ଅନନ୍ତ ସିଂହ
ବିହାର ବିଧାନସଭା ନିର୍ବାଚନ(Bihar election 2025)ରେ ଜେଡିୟୁର ବାହୁବଳୀ ନେତା ଅନନ୍ତ ସିଂହଙ୍କ ବଡ଼ ବିଜୟ। ଜେଲରେ ଥାଇ ମଧ୍ୟ ଅନନ୍ତ ସିଂହ ବିଧାନସଭା ନିର୍ବାଚନରେ ବାଜିମାତ କରିଛନ୍ତି। ସେ ଆରଜେଡିର ବୀଣା ଦେବୀଙ୍କୁ ୨୮ ହଜାରରୁ ଅଧିକ ଭୋଟରେ ହରାଇ ମୋକମା ଆସନରେ ବିଜୟୀ ହୋଇଛନ୍ତି।
ଆରମ୍ଭରୁ କିଛି ରାଉଣ୍ଡ ପଛରେ ଥିବା ଅନନ୍ତ ସିଂହ ଶେଷ ବେଳକୁ ୨୮ ହଜାରରୁ ଅଧିକ ଭୋଟରେ ଜିତି ଯାଇଛନ୍ତି। ଏଠାରେ ମୋଟ ୨୬ ରାଉଣ୍ଡରେ ଭୋଟ ଗଣତି ହୋଇଥିଲା। ଅନନ୍ତ ସିଂହଙ୍କୁ ୯୧୪୧୬ ଖଣ୍ଡ ଭୋଟ ମିଳିଥିବା ବେଳେ ବୀଣା ଦେବୀ ୬୩୨୧୦ ଖଣ୍ଡ ଭୋଟ ପାଇଛନ୍ତି। ଅର୍ଥାତ ଅନନ୍ତ ସିଂହ ଏଠାରୁ ୨୮ ୨୦୬ ଖଣ୍ଡ ଭୋଟରେ ଜିତିଛନ୍ତି। ଜନ ସୂରାଜ ପାର୍ଟିର ପ୍ରୟଦର୍ଶୀ ପୀୟୂଷଙ୍କୁ ୧୯୩୬୫ ଖଣ୍ଡ ଭୋଟ ମିଳିଛି।
ଚୂଡ଼ାନ୍ତ ରେଜଲ୍ଟ ବାହାରିବା ପୂର୍ବରୁ ଅନନ୍ତ ସିଂହ ତାଙ୍କ ସମର୍ଥନରେ ମୋକମାର ବିଭିନ୍ନ ସ୍ଥାନରେ ପୋଷ୍ଟ ମରାଯାଇଥିଲା। ଜେଲର ଫାଟକ ଭାଙ୍ଗିବ, ଆମର ବାଘ ବାହାରିବ ବୋଲି ପୋଷ୍ଟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି।
ନଭେମ୍ବର ୨ରେ ଜନ ସୂରାଜ ପାର୍ଟିର ଦୁଲାରଚାନ୍ଦ ଯାଦବଙ୍କ ହତ୍ୟା ଘଟଣାରେ ଅନନ୍ତ ସିଂହଙ୍କୁ ଗିରଫ କରାଯାଇଥିଲା। ସେ ଜେଲରେ ରହିଥିବା ବେଳେ ମୋକମାବାସୀ ଭୋଟ ଦେଇଥିଲେ। ଏବେ ଅନନ୍ତ ସିଂହ ମଧ୍ୟ ବିଜୟୀ ହୋଇଛନ୍ତି।
ଅନନ୍ତ ସିଂହଙ୍କ ପରିବାର ଲୋକ ଓ ସମର୍ଥକମାନେ ତାଙ୍କ ପାଇଁ ପ୍ରଚାର କରିଥିଲେ। ଜେଲରେ ଥିବାରୁ ଅନନ୍ତ ସିଂହ ପ୍ରଚାର କରିବାକୁ ସକ୍ଷମ ହୋଇ ନଥିଲେ। ଏହା ସତ୍ତ୍ୱେ ଲୋକମାନେ ତାଙ୍କୁ ବିଶ୍ୱାସକୁ ନେଇ ଭୋଟିଂ କରିଛନ୍ତି।
ଅନ୍ୟପକ୍ଷରେ ବିହାରରେ ଏନଡିଏ ଏକତରଫା ବିଜୟ ଦିଗରେ ଯାଉଛି। ୨୪୩ ବିଧାନସଭା ଆସନରୁ ଏନଡିଏ ୨୦୪ ଆସନରେ ଲିଡ କରୁଥିବା ବେଳେ ମହାଗଠବନ୍ଧନ ୩୨କୁ ଖସି ଆସିଛି। ଅନ୍ୟାନ୍ୟ ଦଳ ୪ଟି ଆସରେ ଆଗରେ ରହିଛନ୍ତି। ବିହାରରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୨୨। ୨୦୨୦ ତୁଳନାରେ ୨୦୨୫ରେ ମହାଗଠବନ୍ଧନ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/14/anata-singh-2025-11-14-15-01-57.jpg)