Advertisment

ହିଞ୍ଜିଳିରେ ନିଜ ସଂଗଠନକୁ ରଖିପାରିଲେନି ନବୀନ, ବିଜେଡି ଛାଡ଼ିଲେ ବହୁ ସରପଂଚ ଓ ସମିତି ସଭ୍ୟ

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ ବିଜେଡ଼ି ଛାଡ଼ି ବିଜେପିରେ ଯୋଗ ଦେଇଥିବା ହିଞ୍ଜଳି ନିର୍ବାଚନମଣ୍ଡଳୀର ନିର୍ବାଚିତ ଜନପ୍ରତିନିଧିମାନଙ୍କ ସମେତ ବରିଷ୍ଠ ନେତାମାନଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ ।

Nabeen Patnaik

Nabeen Patnaik

Advertisment

ନିଜ ଗଡ଼କୁ ରକ୍ଷା କରିପାରିଲେନି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦୀର୍ଘ ଅଢ଼େଇ ଦଶନ୍ଧି ଧରି ହିଞ୍ଜିଳି ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହେଉଥିବା ନବୀନଙ୍କ ଉପରୁ ଆସ୍ଥା ହରାଇ ହିଞ୍ଜିଳି ଓ ଶେରଗଡ଼ ବ୍ଲକର ବହୁ ସରପଂଚ ଓ ସମିତି ସଭ୍ୟ ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ସେମାନଙ୍କ ସହ ଅନେକ ପୂର୍ବତନ ସରପଂଚ,ସମିତି ସଭ୍ୟ, ସଂଗଠକ ମଧ୍ୟ ବିଜେଡି ଛାଡ଼ିଛନ୍ତି । ନିଜ ଗଡ଼ରେ ଦଳୀୟ ସଂଗଠନକୁ ରଖିବାରେ ବିଫଳ ହୋଇଥିବା ନବୀନ ସମଗ୍ର ରାଜ୍ୟରେ ବିଜେଡିକୁ କିଭଳି ସୁରକ୍ଷିତ ରଖିବେ ତାକୁ ନେଇ ଏବେ ଆଶଙ୍କା ସୃଷ୍ଟି ହୋଇଛି ।

Advertisment

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ ବିଜେଡ଼ି ଛାଡ଼ି ବିଜେପିରେ ଯୋଗ ଦେଇଥିବା ହିଞ୍ଜଳି ନିର୍ବାଚନମଣ୍ଡଳୀର ନିର୍ବାଚିତ ଜନପ୍ରତିନିଧିମାନଙ୍କ ସମେତ ବରିଷ୍ଠ ନେତାମାନଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ । ହିଞ୍ଜିଳିରୁ ବିଜେପିର ବିଧାୟକ ପ୍ରାର୍ଥୀ ଶିଶିର ମିଶ୍ରଙ୍କ ନେତୃତ୍ୱରେ ବିଜେଡି ନେତା ରାମକୃଷ୍ଣ ମହାକୁଡ଼ଙ୍କ ସହଯୋଗରେ ହିଞ୍ଜିଳି ବ୍ଲକର ସରପଂଚ ବିକାଶ ସେଠୀ,ବିଜୟ ବେହେରା, ସନ୍ତୋଷ ସାହୁ, ସୁରେଶ ବରଡ, କୃଷ୍ଣଚନ୍ଦ୍ର ସୁଆଁସିଆ, ଗୁରୁନାଥ ପୋଲାଇ, ଶିବାଜୀ ବିଶୋଇ, ସମିତିସଭ୍ୟ ଇପିଲି ରାଜା, ମାର୍କଣ୍ଡ ପାଣିଗ୍ରାହୀ ପ୍ରମୁଖ ନିଜ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି । ସେହିପରି ଶେରଗଡ଼ ବ୍ଲକର ସରପଂଚ ଉଦୟନାଥ ପ୍ରଧାନ, ପୂର୍ବତନ ସରପଂଚ ପଦ୍ମନାଭ ପାତ୍ର, ଧ୍ରୁବଚରଣ ନାୟକ,ପୂର୍ବତନ ସମିତିସଭ୍ୟ ଶରତ ଚନ୍ଦ୍ର ଗୌଡ଼, ପୂର୍ବତନ ସରପଂଚ ଧର୍ନୁଧର ମଲ୍ଲିକ, ପୂର୍ବତନ ନାଏବ ସରପଂଚ ପ୍ରମୋଦ ବିଶୋଇ, ମୁକେଶ ସାହୁ, ପ୍ରତାପ ପ୍ରଧାନ, ତାପସ ପ୍ରଧାନ, ଜିତେନ୍ଦ୍ର ମହାରଣା, ସୁନନ୍ଦ ପାଢ଼ୀ, ସରପଂଚ ସଞ୍ଜୟ ଜେନା,ନନ୍ଦିକ ଗାଁର ପୂର୍ବତନ ବିଜେଡି ସରପଂଚ ରୋହିତ ପ୍ରଧାନ, ପୂର୍ବତନ ସମିତିସଭ୍ୟ ମନୋଜ ପ୍ରଧାନ, ପୂର୍ବତନ ସରପଂଚ ହରିହର ଦାସ, ପୂର୍ବତନ ଉପାଧ୍ୟକ୍ଷ ଅଶୋକ ପଣ୍ଡା, ପୂର୍ବତନ ସମିତି ସଭ୍ୟ ଯୋଗେନ୍ଦ୍ର ବେହେରା, ପୂର୍ବତନ ସରପଂଚ ପ୍ରକାଶବେହେରା, ପୂର୍ବତନ ସରପଂଚ ପ୍ରବୀଣ ପାଣିଗ୍ରାହୀ, ପୂର୍ବତନ ୱାର୍ଡମେମ୍ବର ପବିତ୍ର ପାଠୀ, ଝିଝୁ ପାଣିଗ୍ରାହୀ, ସନ୍ୟାସୀ ସାହୁ, କୈଳାସ ବେହେରା, ସିନି ପାପେୟା ପାତ୍ର, ଆର ସୁଦାମ, ଡି.ବଳରାମ ପାତ୍ର, ହରିଶ୍ଚନ୍ଦ୍ର ସାହୁ, ଇ.ମହେଶ୍ୱର, ଶଙ୍କର ସାବତ, ରାସ ବିହାରୀ ଦାସ, ଶଙ୍କର ପୃଷ୍ଟି, ଆନନ୍ଦ ପ୍ରଧାନ, ପ୍ରଦୀପ ପାଣିଗ୍ରାହୀ, ସୁବାଷ ଗୌଡ଼, ରତିକାନ୍ତ ପରିଡା, ଏମ୍‌.ରାମମୂର୍ତି, କେ. ପୁରୁଷତୋମ, ପି.ବାବୁ ରାଓଙ୍କ ସମେତ ଶତାଧିକ ବିଜେଡି ନେତା ଓ କର୍ମୀ ଆଜି ବିଜେଡି ଛାଡି ବିଜେପିରେ ଆନୁଷ୍ଠାନିକଭାବେ ସାମିଲ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ, ଗରୀବ କଲ୍ୟାଣ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସମସ୍ତେ ବିଜେପିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ସାଂସଦ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ, ସାରଦା ପ୍ରସାଦ ଶତପଥୀ, ସରୋଜ କର,କସ୍ତୁରୀ ମିଶ୍ର, ବିଜୟ ସ୍ୱାଇଁ, ମାଧବ ଗୌଡ଼, ଦୁଷ୍ମନ୍ତ ସାହୁ, ରାକେଶ ରଥ, ଏନକେ ସାହୁ,ଗୌରାଙ୍ଗ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ ।

Advertisment

ତେବେ ଚଳିତ ନିର୍ବାଚନରେ ହିଞ୍ଜିଳିରେ କଡ଼ା ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହୋଇଥିବା ନବୀନଙ୍କଠୁ ସ୍ଥାନୀୟ ନିର୍ବାଚିତ ପ୍ରତିନିଧିମାନେ ଆସ୍ଥା ହରାଇ ବିଜେପିରେ ସାମିଲ ହେବାର ପ୍ରତିକୂଳ ପ୍ରଭାବ ରାଜ୍ୟରେ ବିଜେଡି ସଂଗଠନ ଉପରେ ପଡ଼ିବାର ଆଶଙ୍କା ରହିଛି । ଯେଉଁଠି ଦଳର ସୁପ୍ରିମୋ ନିଜ ଗଡ଼କୁ ବଂଚାଇବାରେ ସକ୍ଷମ ହେଉନାହାନ୍ତି, ସେଠାରେ ସାଧାରଣ କର୍ମୀ ଓ ଦଳୀୟ ନେତାମାନେ କିଭଳି ବିଜେଡି ପାଇଁ କାର୍ଯ୍ୟ କରିବେ ବୋଲି ପ୍ରଶ୍ନ ଉଠିଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe