/odisha-reporter/media/post_attachments/uploadimage/library/16_9/16_9_0/amit_Shah_1734521855.jpg)
amit Shah
ରାଜ୍ୟସଭାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସମ୍ବିଧାନ ପ୍ରଣୟତା ବିଆର ଆମ୍ବେଦକରଙ୍କ ସମ୍ପର୍କରେ ଦେଇଥିବା ବୟାନକୁ ନେଇ ରାଜନୀତି ଜୋର ଧରିଛି। ତାଙ୍କ ବୟାନକୁ ବିରୋଧୀ ଜୋରଦାର ବିରୋଧ କରିଛନ୍ତି। ଏଥିପାଇଁ ଆଜି ଅମିତ ଶାହଙ୍କ ବିରୋଧରେ ଟିଏମସି ସାଂସଦ ଡେରେକ ଓବ୍ରାଏନ ସ୍ୱାଧିକାର ଭଙ୍ଗ ନୋଟିସ ଆଗତ କରିଛନ୍ତି।
ଡେରେକଙ୍କ କହିବା କଥା ଯେ ଅମିତ ଶାହଙ୍କ ବୟାନ ଡ ବିଆର ଆମ୍ବେଦକର ଛାଡ଼ି ଯାଇଥିବା ଛାପକୁ ଅପମାନିତ କରିଛି। ଏପରି ବୟାନ ଗୃହର ମର୍ଯ୍ୟାଦାକୁ ମଧ୍ୟ କ୍ଷତି ପହଞ୍ଚାଇଛି। ଅମିତ ଶାହଙ୍କ ବୟାନ ସଂସଦର ଗାରିମାକୁ ଉଲ୍ଲଙ୍ଘନ କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।
ଅମିତ ଶାହଙ୍କ ବୟାନ ବିରୋଧରେ ଆଜି ଅନେକ ବିରୋଧୀ ଦଳର ସାଂସଦ ଉଭୟ ସଂସଦ ଭିତରେ ଓ ବାହାରେ ବିକ୍ଷୋଭ କରିଛନ୍ତି। କଂଗ୍ରେସ ପକ୍ଷରୁ ଅମିତ ଶାହ କ୍ଷମା ମାଗିବା ସହ ଇସ୍ତଫା ଦିଅନ୍ତୁ ବୋଲି ଦାବି କରାଯାଇଛି।
ବିରୋଧୀ ଦଳର ସାଂସଦମାନେ ଆଜି ହାତରେ ବିଆର ଆମ୍ବେଦକରଙ୍କ ଫଟୋ ଧରିବା ସହ ଜୟ ଭୀମ ନାରା ଦେଇଛନ୍ତି। ସେହିପରି ଅମିତ ଶାହ କ୍ଷମା ମାଗ ବୋଲି ମଧ୍ୟ ସେମାନେ ସଂସଦ କମ୍ପ୍ଲେକ୍ସ ମଧ୍ୟରେ ଦାବି କରିଛନ୍ତି।
ରାଜ୍ୟସଭାରେ ମଙ୍ଗଳବାର ସମ୍ବିଧାନ ଉପରେ ବିତର୍କ ଚାଲିଥିଲା। ଏହି ସମୟରେ କଂଗ୍ରେସକୁ ଟାର୍ଗେଟ କରି ଅମିତ ଶାହ କହିଥିଲେ ଯେ “ଏବେ ଗୋଟିଏ ଫ୍ୟାଶନ ହୋଇଗଲାଣି। ଆମ୍ବେଦକର, ଆମ୍ବେଦକର, ଆମ୍ବେଦକର, ଆମ୍ବେଦକର, ଆମ୍ବେଦକର, ଆମ୍ବେଦକର ସେମାନେ କହିବାରେ ଲାଗିଛନ୍ତି।
ଯଦି ଏତିକି ଥର ଭଗବାନଙ୍କ ନାଁ ନେଇଥାଆନ୍ତ, ତା’ହେଲେ ସାତ ଜନ୍ମ ଯାଏ ସ୍ୱର୍ଗ ମିଳି ସାରନ୍ତାଣି।” ଶାହ ଏପରି ବୟାନ ଦେଇ ଆମ୍ବେଦକରଙ୍କୁ ଅପମାନିତ କରିଥିବା କଂଗ୍ରେସ ଅଭିଯୋଗ କରିଛି। ଏଥିପାଇଁ ଦଳ ତାଙ୍କର ଇସ୍ତଫା ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
