Advertisment

ବିଏସ୍‌ପି ଛାଡ଼ି ବିଜେପିରେ ମିଶିଲେ ସାଂସଦ ରିତେଶ ପାଣ୍ଡେ

ରିତେଶଙ୍କ ବାପା ରାକେଶ ପାଣ୍ଡେ ଜଣେ ବିଧାୟକ। ସେ ସାଜବାଦୀ ପାର୍ଟି ଟିକେଟ୍‌ରେ ଉତ୍ତର ପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

Ritesh Pandey and Mayawati

Ritesh Pandey and Mayawati

Advertisment

ମାୟାବତୀଙ୍କ ନେତୃତ୍ୱାଧୀନ ବିଏସ୍‌ପିରୁ ଇସ୍ତଫା ଦେଇ ବିଜେପିରେ ମିଶିଛନ୍ତି ଲୋକସଭା ସାଂସଦ ରିତେଶ ପାଣ୍ଡେ। ଉତ୍ତର ପ୍ରଦେଶର ଆମ୍ବେଦକର ନଗର ଆସନରୁ ପ୍ରତିନିଧିତ୍ୱ କରୁଥିବା ୪୨ ବର୍ଷୀୟ ରିତେଶ ଆଜି ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। ସୂଚନାଯୋଗ୍ୟ, ବୈଜୟନ୍ତ ପଣ୍ଡା ଏବେ ଦଳର ଉତ୍ତର ପ୍ରଦେଶ ନିର୍ବାଚନ ପ୍ରଭାରୀ ଅଛନ୍ତି।

Advertisment

ବିଜେପିରେ ମିଶିବା ପରେ ରିତେଶ ପାଣ୍ଡେ ଗଣମାଧ୍ୟମକୁ କହିଥିଲେ ଯେ ଦେଶର ବିକାଶ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିରେ ପ୍ରଭାବିତ ହୋଇ ସେ ଦଳରେ ସାମିଲ ହୋଇଛନ୍ତି।

ଆଜି ସକାଳେ ରିତେଶ ପାଣ୍ଡେ ତାଙ୍କ ଇସ୍ତଫାପତ୍ରକୁ ତାଙ୍କ X ଆକାଉଣ୍ଟରେ ପୋଷ୍ଟ କରିଥିଲେ, ଯାହା ସେ ବିଏସ୍‌ପି ମୁଖ୍ୟ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୟାବତୀଙ୍କ ନିକଟକୁ ପଠାଇଥିଲେ। ଲୋକସଭାରେ ଦଳକୁ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ଦେଇଥିବାରୁ ସେ ଏଥିରେ ମାୟାବତୀଙ୍କୁ ଧନ୍ୟବାଦ ଦେଇଥିଲେ।

Advertisment

ଏହା ସହିତ ସେ ବିଏସ୍‌ପି ଛାଡ଼ିବାର କାରଣ ସଂପର୍କରେ ତାଙ୍କ ଇସ୍ତଫାପତ୍ରରେ ଉଲ୍ଲେଖ କରିଥିଲେ। ସେ ଲେଖିଥିଲେ- ଦୀର୍ଘ ଦିନ ହେଲାଣି ମୋତେ ଦଳର ବୈଠକକୁ ଡକା ଯାଉ ନଥିଲା। ମୁଁ ଆପଣଙ୍କୁ ଓ ଦଳର ଅନ୍ୟ ବରିଷ୍ଠ ନେତାଙ୍କୁ ଭେଟିବାକୁ ଅନେକ ଥର ପ୍ରୟାସ କରିଥିଲି। କିନ୍ତୁ ସଫଳ ହୋଇ ନଥିଲି। ଶେଷରେ ମୁଁ ଏହି ନିଷ୍କର୍ସରେ ପହଞ୍ଚିଲି ଯେ ଦଳ ଆଉ ମୋ ସେବା ଆବଶ୍ୟକ କରୁ ନାହିଁ। ତେଣୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ଛଡ଼ା ମୋ ପାଖରେ ଆଉ କୌଣସି ବିକଳ୍ପ ନଥିଲା। ଦଳ ଛାଡ଼ିବା ମୋ ପକ୍ଷେ ଅତ୍ୟନ୍ତ କଷ୍ଟକର ନିଷ୍ପତ୍ତି ଥିଲା।

କୁହାଯାଉଛି, ରିତେଶ ପାଣ୍ଡେ ବିଜେପି ଜାତୀୟ ସାଧାରଣ ସଂପାଦକ ସୁନୀଲ ବଂଶଲଙ୍କ ସହିତ ଯୋଗାଯୋଗରେ ଥିଲେ। ଆଗକୁ ହେବାକୁ ଥିବା ଲୋକସଭା ନିର୍ବାଚନରେ ବିଜେପି ତାଙ୍କୁ ଆମ୍ବେଦକର ନଗର ଆସନରୁ ପ୍ରାର୍ଥୀ କରିପାରେ। ଅନ୍ୟପକ୍ଷରେ ରିତେଶ ବିଏସ୍‌ପିରୁ ତାଙ୍କ ଇସ୍ତଫା ଦେବା ପରେ ମାୟାବତୀ ତାଙ୍କ ଏକ୍ସରେ କରିଥିବା ତିନିଟି ପୋଷ୍ଟରୁ ସ୍ପଷ୍ଟ ହେଉଛି ଯେ ଆଗାମୀ ନିର୍ବାଚନରେ ରିତେଶଙ୍କୁ ଦଳୀୟ ଟିକେଟ୍ ମିଳି ନଥା’ନ୍ତା।

ରିତେଶଙ୍କ ବାପା ରାକେଶ ପାଣ୍ଡେ ଜଣେ ବିଧାୟକ। ସେ ସାଜବାଦୀ ପାର୍ଟି ଟିକେଟ୍‌ରେ ଉତ୍ତର ପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। 

Bjp BSP Mayawati Ritesh Pandey
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe