Advertisment

ନବ ଦାସ ହତ୍ୟା: ତଦନ୍ତ ବାଟବଣା, ଚିଠି ମାଗିଲେ ବିରୋଧୀ ଦଳ ନେତା

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାକୁ ୫୦ଦିନ ପରେ ବି ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଂଚ ଏହି ହତ୍ୟା ପଛର କାରଣ ଜାଣିବାରେ ସକ୍ଷମ ହୋଇନି ।

Jayanarayan Mishra

Jayanarayan Mishra

Advertisment

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାକୁ ୫୦ଦିନ ପରେ ବି ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଂଚ ଏହି ହତ୍ୟା ପଛର କାରଣ ଜାଣିବାରେ ସକ୍ଷମ ହୋଇନି । ହତ୍ୟା ପଛରେ କେଉଁମାନେ ଅଛନ୍ତି, ହତ୍ୟା ଅଭିଯୁକ୍ତ ଗୋପାଳ ଦାସକୁ କିଏ ପାଗଳ ସଜାଇବାକୁ ଚାହୁଁଛି, ତଦନ୍ତରେ ଏଫବିଆଇ ସହାୟତା ନେବାକୁ କେନ୍ଦ୍ର ସରକାରଙ୍କୁ ଲେଖିଥିବା ଚିଠି ଓ ହାଇକୋର୍ଟ ତଦାରଖରେ ତଦନ୍ତ ପାଇଁ ଲେଖିଥିବା ଚିଠିକୁ ରାଜ୍ୟ ସରକାର ଉପସ୍ଥାପନ କରନ୍ତୁ ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଦାବି କରିଛନ୍ତି ।

Advertisment

ଆଜି ଶୂନ୍ୟକାଳରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲା ଉଠାଇ ଶ୍ରୀ ମିଶ୍ର କହିଥିଲେ ଯେ, ହତ୍ୟାକାଣ୍ଡକୁ ୫୦ ଦିନ ପୁରିଗଲାଣି । ହତ୍ୟାକାଣ୍ଡର ଉଦ୍ଦେଶ୍ୟ କ’ଣ ଓ ଘଟଣା ପଛରେ କିଏ ତାହା ଏପର୍ଯ୍ୟନ୍ତ ଜଣା ପଡ଼ିଲା ନାହିଁ । ଏସସିବି ମେଡ଼ିକାଲ ବୋର୍ଡ ଗୋପାଳ ପାଗଳ ନୁହେଁ ବୋଲି କହିବା ପରେ ବି କାହିଁକି ତାକୁ ନିମାଂସ ନେବାକୁ ତଦନ୍ତକାରୀ ସଂସ୍ଥା ପ୍ରୟାସ କରୁଛି । ଗୋପାଳକୁ ପାଗଳ ସାବ୍ୟସ୍ତ କରିବା ପାଇଁ କାହିଁକି ସରକାର ଚାହୁଁଛନ୍ତି । ଏସସିବି ମେଡ଼ିକାଲକୁ ବିଶ୍ୱସ୍ତରୀୟ କହୁଥିବାବେଳେ କାହିଁକି ସେଠାର ଡାକ୍ତରମାନଙ୍କ ରିପୋର୍ଟକୁ ସରକାର ଅବା ତଦନ୍ତକାରୀ ସଂସ୍ଥା ବିଶ୍ୱାସ କରୁନାହାନ୍ତି । ଏହି ହତ୍ୟା ପଛରେ ଯଦି ଷଡ଼ଯନ୍ତ୍ର ହୋଇଛି କିଏ କରିଛି, ତାହା ଲୋକଲୋଚନକୁ ସରକାର ଆଣନ୍ତୁ ।

ଏହାସହିତ ଉଚ୍ଚସ୍ତରୀୟ ତଦନ୍ତ ଓ ହତ୍ୟା ପଛର କାରଣ ଜାଣିବା ନିମନ୍ତେ ରାଜ୍ୟ ସରକାର ଏଫବିଆଇର ସହାୟତା ନେବାକୁ କେନ୍ଦ୍ର ସରକାରଙ୍କୁ ଲେଖିଥିବା ଚିଠି ଏବଂ ହତ୍ୟା ମାମଲାର ହାଇକୋର୍ଟ ତଦାରଖରେ ତଦନ୍ତ ପାଇଁ ଯେଉଁ ଚିଠି ଲେଖା ହୋଇଛି, ଉଭୟ ଚିଠିକୁ ସରକାର ଗୃହରେ ଉପସ୍ଥାପନ କରିବେ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି ।

Advertisment

ସୂଚନାଯୋଗ୍ୟ, ନବ ଦାସ ହତ୍ୟା ମାମଲାକୁ ୫୦ଦିନ ପରେ ବି କ୍ରାଇମବ୍ରାଂଚ ସମ୍ପୂର୍ଣ୍ଣ ନିରବ ରହିଥିବାବେଳେ ଏପର୍ଯ୍ୟନ୍ତ ହତ୍ୟା ପଛର କାରଣ କ’ଣ ତାହା ଜଣାପଡ଼ିନି । ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ପୁଲିସ ଡିଜି ପର୍ଯ୍ୟନ୍ତ ସମସ୍ତେ ଏହି ହତ୍ୟା ମାମଲାରେ ନିରବ ରହୁଥିବାରୁ ଏହା ପଛରେ ବଡ଼ଧରଣର ଷଡ଼ଯନ୍ତ୍ର ହୋଇଥାଇପାରେ ବୋଲି ଲୋକଲୋଚନରେ ଆଲୋଚନା ହେଉଛି । ବିରୋଧୀ ଦଳ ଦ୍ୱାରା ଏହି ହତ୍ୟା ପାଇଁ ସିଧାସଳଖ ତୃତୀୟ ମହଲାର ଅଫିସରଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଥିବାବେଳେ ଏହା ପଛରେ ଉଭୟ ବ୍ୟବସାୟିକ ଓ ରାଜନୀତିକ ଷଡ଼ଯନ୍ତ୍ର ଥିବା ଚର୍ଚ୍ଚା ହେଉଛି ।

Odisha Assembly Naba Das Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe