Advertisment

ସାଂସଦ ମହେଶ ସାହୁ ଲଢ଼ିବେ ବିଧାନସଭା ନିର୍ବାଚନ, ସୁଦାମଙ୍କ ପତ୍ନୀଙ୍କୁ ବି ପ୍ରାର୍ଥୀ କଲା ବିଜେଡି

୧୪୭ଟି ଆସନରୁ ୧୪୧ଟିରେ ପ୍ରାର୍ଥୀ ଘୋଷଣା କରି ସାରିଛି ଦଳ। ଆଉ ୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନି ଦଳ।

ଅଦ୍ୟତନ ହୋଇଛି
Mahesh Sahu

Mahesh Sahu

Advertisment

‍ବିଜେଡି ଆଜି ଆଉ ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କୁ ଦଳ ବିଧାନସଭା ଟିକେଟ ଦେଇଛି। ତାଙ୍କୁ ହିନ୍ଦୋଳ ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଇଛି। ଅନ୍ୟପକ୍ଷରେ ୪ ଜଣ ବିଧାୟକଙ୍କ ଟିକେଟ କଟିଛି। ସେହିପରି ଦୁଇ ଜଣ ବିଧାୟକଙ୍କ ପତ୍ନୀଙ୍କୁ ଟିକେଟ ଦେଇଛି ଦଳ।  

Advertisment

ରଘୁନାଥପାଲୀ ଆସନ ପାଇଁ ଅର୍ଚ୍ଚନ ବେହେରାଙ୍କୁ ଟିକେଟ ଦିଆଯାଇଥିବା ବେଳେ ବାଲିକୁଦା-ଏରସମାରୁ ସାରଦା ଜେନା, କାକଟପୁରରୁ ତୁଷାରକାନ୍ତି ବେହେରା, ବାଙ୍ଗିରିପୋଷିରୁ ରଂଜିତା ମାରାଣ୍ଡି ଓ ବରୀରୁ ବିଶ୍ୱରଂଜନ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି। 

ହିନ୍ଦୋଳରେ ପ୍ରଥମ ଥର ପାଇଁ ଲଢ଼ିବେ ମହେଶ ସାହୁ। ବିଧାୟିକା ସୀମାରାଣୀ ନାୟକଙ୍କ ଜାଗାରେ ମହେଶଙ୍କୁ କରାଯାଇଛି ପ୍ରାର୍ଥୀ। ରଘୁନାଥପାଲୀରେ ମଧ୍ୟ ଅର୍ଚ୍ଚନା ବେହେରା ନୂଆ ମୁହଁ। ସ୍ୱାମୀ ତଥା ବିଧାୟକ ସୁବ୍ରତ ତରାଇଙ୍କ ଜାଗାରେ ସେ ପ୍ରାର୍ଥୀ ହୋଇଛନ୍ତି। ବରୀରେ ବିଧାୟିକା ସୁନନ୍ଦା ଦାସଙ୍କ ଜାଗା ନେଇଛନ୍ତି ବିଶ୍ୱରଂଜନ ମଲ୍ଲିକ।

Advertisment

ବାଲିକୁଦା-ଏରସମାରୁ ପ୍ରଥମ ଥର ବିଜେଡିରୁ ଲଢ଼ିବେ ସାରଦା ଜେନା। ରଘୁନନ୍ଦନ ଦାସଙ୍କ ଜାଗାରେ ସାରଦା ପାଇଛନ୍ତି ଟିକେଟ। ସେହିପରି ବାଙ୍ଗିରିପୋଷିରେ ବିଧାୟକ ସୁଦାମ ମାର୍ଣ୍ଡିଙ୍କ ସ୍ଥାନ ନେଇଛନ୍ତି ତାଙ୍କ ପତ୍ନୀ ରଞ୍ଜିତା ମାର୍ଣ୍ଡି। ସୁଦାମଙ୍କୁ ବିଜେଡି ମୟୂରଭଞ୍ଜ ଲୋକସଭା ଆସନରୁ ପ୍ରାର୍ଥୀ କରିଛି। 

ଏହି ପର୍ଯ୍ୟାୟକୁ ମିଶାଇ ଏଯାବତ ୧୪୧ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଆଉ ୬ଟି ଆସନରେ ବିଜେଡିର ପ୍ରାର୍ଥୀ ଘୋଷଣା ବାକି ଅଛି। ଖୋର୍ଦ୍ଧା, ବେଗୁନିଆ, ଖଣ୍ଡପଡ଼ା, କୋରେଇ, ଭୋଗରାଇ ଓ ନୀଳଗିରି ପାଇଁ ପ୍ରାର୍ଥୀ ଘୋଷଣା ବାକି ଅଛି। 

BjD 2024 General Election Odisha Assembly Election 2024 Mahesh Sahu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe