Advertisment

ଭୋଟ ନହେଉଣୁ ପୁଅକୁ ଜିତାଇ ଦେଲେ ସୁର

ଗଣମାଧ୍ୟମକୁ ସୂଚନା ଦେଇ ସୁର କହିଛନ୍ତି, ବଞ୍ଚିଥିବା ପର୍ଯ୍ୟନ୍ତ କଂଗ୍ରେସରେ ରହିବି। କିନ୍ତୁ କୌଣସି ପାର୍ଟି ବୈଠକକୁ ଯିବିନି। ପୁଅକୁ ଜିତାଇବା ପାଇଁ ମୋ ଲୋକଙ୍କୁ କହୁଛି। କଂଗ୍ରେସରୁ ବହିଷ୍କାର ଖବର ଶୁଣି ମୋତେ ଭଲ ପାଉଥିବା ଲୋକମାନେ ବିଭିନ୍ନ ଅଞ୍ଚଳରୁ ଆସି ମୋତେ ଦେଖା କରୁଛନ୍ତି।

author-image
Manoranjan Sial
Congress

Congress

ଭୋଟ୍‌ ହୋଇନି। ଲୋକମାନେ ମତଦାନ ସାବ୍ୟସ୍ତ କରିନାହାନ୍ତି। କିନ୍ତୁ ପୁଅକୁ ଜିତାଇ ସାରିଲେଣି ସୁରେଶ ରାଉତରାୟ। ଖାଲି ଜିତାଇନାହାନ୍ତି, ଆଜି ପୁଣି ଥରେ କଂଗ୍ରେସ ଉପରେ ମନଇଚ୍ଛା ବର୍ଷିଛନ୍ତି। ଆଉ କହିଛନ୍ତି, ବହିଷ୍କାର ହୋଇଛି, ଭଲ ହୋଇଛି। ଏବେ ପୁଅ ପାଇଁ ପ୍ରଚାର କରିବି। କୌଣସି ଦଳ ପାଇଁ ନୁହେଁ। ଭୋଟ୍‌ ପରେ ସେମାନଙ୍କ(କଂଗ୍ରେସ) କଥା ବୁଝିବି ବୋଲି ସୁର କହିଛନ୍ତି।

Advertisment

ଗଣମାଧ୍ୟମକୁ ସୂଚନା ଦେଇ ସୁର କହିଛନ୍ତି, ବଞ୍ଚିଥିବା ପର୍ଯ୍ୟନ୍ତ କଂଗ୍ରେସରେ ରହିବି। କିନ୍ତୁ କୌଣସି ପାର୍ଟି ବୈଠକକୁ ଯିବିନି। ପୁଅକୁ ଜିତାଇବା ପାଇଁ ମୋ ଲୋକଙ୍କୁ କହୁଛି। କଂଗ୍ରେସରୁ ବହିଷ୍କାର ଖବର ଶୁଣି ମୋତେ ଭଲ ପାଉଥିବା ଲୋକମାନେ ବିଭିନ୍ନ ଅଞ୍ଚଳରୁ ଆସି ମୋତେ ଦେଖା କରୁଛନ୍ତି। ମୋ ପ୍ରତି ଅନ୍ୟାୟ ହୋଇଛି ବୋଲି କହୁଛନ୍ତି। ଆସନ୍ତା ନିର୍ବାଚନରେ ମୋ ପୁଅକୁ ଭୋଟ ଦେଇ ଜିତାଇବେ ବୋଲି ଲୋକମାନେ ପ୍ରତିଶ୍ରୁତି ଦେଇଛନ୍ତି। ଏ କଥା ଶୁଣିବା ପରେ ମୋ ମନ ବହୁତ ଖୁସି ହୋଇଯାଇଛି। ମୋ ପୁଅ ଜିତିବା ଏକ ପ୍ରକାର ସୁଚିଶ୍ଚିତ ହୋଇଗଲାଣି। ମନ୍ମଥ ରାଉତରାୟ ଜିତି ସାରୁ। ଭବନାନଙ୍କ ଆଶୀର୍ବାଦରୁ ପୁଅ ମୋର ଭଲ ଭୋଟରେ ଜିତିବ। ସମୟକୁ ଅପେକ୍ଷା କର ବୋଲି ସୁର କହିଛନ୍ତି।

କଂଗ୍ରେସରୁ ବହିଷ୍କାର ନେଇ ସୁର ଆହୁରି କହିଛନ୍ତି, ମୁଁ କିଛି ଅନ୍ୟାୟ କରିନି। ସିମ୍ୱଲ ଧରିନି। ଏ ଜନ୍ମରେ ମଧ୍ୟ ଧରିବାର ନାହିଁ। ତାଙ୍କ ଅଫିସ ଯାଇନି। ମୋ ପୁଅକୁ ବିଜେଡି ଟିକଟ ଦେଲା। ସିଏ ସାଆଁବାଳକ ହେଲାଣି। ଜଣେ କ୍ୟାପ୍‌ଟେନ୍‌ ହିସାବରେ ସେ ୧୫୦ ଦେଶରେ ଜାହାଜ ଉଡାଇ ଆସିଲାଣି। ତାକୁ ମୁଁ ବୁଝାଇଲି। ଯେତେ ବୁଝାଇଲେ ମଧ୍ୟ ସେ ବୁଝିଲା ନାହିଁ। ସେ କହିଲା ମୋ ଲିଡର ନବୀନ ପଟ୍ଟନାୟକ, ପାଣ୍ଡିଆନ୍‌ ମୋ ବାପା। ତାକୁ ଟିକ୍‌ଟ ମିଳିଲା ମୋତେ ବହିଷ୍କାର କରିଦେଲେ ବୋଲି ସୁର କହିଛନ୍ତି।

Advertisment

ସୁର ଆହୁରି କହିଛନ୍ତି, ମୁଁ କୌଣସି ସ୍ଥାନରେ ପ୍ରଚାର କରିନାହିଁ। ସେମାନେ ମିଛ କହୁଛନ୍ତି। କିଛି ନଜାଣି ଅହଙ୍କାର ବଳରେ ମୋତେ ବହିଷ୍କାର କରିଛନ୍ତି। ୫୫ ବର୍ଷ ହେଲା ଦଳରରେ ରହିଛି। ଯେଉଁମାନେ ମୋତେ ବହିଷ୍କାର କରିଛନ୍ତି, ସେମାନେ କେତେ ବର୍ଷ ହେଲା ଦଳକୁ ଆସିଛନ୍ତି? ସେମାନେ କଂଗ୍ରେସକୁ ଲୁଟ୍‌ ଓ ହତ୍ୟା କରିଛନ୍ତି ବୋଲି ସୁର କହିଛନ୍ତି।

BjD Congress Loksabha Election