Advertisment

ପତ୍ନୀ ଆତ୍ମହତ୍ୟା କରିଦେବେ କହି ମନ୍ତ୍ରୀ ପଦ ହାତେଇ ଥିଲେ ସିନ୍ଦେ କ୍ୟାମ୍ପର ବିଧାୟକ!

କୋଙ୍କଣ ରିଜନର ଜଣେ ବିଧାୟକ କହିଥିଲେ ଯେ ଯଦି ସେ ସିନ୍ଦେ ସରକାରରେ ମନ୍ତ୍ରୀ ପଦ ନ ପାଇବେ, ତା’ହେଲେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ତାଙ୍କୁ ଶେଷ କରିଦେବେ।

author-image
Hemant Lenka
Shiv Sena

Shiv Sena

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପାଇଁ ଗୋଟିଏ ଲଜ୍ଜାଜନକ ସ୍ଥିତି ସୃଷ୍ଟି ହୋଇଛି। ତାଙ୍କ କ୍ୟାମ୍ପରେ ଥିବା ଶିବସେନାର ରାଇଗଡ ବିଧାୟକ ତଥା ମୁଖ୍ୟ ସଚେତକ ଭାରତ ଗୋଗାୱାଲେ ବଡ଼ ଦାବି କରିଛନ୍ତି। ମନ୍ତ୍ରୀ ପଦ ପାଇଁ ସିନ୍ଦେଙ୍କ ସହ ହାତ ମିଳିଥିବା ଶିବସେନାର କିଛି ବିଧାୟକ ଅଜବ କାରଣ ସବୁ କହିଥିବା ଭାରତ ଦାବି କରିଛନ୍ତି।

Advertisment

ତାଙ୍କ କହିବା କଥା ଯେ ମନ୍ତ୍ରୀ ପଦ ନ ମିଳିଲେ, ପତ୍ନୀ ଆତ୍ମହତ୍ୟା କରିଦେବେ ବୋଲି ଜଣେ ବିଧାୟକ କହିଥିଲେ। କୋଙ୍କଣ ରିଜନର ଜଣେ ବିଧାୟକ କହିଥିଲେ ଯେ ଯଦି ସେ ସିନ୍ଦେ ସରକାରରେ ମନ୍ତ୍ରୀ ପଦ ନ ପାଇବେ, ତା’ହେଲେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ତାଙ୍କୁ ଶେଷ କରିଦେବେ। ଯଦି ମନ୍ତ୍ରୀ ପଦ ନ ମିଳିବ, ତା’ହେଲେ ବିଧାୟକ ପଦରୁ ଇସ୍ତଫା ଦେଇଦେବେ ବୋଲି ତୃତୀୟ ବିଧାୟକ ଜଣଙ୍କ କହିଥିଲେ ବୋଲି ଭାରତ ଗୋଗାୱାଲେ କହିଛନ୍ତି। ଏଥିସହ ଲୋକମାନେ ପସନ୍ଦ କରୁଥିବାରୁ ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇଥିବା ମଧ୍ୟ ସେ କହିଛନ୍ତି।

ସିନ୍ଦେ କ୍ୟାମ୍ପରେ ଥିବା ଏହି ବିଧାୟକ ଜଣଙ୍କ ରାଇଗଡ଼ରେ ଆୟୋଜିତ ଗୋଟିଏ ସଭାରେ ଏପରି ବୟାନ ଦେଇଛନ୍ତି। ୨୦୨୨ ଜୁନ ମାସରେ ସିନ୍ଦେଙ୍କ ସହ ଶିବସେନା ବିରୋଧରେ ବିଦ୍ରୋହ କରିଥିବା ୪୦ ଜଣ ବିଧାୟକଙ୍କ ମଧ୍ୟ ଭାରତ ଗୋଗାୱାଲେ ରହିଥିଲେ। ସେ ମଧ୍ୟ ଅନ୍ୟ ବିଧାୟକଙ୍କ ଭଳି ମନ୍ତ୍ରୀ ପଦ ପାଇବା ଲୋଭରେ ରହିଛନ୍ତି। କିନ୍ତୁ ଏଯାଏ ତାଙ୍କୁ ମନ୍ତ୍ରୀ ପଦ ମିଳିନି।

Advertisment

ଏବେ ସେ କହିଛନ୍ତି, “ମୁଁ ଜାଣିବାକୁ ପାଇଥିଲି ଯେ ଆମ ମୁଖ୍ୟମନ୍ତ୍ରୀ(ଏକନାଥ ସିନ୍ଦେ) ସମସ୍ୟାରେ ରହିଛନ୍ତି। ତେଣୁ ମନ୍ତ୍ରୀ ପଦ ପାଇବା ରେସ୍‌ରୁ ମୁଁ ନିଜେ ଓହରି ଯାଇଥିଲି। କିନ୍ତୁ ବାକି ସବୁ ବିଧାୟକ କ’ଣ କଲେ? ସେମାନେ ଭିନ୍ନଭିନ୍ନ ଆଳ ସବୁ ଦେଖାଇଲେ। ମୁଁ ଜଣେ ବିଧାୟକଙ୍କୁ ଡାକି ସମ୍ବାଜୀନଗରରେ ପ୍ରଶ୍ନ କରିଥିଲି। ୫ ଜଣଙ୍କ ମଧ୍ୟରୁ ୨ ଜଣ ମନ୍ତ୍ରୀ ହେବାକୁ ଆଉ ଇଚ୍ଛା କରି ନଥିଲେ।

ମୁଁ ଜଣେ ବିଧାୟକଙ୍କୁ ପଚାରିଲି ଯେ କାହିଁକି ମନ୍ତ୍ରୀ ହେବାକୁ ଏତେ ବ୍ୟସ୍ତ? ମୋ ପତ୍ନୀ ଯେତେବେଳେ କହୁଛି ସେତେବେଳେ ମୁଁ କ’ଣ କରିବି ବୋଲି ସେ ମୋତେ କହିଥିଲେ। ଏହାପରେ ମୁଁ ତାଙ୍କୁ ମନ୍ତ୍ରୀ ପଦ ଦେବାକୁ ଏକନାଥ ସିନ୍ଦେଙ୍କୁ କହିଥିଲି।

ଆଉ ଜଣେ ନାରାୟଣ ରାଣେଙ୍କ କଥା କହିଥିବା ବେଳେ ତୃତୀୟ ବିଧାୟକ ଇସ୍ତଫାର ଭୟ ଦେଖାଇଥିଲେ। ତେଣୁ ସେମାନଙ୍କୁ ମନ୍ତ୍ରୀ ପଦ ଦେବାକୁ ମୁଁ କହିଥିଲେ। ସେମାନଙ୍କ ପାଥଁ ମୁଁ ସେତେବେଳେ ଅପେକ୍ଷା କରିଥିଲି ଓ ଏବେ ବି ସେହି ଅପେକ୍ଷା ସରିନି।”

Shiv Sena Eknath Sinde