Advertisment

ନନ୍ଦିଘୋଷ ଟିଭିରେ ଏକଜିଟ୍ ପୋଲ୍ ପ୍ରସାରଣ: କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ

ଜନପ୍ରତିନିଧି ଆଇନ-୧୯୫୧ ଓ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ଖୋଲା ଉଲ୍ଲଘଂନ କରି ଆଜି ‘ନନ୍ଦିଘୋଷ ଟିଭି’ ଓଡ଼ିଶା ବିଧାନସଭା ନିର୍ବାଚନ ସଂକ୍ରାନ୍ତ ‘ଏକଜିଟ୍ ପୋଲ୍‌’ ପ୍ରସାରଣ କରିଥିଲା।

ଅଦ୍ୟତନ ହୋଇଛି
ECI

ECI

Advertisment

ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଘଂନ କରି ଓଡ଼ିଶା ବିଧାନସଭା ନିର୍ବାଚନ ଫଳାଫଳ ସଂକ୍ରାନ୍ତ ‘ଏକଜିଟ୍ ପୋଲ୍‌’ ପ୍ରସାରଣ କରିବା ନନ୍ଦିଘୋଷ ଟିଭିକୁ ମହଙ୍ଗା ପଡ଼ିଛି। ନନ୍ଦିଘୋଷ ଟିଭି ଦ୍ୱାରା ଏହି ଏକଜିଟ୍ ପୋଲ ପ୍ରସାରଣ ବିରୁଦ୍ଧରେ ବିଜେପି ଆଜି ଲିଖିତ ଅଭିଯୋଗ କରିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଜନପ୍ରତିନିଧି ଆଇନ-୧୯୫୧ର ଧାରା ୧୨୬(କ) ଅନୁସାରେ ଏକଜିଟ୍ ପୋଲ୍ ଉପରେ କଟକଣା ରହିଛି। ଚଳିତ ନିର୍ବାଚନରେ ଏପ୍ରିଲ ୧୯ ସକାଳ ୭ଟରୁ ଜୁନ୍ ୧ତାରିଖ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ଓପିନିଅନ ପୋଲ ଓ ଏକଜିଟ୍ ପୋଲ୍ ପ୍ରସାରଣ ଉପରେ ନିର୍ବାଚନ କମିଶନ କଟକଣା ଜାରି କରିଛନ୍ତି।

Advertisment

ଜନପ୍ରତିନିଧି ଆଇନ-୧୯୫୧ ଓ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ଖୋଲା ଉଲ୍ଲଘଂନ କରି ଆଜି ‘ନନ୍ଦିଘୋଷ ଟିଭି’ ଓଡ଼ିଶା ବିଧାନସଭା ନିର୍ବାଚନ ସଂକ୍ରାନ୍ତ ‘ଏକଜିଟ୍ ପୋଲ୍‌’ ପ୍ରସାରଣ କରିଥିଲା । ବିଜେପି ଏନେଇ ଆଜି ନିର୍ବାଚନ କମିଶନଙ୍କୁ ଫେରାଦ ହେବା ସହ ତୁରନ୍ତ ସମ୍ପୃକ୍ତ ଟିଭି ଚ୍ୟାନେଲ  ଓ ଏହାର ମାଲିକ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା। ବିଜେପିର ଅଭିଯୋଗ ଆଧାରରେ ନିର୍ବାଚନ କମିଶନ ଆଜି ସନ୍ଧ୍ୟାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଜାତୀୟ ନିର୍ବାଚନ କମିଶନଙ୍କ ନିକଟରେ ତଥ୍ୟପ୍ରମାଣ ସହ ଲିଖିତ ଅଭିଯୋଗ କରି ବିଜେପି କହିଛି ଯେ, ରାଜ୍ୟରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ବଳବତ୍ତର ରହିଛି । କିନ୍ତୁ ନିର୍ବାଚନ ଆଇନକୁ ଉଲ୍ଲଘଂନ କରି ନନ୍ଦିଘୋଷ ଟିଭି ଏକଜିଟ୍ ପୋଲ୍ ପ୍ରସାରଣ କରିଛି । ଏହି ଟିଭି ଚ୍ୟାନେଲ ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ(ବବି)ଙ୍କ ମାଲିକାନାରେ ରହିଛି । ତେଣୁ ଏଭଳି ଏକଜିଟ୍ ପୋଲ୍ ପ୍ରସାରଣ କରି ବିଜେଡି ସପକ୍ଷରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ପ୍ରୟାସ ହୋଇଛି । ଏକଜିଟ୍ ପୋଲରେ ବିଧାନସଭା ନିର୍ବାଚନରେ ବିଜେଡି ବହୁ ଅଧିକ ସଂଖ୍ୟାରେ ବିଜୟୀ ହୋଇଥିବା ଦର୍ଶାଯାଇଛି। ରାଜ୍ୟରେ ଶେଷ ପର୍ଯ୍ୟାୟ ପାଇଁ ମତଦାନ ଜୁନ ୧ରେ ହେବ। ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଓପିନିଅନ ପୋଲ୍ ଓ ଏକଜିଟ୍ ପୋଲ ଉପରେ ନିର୍ବାଚନ କମିଶନ କଟକଣା ଜାରି କରିଛନ୍ତି।

Advertisment

ବିଜେପି ଅଭିଯୋଗ କରିଛି ଯେ, ନନ୍ଦିଘୋଷ ଟିଭି ଜନପ୍ରତିନିଧି ଆଇନ-୧୯୫୧ର ଧାରା ୧୨୬(କ)କୁ ଉଲ୍ଲଘଂନ କରି ଏକଜିଟ୍ ପୋଲ୍ ପ୍ରସାରଣ କରିଛି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ଜାଣିଶୁଣି ଉଲ୍ଲଘଂନ କରାଯାଇଛି, ଯାହାକି ଗଣତନ୍ତ୍ର ଓ ନିର୍ବାଚନ ପ୍ରକ୍ରିୟା ପ୍ରତି ସିଧାସଳଖ ବିପଦ ସୃଷ୍ଟି କରୁଛି। ନନ୍ଦିଘୋଷ ଟିଭିରେ ପ୍ରସାରିତ ଏକଜିଟ୍ ପୋଲ ଉପରେ ତୁରନ୍ତ କଟକଣା ସହ ନନ୍ଦିଘୋଷ ଟିଭି ଓ ପ୍ରଣବପ୍ରକାଶ ଦାସଙ୍କ ନାଁରେ ଏଫଆଇଆର ରୁଜୁ କରିବାକୁ ବିଜେପି ଦାବି କରିଛି।

ଅନ୍ୟପକ୍ଷରେ ‘ନନ୍ଦିଘୋଷ ଟିଭି’ ଏକ୍ସ ମାଧ୍ୟମରେ ନିଜର ସଫେଇ ଦେଇ ଏହା ବୈଷୟିକ ତ୍ରୁଟିଜନିତ ଓ ଅଜାଣତରେ ହୋଇଥିବା କହିଛି। ଏହାକୁ ନିର୍ବାଚନୀ ତଥ୍ୟ ଭାବେ ଗ୍ରହଣ ନକରିବାକୁ ତା’ର ଦର୍ଶକମାନଙ୍କୁ ଅନୁରୋଧ କରିଛି।

Chief Election Commission
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe