ବିଜେପି ଠାରୁ ଅଲଗା ହେବେ କି ଏକନାଥ ସିନ୍ଦେ?

ରାଜ୍ୟର ମନ୍ତ୍ରୀ ତଥା ବିଜେପି ବିଧାୟକ ଗଣେଶ ନାଏକ ସୋମାବର ଦ୍ୱିତୀୟ ଜନତା ଦରବାର ଆୟୋଜନ କରିଛନ୍ତି। ସିନ୍ଦେଙ୍କ ଗଡ଼ ଥାଣେରେ ବିଜେପି ପକ୍ଷରୁ ଜନତା ଦରବାର ଆୟୋଜନ ଦୁଇ ଗୋଷ୍ଠୀ ମଧ୍ୟରେ ଥିବା ବିବାଦକୁ ଆହୁରି ତୀବ୍ର କରିଛି। 

BJP

ଫଡନାଭିସ, ସିନ୍ଦେ ଓ ପାୱାର (ଫାଇଲ ଫଟୋ)

Hemant Lenka
  • Published: Monday, 24 February 2025
  • Updated: 24 February 2025, 04:59 PM IST

Sports

Latest News

ମହାରାଷ୍ଟ୍ରରେ କ୍ଷମତା ଦଖଲ କରିଥିବା ମହାୟୁତି ସରକାରରେ ଏବେ ସବୁ କିଛି ଠିକଠାକ ଚାଲି ନାହିଁ। ମେଣ୍ଟରେ ଥିବା ବିଜେପି ଓ ଏକନାଥ ସିନ୍ଦେଙ୍କ ଶିବସେନା ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ସମୟକ୍ରମେ ସିନ୍ଦେ ଓ ବିଜେପି ମଧ୍ୟରେ ଦୂରତା ବଢ଼ୁଛି। ସୋମବାର ଏହି ବିବାଦ ଆହୁରି ତୀବ୍ର ହୋଇଛି। ରାଜ୍ୟର ମନ୍ତ୍ରୀ ତଥା ବିଜେପି ବିଧାୟକ ଗଣେଶ ନାଏକ ସୋମାବର ଦ୍ୱିତୀୟ ଜନତା ଦରବାର ଆୟୋଜନ କରିଛନ୍ତି। ସିନ୍ଦେଙ୍କ ଗଡ଼ ଥାଣେରେ ବିଜେପି ପକ୍ଷରୁ ଜନତା ଦରବାର ଆୟୋଜନ ଦୁଇ ଗୋଷ୍ଠୀ ମଧ୍ୟରେ ଥିବା ବିବାଦକୁ ଆହୁରି ତୀବ୍ର କରିଛି। 

ବିଜେପି ପକ୍ଷରୁ ଶ୍ରୀ ନାଏକଙ୍କ ଏକାଧିକ ବଡ଼ବଡ଼ ପୋଷ୍ଟର ଓ ହୋର୍ଡିଂ ସହରରେ ଲଗାଇ ଯାଇଛି। ସେ ଥାଣେର ଲୋକଙ୍କ ସମସ୍ୟା ବୁଝିବା ପାଇଁ ଆସିଥିବା ଏଥିରେ ଉଲ୍ଲେଖ କରାଯାଇଛି। ସେ ଏପରି କରି ସିଧାସଳଖ ଜିଲ୍ଲାରେ ସିନ୍ଦେଙ୍କ ଦବଦବାକୁ ଚ୍ୟାଲେଞ୍ଜ କରିଛନ୍ତି।

Also Read

ଫେବୃଆରୀ ୩ରେ ମଧ୍ୟ ନାଏକ ନଭି ମୁମ୍ବାଇର ବାଶିରେ ଜନତା ଦରବାର ଆୟୋଜନ କରିଥିଲେ। ଏହା ମଧ୍ୟ ଥାଣେ ଜିଲ୍ଲା ଅଧୀନରେ ଆସୁଛି। ସେତେବେଳେ ସେ ଏହାର ରାଜନୀତିକ ଗୁରୁତ୍ୱକୁ ଅଣଦେଖା କରିଥିଲେ। କେବଳ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଏପରି ଦରବାର କରାଯାଇଥିବା ସେ କହିଥିଲେ। ଥାଣେ ଲୋକସଭା ସାଂସଦ ତଥା ସିନ୍ଦେ ସେନାର ନେତା ନରେଶ ମହାସ୍କେ ମଧ୍ୟ ଫେବୃଆରୀ ୩ ଜନତା ଦରବାର ବା ଟାଉନ ହଲ କାର୍ଯ୍ୟକ୍ରମକୁ ଗୁରୁତ୍ୱର ସହ ନାଇ ନଥିଲେ। ସେ କହିଥିଲେ ଯେ “ଲୋକମାନେ ସେମାନଙ୍କ ରାଜନେତାଙ୍କୁ ଭେଟିଲେ ଆମେ କାହିଁକି ବିରୋଧ କରିବୁ।” 

ତେବେ ଆଜି ଶ୍ରୀ ନାଏକ ଦେଇଥିବା ବୟାନ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସିନ୍ଦେ ତାଙ୍କ ଉପରେ ଖପ୍ପା ହୋଇଥିଲେ ହେଁ ରାଜନୀତିରେ କେହି ବି ସ୍ଥାୟୀ ନୁହନ୍ତି ବୋଲି ନାଏକ କହିଛନ୍ତି। ଏପରି ବୟାନ ମାଧ୍ୟମରେ ସେ ସିନ୍ଦେଙ୍କୁ ଟାର୍ଗେଟ କରିଥିବା କୁହାଯାଉଛି। 

ଥାଣେ ଟାଉନ ହଲ ବିବାଦର ଗୁରୁତ୍ୱ ମଧ୍ୟ ଯଥେଷ୍ଟ ରହିଛି। କାରଣ ଏହାକୁ ନେଇ ସିନ୍ଦେ ଓ ନାଏକଙ୍କ ମଧ୍ୟରେ ବିବାଦ ବହୁ ପୁରୁଣା। ସିନ୍ଦେ ଅବିଭକ୍ତ ଶିବସେନା ଓ ନାଏକ ଅବିଭକ୍ତ ଏନସିପିରେ ଥିବା ବେଳେ ତିକ୍ତତା ଦେଖାଯାଇଥିଲା। ଦୁଇ ଜଣ ଯାକ ଥାଣେ ଓ ନଭି ମୁମ୍ବାଇରେ ନିଜର ଦବଦବା ଦେଖାଇବାକୁ ଚେଷ୍ଟା କରିବାର ନଜିର ରହିଛି। ଏବେ ସେମାନେ ଏକାଠି ସରକାରରେ ରହିଛନ୍ତି। କିନ୍ତୁ ବିବାଦ ଥମିନାହିଁ।

ମୋତେ ହାଲୁକା ଭାବେ ନିଅ ନାହିଁ : ସିନ୍ଦେ

ବିବାଦ ଚାଲିଥିବା ଚର୍ଚ୍ଚା ମଧ୍ୟରେ ଏନନାଥ ସିନ୍ଦେ ଗତ ସପ୍ତାହରେ ନିଜର ସମାଲୋଚକ ଓ ପ୍ରତିନ୍ଦ୍ୱନ୍ଦ୍ୱୀଙ୍କୁ ଚେତାବନୀ ଦେଇଥିଲେ। ତାଙ୍କୁ କେହି ବି ହାଲୁକା ଭାବେ ନ ନେବାକୁ ସେ କହିଥିଲେ। ବର୍ତ୍ତମାନ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଥିବା ସିନ୍ଦେ ୨୦୨୨ରେ କେମିତି ଉଦ୍ଧବ ଠାକରେଙ୍କ ସରକାରକୁ ଗାଦିଚ୍ୟୁତ କରିବାରେ ବିଜେପିର ସହାୟତା କରିଥିଲେ, ସେକଥା ମଧ୍ୟ ମନେପକାଇ ଦେଇଥିଲେ।

ସେ କହିଥିଲେ, “ଯେଉଁମାନେ ବୁଝି ପାରୁଛନ୍ତି, ସେମାନେ ଏହି ସଙ୍କେତରୁ ସବୁ ଜାଣି ଯାଆନ୍ତୁ। ମୁଁ ମୋର କାମ ଜାରି ରଖିଛି।” ସିନ୍ଦେ ସେନା ଓ ବିଜେପି ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ତିକ୍ତତା ଜାରି ରହିଛି। ୨୦୨୨ରୁ ସିନ୍ଦେ ମୁଖ୍ୟମନ୍ତ୍ରୀ ରହିଥିଲେ। କିନ୍ତୁ ଗତବର୍ଷ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ସିନ୍ଦେଙ୍କୁ ଉପ ମୁଖ୍ୟମନ୍ତ୍ରୀ ଓ ବିଜେପିର ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଏହାକୁ ନେଇ ସିନ୍ଦେ ଆଣ୍ଡ କୋ ଖୁସି ନାହାନ୍ତି।

ମହାୟୁତରେ ବିବାଦ!

ମହାୟୁତରେ ଥିବା ବିଜେପି ଓ ଶିବସେନା ମଧ୍ୟରେ ବିବାଦର କାରଣ ଅନେକ। ଏହା ମଧ୍ୟରୁ ଗୋଟିଏ ହେଲା ୱାଇ ସ୍ତରୀୟ ସୁରକ୍ଷା ପ୍ରତ୍ୟାହାର କରାଯିବା। ଉଦ୍ଧବ ଠାକରେଙ୍କ ଠାରୁ ଅଲଗା ହୋଇଥିବା ୫୫ ଜଣ ବିଧାୟକ, ସାଂସଦ ଓ ବରିଷ୍ଠ ସିନ୍ଦେ ସେନାର ନେତାମାନଙ୍କୁ ୱାଇ ସ୍ତରୀୟ ସୁରକ୍ଷା ଯୋଗାଇ ଦିଆଯାଉଥିଲା। କିନ୍ତୁ ଏହାକୁ ପ୍ରତ୍ୟାହାର କରି ନିଆଯିବାରୁ ଶିବସେନାର ନେତା ଖପ୍ପା ହୋଇଛନ୍ତି। ଏହା ଏକ ରୁଟିନ ବ୍ୟବସ୍ଥା ହୋଇଥିଲେ ହେଁ ଶିବସେନା ଏହାକୁ ଅପମାନ ସୂଚକ ପଦକ୍ଷେପ ଭାବେ ବିଚାରକୁ ନେଇଛି।

ରାଇଗଡ଼ ଓ ନାଶିକରେ ଗାର୍ଡିଆନ ମନ୍ତ୍ରୀ ଓ ଅନ୍ୟାନ୍ୟ ନିଯୁକ୍ତିକୁ ନେଇ ମଧ୍ୟ ସିନ୍ଦେ ସେନା ଓ ବିଜେପି ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ୨୦୨୭ରେ ରାଇଗଡ଼ ଓ ନାଶିକରେ କୁମ୍ଭ ମେଳା ଆୟୋଜନ ହେବ। ଏପରି ସ୍ଥିତିରେ ଗାର୍ଡିଆନ ମନ୍ତ୍ରୀ ପ୍ରସଙ୍ଗ ବେଶ ଗୁରୁତ୍ୱପୂର୍ଣ୍ଣ। ବିଜେପି ଏଠାରେ ନିଜ ଇଚ୍ଛାରେ ମନ୍ତ୍ରୀ ନିଯୁକ୍ତ କରିଥିବା କୁହାଯାଉଛି। 

ଆଉ ଏକ ବିବାଦ ହେଲା, ସର୍ବନିମ୍ନ ସହାୟକ ମୂଲ୍ୟ ନିଷ୍ପତ୍ତିରେ ଅନିୟମିତତା ଅଭିଯୋଗ। ସିନ୍ଦେ ସରକାର ସମୟରେ ଏମଏସପି ନିଷ୍ପତ୍ତିରେ ହେରଫେର ହୋଇଥିବା ବିଜେପି ଅଭିଯୋଗ କରିଥିଲା। ଫଡନାଭିସ ସରକାର ଦୁର୍ନୀତିର ଅଭିଯୋଗ କରି ଏମଏସ୍‌ପିରେ ଚାଷୀଙ୍କ ଠାରୁ ଉତ୍ପାଦ କିଣିବା ପାଇଁ ଅଧିକୃତ ରାଜ୍ୟସ୍ତରୀୟ ନୋଡାଲ ଏଜେନ୍ସିଗୁଡ଼ିକୁ ଟଙ୍କା ମାଗିଛି। ପୂର୍ବ ସରକାରରେ ସିନ୍ଦେ ସେନାର ଅବଦୁଲ ସତ୍ତାର ମାର୍କେଟିଂ ମନ୍ତ୍ରୀ ଥିଲେ। ସେ ଏବେ କାଠଗଡ଼ାରେ ରହିଥିବାରୁ ବିବାଦ ଆହୁରି ବଢ଼ିଛି। ମୁଖ୍ୟମନ୍ତ୍ରୀ ଫଡନାଭିସ ତଦନ୍ତର ନିର୍ଦ୍ଦେଶ ଦେଇଥିବା ବେଳେ ଏହାକୁ ସିନ୍ଦେ କ୍ୟାମ୍ପ ସହଜରେ ଗ୍ରହଣ କରିପାରୁ ନାହିଁ।

ବିଜେପି ନିୟନ୍ତ୍ରଣରେ ସ୍ଥିତି

ଯଦି ବିବାଦ କାରଣରୁ ସିନ୍ଦେ ସେନା ଓ ବିଜେପି ଅଲଗା ହୋଇଯିବେ, ତା’ହେଲେ ଫଡନାଭିସ ସରକାର ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। କାରଣ ବିଜେପି ମହାରାଷ୍ଟ୍ରର ୨୮୮ଟି ବିଧାନସଭା ଆସନରୁ ଏକାକୀ ୧୩୨ଟି ଜିତିଛି। ଅଜିତ ପାୱାରଙ୍କ ଏନସିପି ପାଖରେ ୪୧ଟି ଆସନ ରହିଛି। ସିନ୍ଦେ ସେନା ୫୭ଟି ଆସନ ଜିତିଥିଲା। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୪୫। ବିଜେପି ଓ ଏନସିପି ପାଖରେ ୧୭୩ ଜଣ ବିଧାୟକ ରହିଛନ୍ତି। ତେଣୁ ସିନ୍ଦେ ସେନାର ୫୭ ଜଣ ସାଂସଦ ସରକାରରୁ ବାହାରି ଗଲେ ମଧ୍ୟ ସରକାର ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story