ରହସ୍ୟରେ ରହିଯିବ ନବଙ୍କ ହତ୍ୟା: ତଦନ୍ତକୁ ବାଟବଣା କଲାଣି ରାଜନୀତିକ ଛକାପଞ୍ଝା

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ମୃତ୍ୟୁର ୧୦ଦିନ ପରେ ବି ହତ୍ୟା ପଛର କାରଣ ଖୋଜିବାରେ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଂଚ ଫେଲ୍ ମାରିଥିବାବେଳେ ସୁଚିନ୍ତିତ ଢଙ୍ଗରେ ଚାଲିଥିବା ରାଜନୀତିକ ବୟାନବାଜି ନବଙ୍କ ହତ୍ୟାର ତଦନ୍ତକୁ ବାଟବଣା କରୁଥିବା ଚର୍ଚ୍ଚା ହେଉଛି ।

Naba Das murder PhotoOR

ନବ ଦାସ

Niranjan Mishra
  • Published: Tuesday, 07 February 2023
  • Updated: 08 February 2023, 02:58 PM IST

Sports

Latest News

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ମୃତ୍ୟୁର ୧୦ଦିନ ପରେ ବି ହତ୍ୟା ପଛର କାରଣ ଖୋଜିବାରେ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଂଚ ଫେଲ୍ ମାରିଥିବାବେଳେ ସୁଚିନ୍ତିତ ଢଙ୍ଗରେ ଚାଲିଥିବା ରାଜନୀତିକ ବୟାନବାଜି ନବଙ୍କ ହତ୍ୟାର ତଦନ୍ତକୁ ବାଟବଣା କରୁଥିବା ଚର୍ଚ୍ଚା ହେଉଛି । ନବଙ୍କ ସମ୍ମାନରେ ଆସନ୍ତା ୯ତାରିଖରେ ଝାରସୁଗୁଡ଼ାରେ ବିଜେଡି ପକ୍ଷରୁ ବିଶାଳ ସ୍ମୃତିସଭା ଆୟୋଜନ ପାଇଁ ପ୍ରସ୍ତୁତି ସହ ସେଥିରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲେ ମଧ୍ୟ କ୍ରାଇମବ୍ରାଂଚ କାହିଁକି ଏପର୍ଯ୍ୟନ୍ତ ହତ୍ୟା ପଛର ରହସ୍ୟକୁ ଭେଦ କରିବାରେ ସକ୍ଷମ ହେଉନି ତାହା କେହି ଜାଣିପାରୁନାହାନ୍ତି । ଆଉ ସରକାରଙ୍କ ବିଫଳତାକୁ ଶାଣିତ ସମାଲୋଚନା କରୁଥିବା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ମୁହଁ ଚୁପ୍ ରଖିବାକୁ ଗତ ଦୁଇଦିନ ଧରି ବିଜେଡି ନିଜର ନେତାମାନଙ୍କ ମାଧ୍ୟମରେ ଶ୍ରୀ ମିଶ୍ରଙ୍କୁ ଦୋଷୀ ସଜାଇବାକୁ ପ୍ରୟାସ ଆରମ୍ଭ କରିଦେଇଛି । ଆଉ ବିଜେଡି ଓ ବିଜେପିର ଏହି କଳି ମଧ୍ୟରେ ନବ ଦାସଙ୍କ ହତ୍ୟା ପଛର କାରଣ ସବୁଦିନ ପାଇଁ ଗୁମର ହୋଇ ରହିଯିବ ବୋଲି ଆଶଙ୍କା କରାଯାଉଛି ।

ଗତକାଲି ବିଜେଡି ନେତା ଅଜୟ ଦାସ(ବଲାଙ୍ଗିର) ଓ ଆଜି ସଞ୍ଜୟ ବାବୁ(ସମ୍ବଲପୁର)ଙ୍କ ମାଧ୍ୟମରେ ଦଳ ପକ୍ଷରୁ ନବ ଦାସଙ୍କ ହତ୍ୟା ପଛରେ ରାଜନୀତିକ ଷଡ଼ଯନ୍ତ୍ର ରହିଥିବାର ଅଭିଯୋଗ ଅଣାଯାଇଛି । ଏପରିକି ଜୟନାରାୟଣଙ୍କୁ ଆକ୍ଷେପ କରି ବିଜେଡି ନିଜର ବୟାନବାଜି କରିବା ସହ ବରଗଡ଼ ଲୋକସଭା ଆସନ ଉପରେ ନଜର ପକାଇଥିବା ବିଜେପିର ଜଣେ ଶୀର୍ଷସ୍ତରର ନେତାଙ୍କୁ ମଧ୍ୟ ନବ ହତ୍ୟା ସହ ଯୋଡ଼ିବା ପ୍ରୟାସରେ ବିଜେଡି ଆନୁଷ୍ଠାନିକ ବୟାନ ଦେଇଛି । ବିଜେପି ପକ୍ଷରୁ ମଧ୍ୟ ଗତକାଲି ଦଳର ବିଧାୟକ ସୁବାସ ପାଣିଗ୍ରାହୀ ଏହି ହତ୍ୟା ପଛରେ ଉପକୂଳ ଓଡ଼ିଶାର ଜଣେ ପ୍ରଭାବଶାଳୀ ବିଜେଡି ନେତା ଅଛନ୍ତି ଓ ଏହା ରାଜନୀତିକ ବ୍ୟବସାୟିକ ହତ୍ୟା ବୋଲି ଅଭିଯୋଗ କରିଥିଲେ । ପୂର୍ବରୁ ଜୟନାରାୟଣ ଏହି ହତ୍ୟାକୁ ନେଇ କ୍ରମାଗତ ରାଜ୍ୟ ସରକାରଙ୍କୁ ଶାଣିତ ସମାଲୋଚନା କରିଆସୁଛନ୍ତି । ଏପଟେ ହତ୍ୟାର ପ୍ରଥମଦିନରୁ ତଦନ୍ତ ଭାର ନେଇଥିବା କ୍ରାଇମବ୍ରାଂଚ କୌଣସି ନିର୍ଯ୍ୟାସରେ ପହଂଚି ନଥିବା ତଥା ଦିନକୁ ଦିନ ନୂଆ ନୂଆ ଥିଓରି ରଖୁଥିଲେ ମଧ୍ୟ ହତ୍ୟା ପଛର ପ୍ରକୃତ କାରଣ କ’ଣ ତାହା ସ୍ପଷ୍ଟ କରୁନି । ହତ୍ୟାର ୧୦ଦିନ ପରେ ଆଜି ସିନ୍ ରିକ୍ରିଏଟ୍ କରି ଅଭିଯୁକ୍ତ ଗୋପାଳ ଦାସଙ୍କୁ ଘଟଣାସ୍ଥଳକୁ ଆଣିଥିବା କ୍ରାଇମବ୍ରାଂଚ କାହିଁକି ଏତେଦିନ ପର୍ଯ୍ୟନ୍ତ ସିନ୍ ରିକ୍ରିଏଟ୍ କରିନଥିଲା ତାକୁ ନେଇ ପ୍ରଶ୍ନ ଉଠିଛି ।

ଆସନ୍ତାକାଲି ଗୋପାଳର ରିମାଣ୍ଡ ଅବଧି ସରିବାକୁ ବସିଛି । କ୍ରାଇମବ୍ରାଂଚର ତଦନ୍ତର ନୂଆ ନୂଆ ଥିଓରି ସାଧାରଣ ଲୋକଙ୍କ ପାଇଁ ଗ୍ରହଣୀୟ ହୋଇପାରୁନଥିବା ତଥା ହତ୍ୟା ପଛର କାରଣକୁ ଭେଦିବାରେ କାହିଁକି ପୁଲିସ ସକ୍ଷମ ହେଉନି ତାକୁ ନେଇ ସାଧାରଣରେ କ୍ରାଇମବ୍ରାଂଚର ଦକ୍ଷତା ଓ ବିଶ୍ୱସନୀୟତା ଉପରେ ସନ୍ଦେହ ସୃଷ୍ଟି ହୋଇଛି । ଗଣମାଧ୍ୟମଠୁ ଆରମ୍ଭ କରି ବିରୋଧୀ ଦଳ, ସାଧାରଣ ଲୋକ ପର୍ଯ୍ୟନ୍ତ ସମସ୍ତେ ଏହି ହତ୍ୟା ପଛରେ କୋଇଲା ପରିବହନଜନିତ ବ୍ୟବସାୟିକ ଶତ୍ରୁତା ଥାଇପାରେ ବୋଲି ସନ୍ଦେହ କରୁଥିଲେ ମଧ୍ୟ କ୍ରାଇମବ୍ରାଂଚ କାହିଁକି ଏପର୍ଯ୍ୟନ୍ତ ରାଜନୀତିକ ଓ ବ୍ୟବସାୟିକ ଦିଗକୁ ଉନ୍ମୋଚନ କରୁନି କିମ୍ବା ସେଦିଗରେ ତଦନ୍ତକୁ ଆଗଉ ନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେପଟେ ରାଜ୍ୟ ସରକାର ନିଜର ଭାବମୂର୍ତ୍ତି ରକ୍ଷା ପାଇଁ ଜଷ୍ଟିସ ଜେପି ଦାସଙ୍କୁ ତଦନ୍ତର ତଦାରଖ ନିମନ୍ତେ ନିଯୁକ୍ତି ଦେଇଥିଲେ ମଧ୍ୟ ତାଙ୍କର ନିଯୁକ୍ତି ଉପରେ ବିଜେପି ପ୍ରଶ୍ନ ଉଠାଇଲାଣି । ରାଜ୍ୟ ସରକାର ମଧ୍ୟ ନବ ଦାସ ହତ୍ୟା ମାମଲାରେ ଜଷ୍ଟିସ ଜେପି ଦାସଙ୍କୁ କେଉଁ ଆଇନ ବଳରେ ନିଯୁକ୍ତି ଦେଇଛନ୍ତି ଓ ତାଙ୍କର କାର୍ଯ୍ୟ କ’ଣ ରହିବ ସେ ନେଇ କୌଣସି ତଥ୍ୟ ଦେଉନାହାନ୍ତି ।

Also Read

 ଏପଟେ ଦିନ ଗଡ଼ିବା ସହ ନବ ଦାସଙ୍କ ହତ୍ୟାର ତଦନ୍ତକୁ ବାଟବଣା କରିବା ପାଇଁ ରାଜନୀତିକସ୍ତରରେ ଚାଲିଥିବା ପ୍ରୟାସରୁ ଫାଇଦା ଉଠାଇ କ୍ରାଇମବ୍ରାଂଚ ନିଜର ନୂଆ କାହାଣୀ ଆଗକୁ ଆଣିବାରେ ଲାଗିଛି । ପାରିପାଶ୍ୱିର୍କ ପରିସ୍ଥିତି ଓ କ୍ରାଇମବ୍ରାଂଚର ତଦନ୍ତର ଗତି ଓ ଦିଗ ହିଁ ନବ ଦାସଙ୍କ ହତ୍ୟା ପଛରେ ରହିଥିବା ଷଡ଼ଯନ୍ତ୍ର ଉପରେ ସବୁଦିନ ପାଇଁ ପରଦା ଢ଼ାଙ୍କିବାକୁ ବେଶ୍ ସନ୍ତର୍ପଣରେ ଉଦ୍ୟମ ଚାଲିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story