Advertisment

ଆଉ ଏକ ମାଇଲଖୁଣ୍ଟ ହାସଲ କଲେ ପ୍ରଧାନମନ୍ତ୍ରୀ ମୋଦି, ପଛରେ ପଡ଼ିଲେ ଇନ୍ଦିରା ଗାନ୍ଧି

ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଜନୀତିକ ଯାତ୍ରାରେ ଐତିହାସିକ ସଫଳତା ଭାବେ ଯୋଡ଼ି ହୋଇ ସବୁ ଦିନ ପାଇଁ ରହିବ। ୨୦୦୧ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିବା ମୋଦି ଏବେ ଦେଶର ନେତୃତ୍ୱ ନେଉଛନ୍ତି।

PM Modi

PM Modi

Advertisment

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜନୀତିରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ଏବେ ଭାରତର ଦ୍ୱିତୀୟ ଦୀର୍ଘକାଳୀନ ପ୍ରଧାନମନ୍ତ୍ରୀ ଭାବେ (ଗୋଟିଏ ଥରରେ ବା କ୍ରମାଗତ ଭାବେ) କାର୍ଯ୍ୟ କରିବାର ରେକର୍ଡ ନିଜ ନାଁରେ କରି ନେଇଛନ୍ତି। ପୂର୍ବରୁ ଏହି ରେକର୍ଡ ଦିବଂଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ନାଁରେ ରହିଥିଲା।

Advertisment

୨୦୨୫ ମସିହା ଜୁଲାଇ ୨୫ରେ ପ୍ରଧାନମନ୍ତ୍ରୀ ଭାବେ ମୋଦି ତାଙ୍କ ଅଫିସରେ ୪୦୭୮ ଦିନ ପୂରଣ କରିଛନ୍ତି। ଇନ୍ଦିରା ଗାନ୍ଧି ୪୦୭୭ ଦିନ କ୍ରମାଗତ ପ୍ରଧାନମନ୍ତ୍ରୀ ଭାବେ ୧୯୬୬ରୁ ୧୯୭୭ ମଧ୍ୟରେ କାର୍ଯ୍ୟ କରିଥିଲେ।

ଏବେ ମୋଦି ଏହାକୁ ଅତିକ୍ରମ କରି ଯାଇଛନ୍ତି। ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଜନୀତିକ ଯାତ୍ରାରେ ଐତିହାସିକ ସଫଳତା ଭାବେ ଯୋଡ଼ି ହୋଇ ସବୁ ଦିନ ପାଇଁ ରହିବ। ୨୦୦୧ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିବା ମୋଦି ଏବେ ଦେଶର ନେତୃତ୍ୱ ନେଉଛନ୍ତି। ସେ ଉଭୟ ରାଜ୍ୟ ଓ ଜାତୀୟ ସ୍ଥରରେ ଦୀର୍ଘ ୨୪ ବର୍ଷ ହେଲାଣି ନେତୃତ୍ୱ ନେବାର ଗୋଟିଏ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ତାଙ୍କ ପୂର୍ବରୁ କୌଣସି ପ୍ରଧାନମନ୍ତ୍ରୀ ଏପରି କୀର୍ତ୍ତିମାନ ହାସଲ କରି ନଥିଲେ।

Advertisment

ନରେନ୍ଦ୍ର ମୋଦି ଭାରତ ପ୍ରଥମ ରାଜନେତା ଯିଏ ୧୯୪୭ ମସିହା ଭାରତ ସ୍ୱାଧୀନତା ପରେ ଜନ୍ମ ହୋଇ ପ୍ରଧାନମନ୍ତ୍ରୀ ହୋଇ ପାରିଛନ୍ତି। ଅଣ ହିନ୍ଦୀ ଭାଷା ରାଜ୍ୟରୁ ଆସି ଦୀର୍ଘକାଳୀନ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ରେକର୍ଡର ଅଧିକାରୀ ମଧ୍ୟ ମୋଦି ହୋଇଛନ୍ତି। ସେ ଭାରତର ପ୍ରଥମ ଅଣ କଂଗ୍ରେସ ପ୍ରଧାନମନ୍ତ୍ରୀ ଯିଏ ୪୦୭୮ ଦିନ ଏହି ପଦରେ ରହିଛନ୍ତି ଓ ପ୍ରଥମ ଅଣ କଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ଅତି କମରେ ଦୁଇଟି କାର୍ଯ୍ୟକାଳ ପୂରଣ କରିଛନ୍ତି।

ଲୋକସଭା ନିର୍ବାଚନରେ ସଂପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିବାରେ ମୋଦି ପ୍ରଥମ ଅଣ କଂଗ୍ରେସ ପ୍ରଧାନମନ୍ତ୍ରୀ। ଇନ୍ଦିରା ଗାନ୍ଧିଙ୍କ ପରେ ସେ ଦ୍ୱିତୀୟ ରାଜନେତା ଯିଏ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ଦ୍ୱିତୀୟ ଥର କ୍ଷମତା ଦଖଲ କରିଛନ୍ତି। ତାଙ୍କ ରାଜନୀତି ଟ୍ରାକ ରେକର୍ଡ ମଧ୍ୟ ବେଶ ଭଲ। ତାଙ୍କ ନେତୃତ୍ୱରେ ବିଜେପି କ୍ରମାଗତ ୩ ଥର ଲୋକସଭା ନିର୍ବାଚନ ଜିତିଛି। ପୂର୍ବରୁ ଏପରି ସଫଳତା କେବଳ ପଣ୍ଡିତ ଜବାହର ଲାଲ ନେହରୁ ହାସଲ କରିଥିଲେ।

ଯଦି ମୋଦିଙ୍କ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟକାଳକୁ ହିସାବକୁ ନିଆଯିବ, ତା’ହେଲେ ସେ କ୍ରମାଗତ ୬ଟି ନିର୍ବାଚନ ଜିତିବାକୁ ସକ୍ଷମ ହୋଇଛନ୍ତି। ଗୁଜରାଟରେ ୩ଥର ଓ ଜାତୀୟ ସ୍ତରରେ ତାଙ୍କ ଦଳ ୩ ଥର ଲେଖାଏ ନିର୍ବାଚନ ଜିତିଛି।

୨୦୧୪ରୁ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ମୋଦି ଭାରତର ଦ୍ୱିତୀୟ ଦୀର୍ଘକାଳୀନ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ରେକର୍ଡ ଆଜି ନିଜ ନାଁରେ କରିଥିବା ବେଳେ ତାଙ୍କ ଉପରେ ପଣ୍ଡିତ ଜବାହରଲାଲ ନେହରୁ ରହିଛନ୍ତି। ପଣ୍ଡିତ ନେହରୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ। ସେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରୁ ୧୯୬୪ ମସିହା ମେ’ ୨୭ ଯାଏ ଦେଶର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଅର୍ଥାତ ସେ ୬୧୩୧ ଦିନ ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ।

ନିଜୟ ତୃତୀୟ କାର୍ଯ୍ୟକାଳ ପୂରଣ କରିବାର କିଛି ଦିନ ଆଗରୁ ନେହରୁଙ୍କ ଦେହାନ୍ତ ହୋଇଥିଲା। ଦେଶରେ ପ୍ରଥମ ସାଧାରଣ ନିର୍ବାଚନ ୧୯୫୧-୫୨ରେ ହୋଇଥିଲା। ନେହରୁଙ୍କ କଂଗ୍ରେସ ଏହାକୁ ଜିତିଥିଲା। ଏହାପରେ ୧୯୫୭ ଓ ୧୯୬୨ରେ କଂଗ୍ରେସ ପୁଣି ବିଜୟୀ ହେବାରୁ ନେହରୁ ପ୍ରଧାନମନ୍ତ୍ରୀ ହୋଇଥିଲେ।

PM Modi Indira Gandhi Lok Sabha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe