Advertisment

ଚନ୍ଦ୍ରବାବୁଙ୍କ ଦଳ ୧୫୧ ଓ ପବନ କଲ୍ୟାଣଙ୍କ ଦଳ ୨୪ ଆସନରେ ଦେବେ ପ୍ରାର୍ଥୀ

ଚନ୍ଦ୍ରବାବୁ ନାଇଡୁ କହିଛନ୍ତି, “ଏହି ମେଣ୍ଟ ରାଜ୍ୟର ଭବିଷ୍ୟତ। ଗୋଟିଏ ବଡ଼ କାମ ଦିଗରେ ଏହା ପ୍ରଥମ ଉଦ୍ୟମ।” ଟିଡିପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏବେ ଦଳ ବିଜେପି ସହ ମେଣ୍ଟ କରିବାକୁ ଗୁପ୍ତ ଭାବେ ଆଲୋଚନା କରିଛି।

author-image
Hemant Lenka
TDP

TDP

ଦେଶର ସାଧାରଣ ନିର୍ବାଚନ ସହ ଆନ୍ଧ୍ର ପ୍ରଦେଶରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ଏହାପୂର୍ବରୁ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି ବା ଟିଡିପି ଓ ପବନ କଲ୍ୟାଣଙ୍କ ଜନ ଜେନା ପାର୍ଟି ମଧ୍ୟରେ ସିଟ୍‌ ଶେୟାରିଂ ଫର୍ମୁଲା ଫାଇନାଲ ହୋଇଛି। ଦୁଇ ଦଳ ପ୍ରଥମ ଦଫାରେ ୧୧୮ ଜଣ ପ୍ରାର୍ଥୀଙ୍କ ନାଁ ମଧ୍ୟ ଘୋଷଣା କରିଛନ୍ତି।

Advertisment

ଦୁଇ ଦଳ ମଧ୍ୟରେ ହୋଇଥିବା ଡିଲ୍‌ ଅନୁସାରେ ଟିଡିପି ୧୫୧ଟି ଆସନ ଓ ପବନ କଲ୍ୟାଣଙ୍କ ଦଳ ବାକି ୨୪ଟି ଆସନରେ ପ୍ରାର୍ଥୀ ଦେବ। ଉଭୟ ମିଳିତ ଭାବେ କ୍ଷମତାରେ ଥିବା ଜଗନ ମୋହନ ରେଡ୍ଡୀ ସରକାରଙ୍କୁ ଗାଦିଚ୍ୟୁତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ୨୦୧୯ରେ ଟିଡିପିକୁ ହରାଇ ଜଗନ କ୍ଷମତା ଦଖଲ କରିଥିଲେ। ୨୦୨୪ରେ ଟିଡିପି ଏହାର ବଦଲା ନେବାକୁ ଲକ୍ଷ୍ୟ ରଖିଛି।

ଘୋଷଣା ଅନୁସାରେ, ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ନାଗା ଲୋକେଶ ମଙ୍ଗଲାଗିରି ଓ ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ କୁପ୍ପାମ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବେ। ଯଦି ବିଜେପି ଏମାନଙ୍କ ସହ ମେଣ୍ଟ କରେ, ତା’ହେଲେ ସେହି ଅନୁସାରେ ସିଟ୍‌ ଶେୟାରିଂ ଫର୍ମୁଲାରେ ବୁଝାମଣା କରାଯିବ।

Advertisment

ଚନ୍ଦ୍ରବାବୁ ନାଇଡୁ କହିଛନ୍ତି, “ଏହି ମେଣ୍ଟ ରାଜ୍ୟର ଭବିଷ୍ୟତ। ଗୋଟିଏ ବଡ଼ କାମ ଦିଗରେ ଏହା ପ୍ରଥମ ଉଦ୍ୟମ।” ଟିଡିପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏବେ ଦଳ ବିଜେପି ସହ ମେଣ୍ଟ କରିବାକୁ ଗୁପ୍ତ ଭାବେ ଆଲୋଚନା କରିଛି।

ଆଜି ମେଣ୍ଟ ପକ୍ଷରୁ ୧୧୮ଟି ଆସନ ପାଇଁ ପ୍ରାର୍ଥୀଙ୍କ ପାଇଁ ନାଁ ଘୋଷଣା କରାଯାଇଛି। ଟିଡିପି ୯୪ଟି ଆସନରେ ପ୍ରାର୍ଥୀ ଦେଇଛି। ଏମାନଙ୍କ ମଧ୍ୟରେ ୨୩ ଜଣ ନୂଆ ମୁହଁ ରହିଛନ୍ତି। ବାକି ୨୪ଟି ଆସନରେ ଜନ ସେନା ପାର୍ଟି ପ୍ରାର୍ଥୀ ଦେଇଛି।

Andhra Pradesh TDP