Advertisment

ଶନିବାର ନୁହେଁ, ରବିବାର ଶପଥ ନେଇପାରନ୍ତି ମୋଦି

ପୂର୍ବରୁ ଶନିବାର(ଜୁନ୍ ୮)ରେ ଶପଥ ନେବା ନେଇ ଘୋଷଣା ହୋଇଥିଲା।

Narendra Modi

Narendra Modi

Advertisment

ରବିବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇପାରିନ୍ତି ନରେନ୍ଦ୍ର ମୋଦି। ପୂର୍ବରୁ ଶନିବାର(ଜୁନ୍ ୮)ରେ ଶପଥ ନେବା ନେଇ ଘୋଷଣା ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଶପଥ ଉତ୍ସୋବ କାର୍ଯ୍ୟାସୂଚୀରେ ପରିବର୍ତ୍ତନ କରାଯାଇଥିବା ବିଶେଷ ସୂତ୍ରରୁ ପ୍ରକାଶ ପାଇଛି।

Advertisment

ବିଜେପି ନେତୃତ୍ୱାଧୀନ ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ଗତକାଲି ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କୁ ଭେଟି ଇସ୍ତଫା ଦେବା ସହ ସରକାର ଗଢିବା ନେଇ ପ୍ରସ୍ତାବ ଦେଇଥିଲେ। ରାଷ୍ଟ୍ରପତି ଇସ୍ତଫା ଗ୍ରହଣ କରିବା ସହ ନୂଆ ସରକାର ପାଇଁ ଅନୁମତି ଦେବା ପରେ ଦଳ ପକ୍ଷରୁ ଶପଥ ଉତ୍ସବ ଜୁନ୍ ୮ ନେଇ ଘୋଷଣା ହୋଇଥିଲା।

କିନ୍ତୁ ପରବର୍ତ୍ତୀ ସମୟରେ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ଶନିବାର ନୁହେଁ, ରବିବାର ନରେନ୍ଦ୍ର ମୋଦି ଶପଥ ନେଇପାରନ୍ତି।

Advertisment

ରିପୋର୍ଟ ଅନୁସାରେ, ଏନଡିଏ ସହଯୋଗୀ ଦଳ ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁଙ୍କ ଶପଥ ଉତ୍ସୋବ ତାରିଖ ପରିବର୍ତ୍ତନ କରାଯିବା ପରେ ଏହି ଅପଡେଟ୍ ଆସିଛି। ଚନ୍ଦ୍ରବାବୁ ନାଇଡୁ ଶନିବାର ଶପଥ ନେବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ପରେ ଜୁନ୍ ୧୨କୁ ଦିନ ଧାର୍ଯ୍ୟ କରାଯାଇଛି।

Narendra Modi Oath Taking Ceremony PM Oath Ceremony
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe