Advertisment

ବିଜେଡିକୁ ଭର୍ତ୍ତୃହରିଙ୍କ ବାଣ; “ଦୁର୍ନୀତିର ଘଡ଼ା ପୂରିଲାଣି, ଫାଟିବ କି ଭାଙ୍ଗିବ ନିଶ୍ଚୟ”

ଅନ୍ୟପକ୍ଷରେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିନାହିଁ।

author-image
Tapaswini Nayak
ଅଦ୍ୟତନ ହୋଇଛି
Bhartruhari mahatab

Bhartruhari mahatab

ଦଳ ଛାଡ଼ିବା ପରେ ବିଜେଡିକୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରି ଚାଲିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ। ଗତକାଲି ଭର୍ତ୍ତୃହରି ନିଜର ସଂପାଦକୀୟରେ ବିଜେଡିକୁ ବାଣ ମାରିଛନ୍ତି। ଏହି ଲେଖାର ଶୀର୍ଷକ ରହିଛି “ଦୁର୍ନୀତିର ଘଡ଼ା ପୂରିଲାଣି, ଫାଟିବ କି ଭାଙ୍ଗିବ ନିଶ୍ଚୟ”। ଏଥିରେ ସେ କେଉଁ ପରିସ୍ଥିତିରେ ଏବଂ କାହିଁକି ଦଳ ଛାଡ଼ିଲେ, ବିଜେଡି ଓ ଏହାର ନେତୃତ୍ୱ ଏବେ କେଉଁ ସ୍ତରକୁ ଗଲେଣି ତାହା ଉଲ୍ଲେଖ କରିଛନ୍ତି।

Advertisment

ଭର୍ତ୍ତୃହରି ଲେଖିଛନ୍ତି, ବିଜେଡି ତିଆରି ବେଳେ ଦଳରେ ଏକକ ନେତୃତ୍ୱ ନଥିଲା। ପଲିଟିକାଲ୍ ଏଫାୟର୍ସ କମିଟି ଜରିଆରେ ସବୁ କିଛି ନିର୍ଣ୍ଣୟ ନିଆଯାଉଥିଲା। ବିବାଦ ଉପୁଜିବାରୁ ସଭାପତି ଓ ପିଏସିର ଅଧ୍ୟକ୍ଷ ଜଣେ ହେଉ ବୋଲି ନିଷ୍ପତ୍ତି ନିଆଗଲା। ହେଲେ ୨୦୦୪ ପରଠୁ ମୋ ଜାଣିବାରେ ଏହାର ଅସ୍ତିତ୍ୱ ଆଉ ଦେଖିବାକୁ ମିଳିଲା ନାହିଁ। ନିଷ୍ପତ୍ତି ଗ୍ରହଣ କରିବାର କ୍ଷମତା ଦୁଇ ଜଣଙ୍କ ପାଖରେ କେନ୍ଦ୍ରୀଭୂତ ହେଲା।

Bhartruhari article                              ଭର୍ତ୍ତୃହରିଙ୍କ ସଂପାଦକୀୟ

ସେହିପରି ଯେଉଁ ଉଦ୍ଦେଶ୍ୟରେ ଦଳ ଗଢ଼ା ଯାଇଥିଲା ଓ ଦୁର୍ନୀତିର ଛାଇ ପଡ଼ିଲେ ଯେଉଁଠି ମନ୍ତ୍ରିପଦ ନିମିଷକେ ଚାଲି ଯାଉଥିଲା, ସେ ଦଳ ଆଜି କେଉଁଠି ବୋଲି ପ୍ରଶ୍ନ କରିଛନ୍ତି ଭର୍ତ୍ତୃହରି। ଏଥିସହ ଅନ୍ୟାୟ, ଅନୀତି ଓ ଦୁର୍ନୀତି ଭିତରେ ଓଡ଼ିଶାରୂପୀ ଜନକ ନନ୍ଦିନୀ ସୀତା ଆଜି ବନ୍ଦିନୀ। ଲଙ୍କାଧିପତିର ଅଧର୍ମକୁ ନାଶ କରିବା ପାଇଁ ଧର୍ମରେ ଥିବା ଶ୍ରୀରାମ ଯେଉଁ ପଦକ୍ଷେପ ନେଇଥିଲେ, ସେ ପଦକ୍ଷେପ ନେବାର ସମୟ ଏବେ ଉପନୀତ ବୋଲି ସେ ଉଲ୍ଲେଖ କରିଛନ୍ତି।

Advertisment

ସେ ଆହୁରି ଲେଖିଛନ୍ତି, ମାତା ସୀତାଙ୍କ ସହ ପ୍ରଭୁ ଶ୍ରୀରାମଙ୍କ ମିଳନ ନିଶ୍ଚୟ ହେବ। କାରଣ ଦାନବ ରାବଣର ନିଧନ ଅନିର୍ବାଯ୍ୟ। ଅନ୍ୟପକ୍ଷରେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିନାହିଁ।

BjD