Advertisment

ସୁଦାମ ମାରାଣ୍ଡିଙ୍କୁ ଝଟ୍‌କା ଦେଲେ ମୁଣ୍ଡା ସମ୍ପ୍ରଦାୟ!

ବିଜେପିରେ ମିଶିବା ପରେ ମୁଣ୍ଡା ସମ୍ପ୍ରଦାୟର ଯୁବ ସାଂସଦ ସଭାପତି ନେତା ଧର୍ମପଦ ସିଂ କହିଛନ୍ତି, ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସ୍ଥାନିତ କରିବାକୁ ମୁଣ୍ଡା ସମ୍ପ୍ରଦାୟ ଦୀର୍ଘ ଦିନରୁ ଦାବି କରିଆସୁଛି।

Munda

Munda

Advertisment

ବିଜେଡି ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡିଙ୍କୁ ଲାଗିଛି ଝଟକା। ତାଙ୍କ ଗଡ଼ରେ ଦମ୍‌ ଦେଖାଇଛି ବିଜେପି। ଆଜି ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀର ଶତାଧିକ ମୁଣ୍ଡା ସମ୍ପ୍ରଦାୟର ଲୋକ ବିଜେପିରେ ସାମିଲ୍‌ ହୋଇଛନ୍ତି। ବାଉଁବିଲା ସରପଞ୍ଚ ଲମ୍ବୋଧର ସଂଘ ବିଜେପିରେ ଯୋଗଦେଇଥିଲେ। ଆଉ ଖୋଲାଖୋଲି ଭାବେ ବିଜେଡି ସରକାରଙ୍କୁ ସମାଲୋଚନା କରିଛନ୍ତି।

Advertisment

ଆଜି ବାଙ୍ଗିରିପୋଷିରେ ଆୟୋଜିତ ହୋଇଥିଲା ମିଶ୍ରଣ ପର୍ବ। ଏଥିରେ ବିଜେପି ସାଂସଦ ପ୍ରାର୍ଥୀ ନବଚରଣ ମାଝୀ, ବିଧାୟକ ପ୍ରାର୍ଥୀ ସଞ୍ଜଳୀ ମୁର୍ମୁ, ବିଜେପି ଜିଲ୍ଲା ସଭାପତି କାନ୍ଦରା ସୋରେନ, ବିଜେପି ବରିଷ୍ଠ ନେତା ପ୍ରବୀଣ ଭଞ୍ଜଦେଓ, ସୁଗୁଦା ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ।

ବିଜେପିରେ ମିଶିବା ପରେ ମୁଣ୍ଡା ସମ୍ପ୍ରଦାୟର ଯୁବ ସାଂସଦ ସଭାପତି ନେତା ଧର୍ମପଦ ସିଂ କହିଛନ୍ତି, ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସ୍ଥାନିତ କରିବାକୁ ମୁଣ୍ଡା ସମ୍ପ୍ରଦାୟ ଦୀର୍ଘ ଦିନରୁ ଦାବି କରିଆସୁଛି। ହେଲେ ଆମକୁ ନ୍ୟାୟ ମିଳୁନି। କିଛି ଦିନ ତଳେ ରାଜ୍ୟ ସରକାରଙ୍କ ସଚିବ ମୁଣ୍ଡା ସମ୍ପ୍ରଦାୟର ବିଭିନ୍ନ ନେତାଙ୍କୁ ଭୁବନେଶ୍ୱର ଡାକି ପ୍ରତିଶ୍ରୁତି ଦେଇଥିଲେ। ହେଲେ ତାହା କାର୍ଯ୍ୟକାରୀ କଲେନାହିଁ। ସେଥିପାଇଁ ମୁଣ୍ଡା ସମ୍ପ୍ରଦାୟ ଚଳିତ ନିର୍ବାଚନରେ ବିଜେପି ସହ ମିଶି ନିର୍ବାଚନ ପ୍ରଚାର କରିବ ବୋଲି ଶ୍ରୀ ସିଂ କହିଛନ୍ତି।

Advertisment

ରିପୋର୍ଟ- ପାନିକଲାଲ ପାଣି

Bjp Baripada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe