Advertisment

'ବିହାର କାଷ୍ଟ ସର୍ଭେରେ ମୁସଲମାନ ଏବଂ ଯାଦବଙ୍କ ସଂଖ୍ୟା ଜାଣିଜାଣି ବୃଦ୍ଧି କରାଯାଇଛି'

ବିହାରର ମୁଜାଫରପୁର ଜିଲ୍ଲାରେ ଅମିତ ଶାହ ଏକ ରାଲିକୁ ସମ୍ବୋଧିତ କରିବା ସମୟରେ ଏପରି କହିଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
Amit Shah

Amit Shah

ବିହାରର ନୀତିଶ କୁମାରଙ୍କ ସରକାର ଉପରେ ବର୍ଷିଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ରାଜ୍ୟରେ ଜାତିଗତ ଜନଗଣନା ସମୟରେ ହେରଫେର୍ କରାଯାଇଥିବା ଅଭିଯୋଗ ଆଣିଛନ୍ତି କେନ୍ଦ୍ର ମନ୍ତ୍ରୀ। କାଷ୍ଟ ସର୍ଭେ ସମୟରେ ସୁଚିନ୍ତିତ ଭାବେ ମୁସଲମାନ ଏବଂ ଯାଦବ ସମ୍ପ୍ରଦାୟଙ୍କ ସଂଖ୍ୟା ବୃଦ୍ଧି କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

Advertisment

ବିହାରର ମୁଜାଫରପୁର ଜିଲ୍ଲାରେ ଅମିତ ଶାହ ଏକ ରାଲିକୁ ସମ୍ବୋଧିତ କରିବା ସମୟରେ ଏପରି କହିଛନ୍ତି। ସେ କହିଛନ୍ତି ଯେ, ନୀତିଶ କୁମାରଙ୍କ ଜେଡି(ୟୁ) ଏନଡିଏର ଏକ ଅଂଶ ଥିବାବେଳେ ରାଜ୍ୟରେ କାଷ୍ଟ ସର୍ଭେ କରିବାର ନିଷ୍ପତ୍ତି ନିଆଯାଇଥିଲା। ପ୍ରଧାନମନ୍ତ୍ରୀଙ୍କୁ ବିରୋଧ କରିବା ଏହି ମେଣ୍ଟର ମୁଖ୍ୟ ଏଜେଣ୍ଡା। 

ଶାହ ଆହୁରି କହିଛନ୍ତି, "ନୀତିଶ କୁମାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖିବା ବନ୍ଦ କରନ୍ତୁ। କାହିଁକିନା ବିରୋଧୀ ମିଳିତ ମଞ୍ଚ ତାଙ୍କୁ ସଂଯୋଜକ ପଦରେ ବି ବସାଇନାହିଁ।"

Advertisment

ପ୍ରକାଶ ଥାଉ କି ଦେଶରେ ପ୍ରଥମ କରି ବିହାର ସରକାର ଜାତିଗତ ଜନଗଣନା କରିଛନ୍ତି। ବିଜେପି ଏହାକୁ ଦେଶ ବିଭାଜନର ମାଧ୍ୟମ ବୋଲି ଅଭିଯୋଗ କରୁଥିବା ବେଳେ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଶାହ କରିଥିଲେ ଯେ, ବିଜେପି ଜାତିଗତ ଜନଗଣନାକୁ ବିରୋଧ କରେନି। 

ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ବିଜେପିର ଇସ୍ତାହାର ପ୍ରକାଶ କରିବା ପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, ଜାତିଗତ ଜନଗଣନା ଚିନ୍ତାଧାରାକୁ ବିଜେପି ବିରୋଧ କରୁନାହିଁ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଦଳ ତରବରିଆ ନିଷ୍ପତ୍ତିକୁ ଗ୍ରହଣ କରିବ। ଏପରି ନିଷ୍ପତ୍ତିଗୁଡିକୁ ଚିନ୍ତା କରି ବିଚାରବିମର୍ଶ କରିବା ପରେ ଗ୍ରହଣ କରାଯିବା ଆବଶ୍ୟକ।

Bihar Amit Shah Bihar Caste Survey