Advertisment

ମୁଖ୍ୟମନ୍ତ୍ରୀ ମୋହନଙ୍କ କ୍ୟାବିନେଟ୍‌ ବିସ୍ତାର, ଶପଥ ନେବେ ୨୮ ମନ୍ତ୍ରୀ

ଯେଉଁ ମନ୍ତ୍ରୀମାନେ ଶପଥ ନେବେ ସେମାନଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲଙ୍କ ସହ ଭେଟେରାନ ଦଳର ନେତା କୈଳାଶ ବିଜୟବର୍ଗିୟଙ୍କ ନାଁ ସାମିଲ ରହିଛି।

author-image
Madhupriya Mistry
Mohan Yadav

Mohan Yadav

ମଧ୍ୟପ୍ରଦେଶରେ ଆଜି ହେବ ମନ୍ତ୍ରୀମଣ୍ଡଳ ବିସ୍ତାର। ଏଠାରେ ବିଜେପି ବହୁମତ ହାସଲ କରିବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି। ଏହାରି ଭିତରେ ଆଜି ମନ୍ତ୍ରୀମଣ୍ଡଳ ବିସ୍ତାର ହେବ। ୨୮ ନୂଆ ମନ୍ତ୍ରୀ ଶପଥ ନେବେ। ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ମନ୍ତ୍ରୀମଣ୍ଡଳରେ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ଶୁକ୍ଳା ଓ ଜଗଦୀଶ ଦେବଡା ଅଛନ୍ତି।

Advertisment

ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶରେ ମୋଟ ୨୮ ମନ୍ତ୍ରୀ ଶପଥ ଗ୍ରହଣ କରିବେ। ଆଜି ସକାଳେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ୨୮ ମନ୍ତ୍ରୀଙ୍କ ଲିଷ୍ଟ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଦେଇଛନ୍ତି। ଯେଉଁମାନେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ସେମାନଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲଙ୍କ ସହ ଭେଟେରାନ ଦଳର ନେତା କୈଳାଶ ବିଜୟବର୍ଗିୟଙ୍କ ନାଁ ସାମିଲ ରହିଛି। ଆଜି ମଧ୍ୟାହ୍ଣରେ ଏମାନେ ଶପଥ ନେବା କାର୍ଯ୍ୟକ୍ରମ ରହିଛି।

ମଧ୍ୟପ୍ରଦେଶରେ ଆଜି ୧୮ ଜଣ କ୍ୟାବିନେଟ ମନ୍ତ୍ରୀ, ୪ ଜଣ ମନ୍ତ୍ରୀ ଏବଂ ସ୍ୱତନ୍ତ୍ର ପ୍ରଭାରୀ ଦାୟିତ୍ୱରେ ଥିବା ୬ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବେ। ଶପଥ ନେବାକୁ ଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ବିଶ୍ୱ ସାରଙ୍ଗ, କୃଷ୍ଣ ନାଗର, ଇନ୍ଦର ସିଂହ ପରମାର, ନାଗର ସିଂ ଚୌହାନ, ପ୍ରତିମା ବାଗ୍ରି, ସାମପତିଆ ଉଇକେ ଏବଂ ରାଧା ସିଂହଙ୍କ ନାମ ସାମିଲ ଅଛି।

Advertisment

ସୂଚନାନୁସାରେ, ବିଧାୟକଙ୍କ ନିକଟକୁ କଲ ଆସିବା ଆରମ୍ଭ ହୋଇଛି। ଯେଉଁମାନେ ମନ୍ତ୍ରୀ ଭାବରେ ଶପଥ ନେବେ ସେମାନେ ମଧ୍ୟ ଭୋପାଳ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଯାବଦ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକ ବଡ଼ ବିଜୟ ହାସଲ କରିବା ପରେ ଆମର ଡବଲ ଇଂଜିନ ସରକାର ତାଙ୍କ ଏବଂ ଜେପି ନାଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ଆଗକୁ ବଢ଼ିବ।

ଗତ ମାସରେ ମଧ୍ୟପ୍ରଦେଶରେ ହୋଇଥିବା ନିର୍ବାଚନରେ ​​ବିଜେପି ୧୬୩ଟି ଆସନରେ ଜିତିଥିଲା। କଂଗ୍ରେସକୁ ମିଳିଥିଲା ୬୬ ଟି ସିଟ୍।

CM Mohan Yadav Madhya Pradesh Cabinet Expansion