ଉତ୍ତର ଦେଉଛନ୍ତି ନା କେନାଲକୁ ଜବରଦଖଲମୁକ୍ତ କରିବାକୁ ପଦକ୍ଷେପ ନେଉଛନ୍ତି। ସାଂସଦ ଦୁଇ ଦୁଇ ଥର ଦେଇଥିବା ସମୟ ମଧ୍ୟରେ ରାଜ୍ୟ ସରକାର ତଥା ଜଳସେଚନ ବିଭାଗ ପକ୍ଷରୁ ଉକ୍ତ କେନାଲକୁ ଜବରଦଖଲମୁକ୍ତ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ବେଳେ ଏବେ ପୁଣି ଥରେ ସରକାରଙ୍କୁ ପୁରୁଣା କଥା ମନେ ପକାଇ ଦେଇଛନ୍ତି।

Advertisment

ଏନେଇ ଏବେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଡେରାସ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଓ ବିବାଦୀୟ ଜମି ନେଇ ସେ ଚିଠି ଲେଖିଛନ୍ତି। ଜବରଦଖଲ ହୋଇଥିବା ପ୍ରାୟ ୧୫୦ ଏକର ଜମି ତୁରନ୍ତ ଚିହ୍ନଟ ପାଇଁ ଚିଠିରେ ଦାବି କରିବା ସହ ଖୁବ୍‌ ଶୀଘ୍ର ଡେରାସ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ ପାଣି ଛାଡ଼ିବାର ବ୍ୟବସ୍ଥା କରିବାକୁ ପଦକ୍ଷେପ ନେବାକୁ ଉଲ୍ଲେଖ କରିଛନ୍ତି। ଗରିବ ଚାଷୀ ଓ ଘରୋଇ ଜମି ମାଲିବ ଏହାଦ୍ୱାରା ଉପକୃତ ହେବେ। ଏନେଇ ମୁଁ ସବୁ ପ୍ରକାର ସହଯୋଗ ପାଇଁ ପ୍ରସ୍ତୁତ ବୋଲି ମଧ୍ୟ ଚିଠିରେ ଉଲ୍ଲେଖ କରିଛନ୍ତି ଅପରାଜିତା।

ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖି ଡେରାସ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ ପାଣି ନିଷ୍କାସନ ପାଇଁ ସାଂସଦ ଦାବି କରିଛନ୍ତି। ତେବେ ଏ ନେଇ ବିଭାଗୀୟ ଅଧିକାରୀଙ୍କୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ।

Advertisment

ସାଂସଦ ଟ୍ୱିଟରେ ଉଲ୍ଲେଖ କରିଛନ୍ତି, ଆମେ ପ୍ରଥମେ ଅଗଷ୍ଟ ୨୧ ତାରିଖରେ ଡେରାସ ଯାଇଥିଲୁ। ଏହା ମଧ୍ୟରେ ମାସେରୁ ଊର୍ଦ୍ଧ୍ୱ ସମୟ ଅତିକ୍ରମ କରି ସାରିଥିବା ସତ୍ତ୍ୱେ ସରକାରଙ୍କ ପକ୍ଷରୁ ଉକ୍ତ କେନାଲକୁ ଜବରଦଖଲମୁକ୍ତ କରାଯାଇନି। ଏପରି କାମ କରିଥିବା ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଏହା ସରକାରଙ୍କ ସୁଚିନ୍ତିତ ଯୋଜନା । ଗରୀବ ଚାଷୀ ତଥା ସାଧାରଣ ଲୋକେ କେବଳ ସରକାରଙ୍କ ନିଷ୍ପତ୍ତି ଅପେକ୍ଷାରେ ଅଛନ୍ତି।

ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଅଞ୍ଚଳରେ ଥିବା ଡେରାସ୍ ଡ୍ୟାମର କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ଅବରୋଧ କରାଯାଇଥିବା ନେଇ ଭୁବନେଶ୍ୱର ସାଂସଦଙ୍କ ନିକଟରେ ବହୁ ପୂର୍ବରୁ ଅଭିଯୋଗ ହୋଇଥିଲା। ଏପରିକି ମାଟି ପକାଇ କେନାଲକୁ ପୋତା ଯାଇଥିବାରୁ ୪୦୦ ଏକର ଜମି ଜଳସେଚନରୁ ବଞ୍ଚିତ ହୋଇଥିବା ସ୍ଥାନୀୟ ଚାଷୀ ଅଭିଯୋଗ କରିଥିଲେ। ଜଣେ ପ୍ରଭାବଶାଳୀ ମହିଳା ରାଜ୍ୟ ସରକାରଙ୍କ ଜଣେ ଉଚ୍ଚପଦସ୍ଥ କର୍ମଚାରୀଙ୍କ ଦ୍ୱାରା ଲୋକଙ୍କ ସମଗ୍ର ଅଞ୍ଚଳକୁ ପୋତି ଦେଇଥିବା ଅଭିଯୋଗ ହୋଇଥିଲା। ଫଳରେ ଚାଷୀମାନେ ନିଜ ଅଧିକାରରୁ ବଞ୍ଚିତ ହେଉଥିବା ଜଣାଇଥିଲେ।

ଖୋଦ ସାଂସଦ ଗତ ମାସ ୭ ତାରିଖରେ ଘଟଣାସ୍ଥଳକୁ ଯାଇ ସତ୍ୟାସତ୍ୟ ଦେଖିବା ପରେ ଉକ୍ତ କେନାଲକୁ ଜବରଦଖଲମୁକ୍ତ କରିବାକୁ ରାଜ୍ୟ ସରକାରଙ୍କୁ ଦୁଇ ଥର ସମୟ ଦେଇଥିଲେ। ଏହାପରେ ବି ସରକାର କୌଣସି ପଦକ୍ଷେପ ଉଠାଉ ନାହାନ୍ତି।

BjD Bjp Aparajita Sarangi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe