Advertisment

ଦେବାଶିଷ କହିଲେ- ଅଳିଆ କିଏ ସ୍ପଷ୍ଟ କରନ୍ତୁ ଭର୍ତ୍ତୃହରି

ଭର୍ତ୍ତୃହରି ମହତାବ କଟକ ନିଶ୍ଚିନ୍ତକୋଇଲି ଅହମ୍ମଦ ବକ୍ସ ହାଇସ୍କୁଲର ହୀରକ ଜୟନ୍ତୀ ସମାରୋହର ଉଦଯାପନୀକୁ ଯାଇଥିଲେ। ସେ ମଞ୍ଚରେ ଅଭିଭାଷଣ ରଖି ୨୪ ବର୍ଷ ଧରି ଶାସନ କରିଥିବା ପୂର୍ବ ବିଜେଡି ସରକାରକୁ ମାରିଲେ ତେରଛା ବାଣ।

ଅଦ୍ୟତନ ହୋଇଛି
Debashish Samantaray

Debashish Samantaray

Advertisment

ଚର୍ଚ୍ଚାରେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଳିଆ ସଫା ଉପାଖ୍ୟାନ। ନିଶ୍ଚିନ୍ତକୋଇଲିର ଏକ ସ୍କୁଲର ଜୟନ୍ତୀ ସମାରୋହରେ ନିଶାନା କଲେ, ତେରେଛା ବାଣ ମାରିଲେ। କହିଲେ ରାଜ୍ୟବ୍ୟାପି ଅଳିଆ କରିଥିବା ଲୋକଙ୍କୁ ଜେଲରେ ପୁରାଇଲେ କୋଠରୀ ବି ଅଭାବ ପଡ଼ିଯିବ। ତେଣୁ ବଜେଟରେ ଜେଲ୍ ପାଇଁ ଅଧିକ ଅନୁଦାନର ବ୍ୟବସ୍ଥା ଦରକାର। ତାସହ ଶ୍ରୀମନ୍ଦିର ୪ ଦୁଆର ଓ ରତ୍ନଭଣ୍ଡାର ଚାବି ପ୍ରସଙ୍ଗ ଉଠାଇ କାହାକୁ ବି ଛାଡ଼ିବା ଅନୁଚିତ ବୋଲି କହିଛନ୍ତି ଭର୍ତ୍ତୃହରି। ତେବେ ବିଜେଡି କହିଛି, ଭର୍ତ୍ତୃହରି ଆଗ ସ୍ପଷ୍ଟ କରନ୍ତୁ, ଅଳିଆ କିଏ ?

Advertisment

ଭର୍ତ୍ତୃହରି ମହତାବ କଟକ ନିଶ୍ଚିନ୍ତକୋଇଲି ଅହମ୍ମଦ ବକ୍ସ ହାଇସ୍କୁଲର ହୀରକ ଜୟନ୍ତୀ ସମାରୋହର ଉଦଯାପନୀକୁ ଯାଇଥିଲେ। ସେ ମଞ୍ଚରେ ଅଭିଭାଷଣ ରଖି ୨୪ ବର୍ଷ ଧରି ଶାସନ କରିଥିବା ପୂର୍ବ ବିଜେଡି ସରକାରକୁ ମାରିଲେ ତେରଛା ବାଣ। ଭର୍ତ୍ତୃହରି କହିଥିଲେ, କଟକ ଜିଲ୍ଲା ସାରା ପଡ଼ିରହିଥିବା ଅଳିଆକୁ ସଫା କରିବା ଭିତରେ ବି ଆମକୁ ଆଗାମୀ ଭବିଷ୍ୟତ ଗଢ଼ିବାକୁ ହେବ। ଡ୍ରେନେଜ୍ ପାଇଁ ଆସୁଥିବା ଟଙ୍କାରେ କିଛି ବ୍ୟକ୍ତି ହାତ ଚିକ୍କଣ କରନ୍ତି। କିନ୍ତୁ ବାସ୍ତବରେ ଡ୍ରେନେଜ ବ୍ୟବସ୍ଥା ହୁଏ ନାହିଁ। ତେଣୁ ରାଜ୍ୟରେ ଯେଉଁମାନେ ଅଳିଆ କରୁଛନ୍ତି। ତାଙ୍କୁ ଧରି ଜେଲରେ ପୁରାଇବା ନା ନାହିଁ ବୋଲି ଉପସ୍ଥିତ ଜନତାଙ୍କୁ ପଚାରିଥିଲେ ଭର୍ତ୍ତୃହରି।

ସେହିପରି ରତ୍ନଭଣ୍ଡାର ଓ ଶ୍ରୀମନ୍ଦିର ଚାରି ଦୁଆର ନଖୋଲିବା ନିଷ୍ପତ୍ତି ଜଣେ ନୁହଁ ଅନ୍ୟମାନେ ବି ନେଇଥିଲେ। ପ୍ରଥମେ ରତ୍ନଭଣ୍ଡାର ଚାବି ହଜିଛି କୁହାଯାଉଥିଲା। ପରେ ଡୁପ୍ଲିକେଟ୍ ଚାବି ମିଳିଲା। ଆଉ ଏବେ ପୁଣି ୩ଟି ଚାବି ଆସିଲା, ତା’ଭିତରୁ ୨ଟି ଚାବି ତାଲା ଭିତରେ ପଶିଲାନି। ତା’ହେଲେ ପୂର୍ବରୁ କ’ଣ ଚାଲିଥିଲା ବୋଲି ଭର୍ତ୍ତୃହରି ପ୍ରଶ୍ନ ଉଠାଇବା ସହ ଏମାନଙ୍କୁ ଛାଡ଼ିଦେବା ଉଚିତ ନୁହଁ ବୋଲି ଭର୍ତ୍ତୃହରି କହିଛନ୍ତି।

Advertisment

ସେହିଭଳି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଏହି ମଞ୍ଚରେ କହିଛନ୍ତି, ଯେଉଁମାନେ ଅଳିଆ କରିଛନ୍ତି, ସେମାନଙ୍କୁ ସରକାର ଛାଡ଼ିବେନି। ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆ ହେବ।

ଭର୍ତ୍ତୃହରିଙ୍କ ଏଭଳି ନିଶାନା ସହ ଅଳିଆ ସଫା ଉପାଖ୍ୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। କହିଛନ୍ତି, ଭର୍ତ୍ତୃହରି କାହାକୁ ଇଙ୍ଗିତ କରି ଅଳିଆ କଥା କହିଛନ୍ତି ସେ ଜାଣିଥିବେ। ସେ ଏତେବର୍ଷ ଧରି ବିଜେଡିରେ ଥିଲେ, ସେତେବେଳେ ଅଳିଆ କଥା କହିଥିଲେ ଭଲ ହୋଇଥାନ୍ତା। ଯଦି ଅଳିଆ ଥିବ ବା ଦୁର୍ନୀତି କଥା କହୁଥିବେ, କେନ୍ଦ୍ର ଓ ରାଜ୍ୟରେ ତାଙ୍କ ସରକାର ଥିବାରୁ ତଦନ୍ତକରି ଅଳିଆକୁ ଜେଲରେ ପୁରାନ୍ତୁ। ଏଭଳି ଅବାନ୍ତର ପ୍ରସଙ୍ଗ ନ ଉଠାଇ ସଂସଦରେ ମହାନଦୀ ପ୍ରସଙ୍ଗ ଉଠାନ୍ତୁ ବୋଲି କହିଛନ୍ତି ଦେବାଶିଷ।

ଖଣି, ପାଣିଠୁଁ ଆରମ୍ଭ କରି ଜଙ୍ଗଲ ଜମି ଯାଏଁ, ମାଳ ମାଳ ଦୁର୍ନୀତି ଓ ଅନିୟମିତତାର ଅଭିଯୋଗ ସାମ୍ନାକୁ ଆସିଛି ତତ୍କାଳୀନ ୨୪ ବର୍ଷର ଶାସକ ବିଜେଡି ବିରୋଧରେ। ଏଭଳି ସ୍ଥିତିରେ ଭର୍ତ୍ତୃହରିଙ୍କ ମନ୍ତବ୍ୟ ପରେ ହଲଚଲ୍ ରାଜ୍ୟ ରାଜନୀତି।

BjD Bhartruhari Mahtab
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe