Advertisment

ଭୋଟରଙ୍କ ସୁବିଧା ପାଇଁ ଉନ୍ମୋଚିତ ହୋଇଛି ‘ମୋ ବୁଥ୍ ଆପ୍’

ସହରାଞ୍ଚଳ ଭୋଟରଙ୍କୁ ସଚେତନ କରାଯିବା ଉଦ୍ଦେଶ୍ୟରେ ’ମୋ ବୁଥ୍ ଆପ୍’ ଗଠନ କରାଯାଇଛି

author-image
Biswajit Samal
My Booth App

My Booth App

ଭୋଟରଙ୍କ ସୁବିଧା ପାଇଁ ଉନ୍ମୋଚିତ ହୋଇଛି ‘ମୋ ବୁଥ୍ ଆପ୍’। ଭୁବନେଶ୍ୱରରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏହାକୁ ଉନ୍ମୋଚନ କରିଛନ୍ତି।

Advertisment

ସହରାଞ୍ଚଳ ଭୋଟରଙ୍କୁ ସଚେତନ କରାଯିବା ଉଦ୍ଦେଶ୍ୟରେ ’ମୋ ବୁଥ୍ ଆପ୍’ ଗଠନ କରାଯାଇଛି। ଏହି ଆପ୍ ଓ ୱେବସାଇଟ ମାଧ୍ୟମରେ ବୁଥ୍ ସମ୍ପର୍କରେ ସବୁ ତଥ୍ୟ ଜାଣିହେବ। ମତଦାତା ମାନେ ବୁଥର ନାଁ ଓ ଏହାର ଅବସ୍ଥିତି ସଂପର୍କରେ ସଠିକ୍ ତଥ୍ୟ ପାଇପାରିବେ। ଏହି ଆପ୍ ମାଧ୍ୟମରେ ସେକ୍ଟର ଅଧିକାରୀମାନେ ମତଦାନ କେନ୍ଦ୍ରରେ ପୋଲିଂ ପାର୍ଟି ପହଞ୍ଚିବାର ସମୟ, ମକ୍ ପୋଲ୍ ଓ ମତଦାନର ସଦ୍ୟ ସ୍ଥିତି ସହ ଭୋଟ୍ ଗ୍ରହଣ ପ୍ରକ୍ରିୟା ଶେଷ ଓ ବୁଥରୁ ପୋଲିଂ ପାର୍ଟିର ପ୍ରସ୍ଥାନ ସମ୍ପର୍କରେ ସୂଚନା ଦେବେ।

ଏହି ଅବସରରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା ମଣ୍ଡଳୀରେ ୭୫.୬୮ ପ୍ରତିଶତ ମତଦାନ ହୋଇଥିବା ସିଇଓ ସୂଚନା ଦେଇଛନ୍ତି। ନବରଙ୍ଗପୁରରେ ସବୁଠୁ ଅଧିକ ଓ ବ୍ରହ୍ମପୁରରେ ସବୁଠୁ କମ୍ ମତଦାନ ହୋଇଛି।

Advertisment
Election Commission My Booth App