ମୁଁ ନରେନ୍ଦ୍ର ଦାମୋଦରଦାସ ମୋଦି...

ଆଜି ଏପରି ଢଙ୍ଗରେ ପ୍ରଧାନମନ୍ତ୍ରୀ ପଦର ଶପଥ ନେଇ ଇତିହାସ ରହିଛନ୍ତି ମୋଦି।

PM Modi

ମୋଦିଙ୍କ ଶପଥ ପାଠ

Hemant Lenka
  • Published: Sunday, 09 June 2024
  • Updated: 09 June 2024, 09:51 PM IST

Sports

Latest News

ମୁଁ ନରେନ୍ଦ୍ର ଦାମୋଦରଦାସ ମୋଦି ଈଶ୍ୱରଙ୍କ ଶପଥ ନେଉଛି ଯେ ମୁଁ ବିଧି ଦ୍ୱାରା ସ୍ଥାପିତ ଭାରତର ସମ୍ବିଧାନ ପ୍ରତି ସତ୍ୟ ଶ୍ରଦ୍ଧା ଓ ନିଷ୍ଠା ରଖିବି। ମୁଁ ଭାରତର ସାର୍ବଭୌମତ୍ୱ ଓ ଅଖଣ୍ଡତା ଅକ୍ଷୁଣ୍ଣ ରଖିବି। ମୁଁ ସଂଘର ପ୍ରଧାନମନ୍ତ୍ରୀ ହିସାବରେ ନିଜର କର୍ତ୍ତବ୍ୟକୁ ଶ୍ରଦ୍ଧାପୂର୍ବକ ଓ ନିଷ୍ଠାର ସହ ନିର୍ବାହନ କରିବି। ତଥା ମୁଁ ଭୟ କିମ୍ବା ପକ୍ଷପାତିତା, ଅନୁରାଗ କିମ୍ବା ବିଦ୍ୱେଷ ବିନା ସବୁ ପ୍ରକାରର ଲୋକଙ୍କ ପ୍ରତି ସମ୍ବିଧାନ ଓ ବିଧି ଅନୁସାରେ ନ୍ୟାୟ କରିବି।

ମୁଁ ନରେନ୍ଦ୍ର ଦାମୋଦରଦାସ ମୋଦି ଈଶ୍ୱରଙ୍କ ଶପଥ ନେଉଛି ଯେ ଯେଉଁ ବିଷୟ ସଂଘର ପ୍ରଧାନମନ୍ତ୍ରୀ ରୂପେ ମୋ ବିଚାରକୁ ଅଣାଯିବ କିମ୍ବା ମୋତେ ଜ୍ଞାତ ହେବ, ତାକୁ ପ୍ରଧାନମନ୍ତ୍ରୀ ରୂପେ ମୋର କର୍ତ୍ତବ୍ୟର ସମୂଚିତ ନିର୍ବାହ ନିମିତ, ଯେପରି ଆବଶ୍ୟକ ହେବ ତତଭିନ୍ନ ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଭାବେ କୌଣସି ବ୍ୟକ୍ତି କିମ୍ବା ବ୍ୟକ୍ତି ସମୂହଙ୍କୁ ଜଣାଇବି ନାହିଁ କିମ୍ବା ପ୍ରକଟ କରିବି ନାହିଁ।

ଆଜି ଏପରି ଢଙ୍ଗରେ ପ୍ରଧାନମନ୍ତ୍ରୀ ପଦର ଶପଥ ନେଇ ଇତିହାସ ରହିଛନ୍ତି ମୋଦି। ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁଙ୍କ ସମକକ୍ଷ ହୋଇଛନ୍ତି। ନେହରୁଙ୍କ ଭଳି ମୋଦି ମଧ୍ୟ କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇ ହେବାର ଗୌରବ ପାଇଛନ୍ତି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମୋଦି ହିନ୍ଦୀ ଭାଷାରେ ହିଁ ଶପଥ ଗ୍ରହଣ କରିଛନ୍ତି। ଶପଥ ପାଠ ପରେ ଦେଶରେ ମୋଦି ୩.୦ ସରକାର ଆରମ୍ଭ ହୋଇ ଯାଇଛି। ମୋଦିଙ୍କ ସହ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ, ୫ ଜଣ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) ଓ ୩୪ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ମଧ୍ୟ ଶପଥ ନେଇଛନ୍ତି। 

Also Read

୨୦୧୪ରେ ମୋଦିଙ୍କ ୧୮ ଜଣ ଓ ୨୦୧୯ରେ ମୋଦିଙ୍କ ସହ ୨୫ ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। କିନ୍ତୁ ଏଥର ରେକର୍ଡ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ମୋଟ ୭୧ ଜଣ ମନ୍ତ୍ରୀଙ୍କ ମଧ୍ୟରେ ୨୭ ଜଣ ଓବିସି, ୧୦ ଜଣ ଏସସି, ୫ ଜଣ ଏସ୍‌ଟି ଓ ୫ ଜଣ ସଂଖ୍ୟାଲଘୁ ସଂପ୍ରଦାୟର ସଦସ୍ୟ ରହିଛନ୍ତି। ସେହିପରି ବିଜେପି ନିଜ ପାଖରେ ୬୦ଟି ମନ୍ତ୍ରୀ ପଦ ରଖିଥିବା ବେଳେ ସହଯୋଗୀମାନଙ୍କୁ କେବଳ ୧୧ଟି ଆସନ ଦେଇଛି। ସେହିପରି ୨୪ଟି ରାଜ୍ୟର ପ୍ରତିନିଧିଙ୍କୁ ମୋଦି ୩.୦ ସରକାରରେ ସାମିଲ କରାଯାଇଛି। 

୨୦୨୪ ଓ ୨୦୧୯ରେ ମଧ୍ୟ ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। କିନ୍ତୁ ୨୦୧୪ ଓ ୨୦୧୯ ଭଳି ସ୍ଥିତି ଏଥର ନାହିଁ। କାରଣ ୨୦୧୪ ଓ ୨୦୧୯ରେ ବିଜେପି ଏକାକୀ ସରକାର ଗଠନ କରିବାକୁ ମ୍ୟାଜିକ ନମ୍ବର ହାସଲ କରିଥିଲା। କିନ୍ତୁ ଦଳ ଏଥର ୨୪୦ଟି ଆସନ ଜିତିଛି। ତେଣୁ ସହଯୋଗୀ ଦଳଗୁଡ଼ିକ ସହାୟତାରେ ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ବିଜେପି ଓ ତା’ର ସହଯୋଗୀ ଦଳ ମିଳିତ ଭାବେ ୨୯୨ଟି ଆସନ ଜିତିଛନ୍ତି। 

ଶପଥ ପାଠ ପାଇଁ ନିର୍ଦ୍ଧାରିତ ସମୟ ସନ୍ଧ୍ୟା ଠିକ୍‌ ୭ଟାରେ ରାଷ୍ଟ୍ରପତି ଭବନ ଅଭିମୁଖେ ବାହାରିଥିଲେ ମୋଦି। ୭.୧୩ରେ ସେ ଶପଥ ପାଠ ସ୍ଥଳରେ ପହଞ୍ଚିଥିଲେ। ୭.୨୨ ମିନିଟରେ ଶପଥ ସମାରୋହ ଆରମ୍ଭ ହୋଇଥିଲା। 

ମୋଦି ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ଶପଥ ଗ୍ରହଣ କରିଛନ୍ତି। ଲାଇଟ ବ୍ଲ୍ୟୁ ରଙ୍ଗର ଜ୍ୟାକେଟ୍‌ ଓ ଧଳା କୁର୍ତ୍ତାରେ ଥିବା ମୋଦି ସମ୍ବିଧାନର ନିୟମ ଅନୁଯାୟୀ କାର୍ଯ୍ୟ କରିବେ ବୋଲି ଈଶ୍ୱରଙ୍କ ନାଁରେ ଶପଥ ଗ୍ରହଣ କରିଛନ୍ତି।

ଶପଥ ପାଠ ପୂର୍ବରୁ ପ୍ରଥମେ ମୋଦି ପରେ ଉପ ରାଷ୍ଟ୍ରପତି ଜଗଦୀପ ଧନକର ପହଞ୍ଚିଥିଲେ। ଶେଷରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପହଞ୍ଚି ଶପଥ ପାଠ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। 

ମୋଦି ପ୍ରଧାନମନ୍ତ୍ରୀ ପ୍ରଥମେ ଶପଥ ନେବା ପରେ କ୍ୟାବିନେଟରେ ସାମିଲ ହେବାକୁ ଥିବା ସାଂସଦମାନେ ମଧ୍ୟ ପଦ ଓ ଗୋପନୀୟତାର ଶପଥ ପାଠ କରିଥିଲେ। ଏହାପରେ କ୍ୟାବିନେଟ ମନ୍ତ୍ରୀ ଭାବେ ୧- ରାଜନାଥ ସିଂହ(ବିଜେପି), ୨- ଅମିତ ଶାହ(ବିଜେପି), ୩- ନୀତୀନ ଗଡ଼କରୀ(ବିଜେପି), ୪- ଜେପି ନଡ୍ଡା (ବିଜେପି), ୫- ଶିବରାଜ ସିଂହ ଚୌହାନ(ବିଜେପି), ୬- ନିର୍ମଳା ସୀତାରମଣ(ବିଜେପି), ୭- ଏସ ଜୟଶଙ୍କର(ବିଜେପି), ୮- ଧର୍ମେନ୍ଦ୍ର ପ୍ରଧାନ(ବିଜେପି), ୯- ମନୋହର ଲାଲ ଖଟ୍ଟର (ବିଜେପି), ୧୦- ଏଚଡି କୁମାରସ୍ୱାମୀ(ଜେଡିଏସ୍‌), ୧୧- ପୀୟୂଷ ଗୋଏଲ(ବିଜେପି), ୧୨- ଜିତନ ରାମ ମଞ୍ଝୀ (ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚା), ୧୩- ଲଲନ ସିଂହ (ଜେଡିୟୁ), ୧୪- ସର୍ବାନନ୍ଦ ସୋନେୱାଲ (ବିଜେପି), ୧୫- ବୀରେନ୍ଦ୍ର କୁମାର(ବିଜେପି), ୧୬- ରାମ ମୋହନ ନାଇଡୁ କିଞ୍ଜରାପ୍ପୁ (ଟିଡିପି), ୧୭- ପ୍ରହ୍ଲାଦ ଯୋଶୀ(ବିଜେପି), ୧୮- ଜୁଏଲ ଓରାମ(ବିଜେପି), ୧୯- ଗିରିରାଜ ସିଂହ(ବିଜେପି), ୨୦- ଅଶ୍ୱିନୀ ବୈଷ୍ଣବ(ବିଜେପି), ୨୧- ଜ୍ୟୋତିରାଦିତ୍ୟ ସିନ୍ଦିଆ(ବିଜେପି), ୨୨- ଭୂପେନ୍ଦ୍ର ଯାଦବ(ବିଜେପି), ୨୩- ଗଜେନ୍ଦ୍ର ସିଂହ ଶିଖାୱତ(ବିଜେପି), ୨୪- ଅନପୂର୍ଣ୍ଣା ଦେବୀ(ବିଜେପି), ୨୫- କିରଣ ରିଜିଜୁ(ବିଜେପି), ୨୬- ହରଦୀପ ସିଂହ ପୁରୀ(ବିଜେପି), ୨୭- ମନସୁଖ ମାଣ୍ଡଭୀୟ(ବିଜେପି), ୨୮- ଜି କିଶନ ରେଡ୍ଡୀ(ବିଜେପି), ୨୯- ଚିରାର ପାଶୱାନ(ରାମ ବିଲାଶ) ଓ ୩୦- ସିଆର ପାଟିଲ(ବିଜେପି) ଭାବେ ଶପଥ ନେଇଛନ୍ତି। 

ତୃତୀୟ ଥର ସହଯୋଗୀ ଦଳଙ୍କ ଭରସାରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବା ମୋଦିଙ୍କ କାର୍ଯ୍ୟକ୍ରମରେ ପାକିସ୍ତାନକୁ ଛାଡ଼ି ସବୁ ପଡ଼ୋଶୀ ଦେଶର ରାଷ୍ଟ୍ରମୁଖ୍ୟ ଉପସ୍ଥିତ ରହିଥିଲେ। ପ୍ରାୟ ୯ ହଜାରରୁ ଅଧିକ ଅତିଥିଙ୍କ ସାମ୍ନାରେ ମୋଦି ୩.୦ ସରକାର ଆରମ୍ଭ ହୋଇଛି। ପ୍ରଥମଥର ପାଇଁ ୫୦ ଜଣ କିନ୍ନର ମଧ୍ୟ ଶପଥ ପାଠ ଉତ୍ସବର ମୁଖସାକ୍ଷୀ ବନିଛନ୍ତି।

ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିର ଆରମ୍ଭର ସାକ୍ଷୀ ଭାରତର ପଡ଼ୋଶୀ ରାଷ୍ଟ୍ରର ମୁଖ୍ୟମାନେ ବନିଛନ୍ତି। ପଡ଼ୋଶୀ ପ୍ରଥମ ନୀତିରେ ଭାରତ ପକ୍ଷରୁ ଏମାନଙ୍କ ନିମନ୍ତ୍ରଣ କରାଯାଇଥିଲା। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା, ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ, ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ପ୍ରଚଣ୍ଡ, ଭୁଟାନ କିଙ୍ଗ ଜିଗମେ ଖେସର ନାମଗିଲ ୱାଙ୍ଗଚୁକ ଓ ମରିସସ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜୁଗନୌଥ, ସିସେଲ୍ସର ଉପ ରାଷ୍ଟ୍ରପତି ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ରହିଥିଲେ।

ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ମଧ୍ୟ ଏହି ସମାରୋହରେ ଯୋଗ ଦେଇଥିଲେ। ମାଳଦ୍ୱୀପର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଏହା ମୁଇଜୁଙ୍କ ପ୍ରଥମ ଭାରତ ଗସ୍ତ। ଦୁଇ ଦେଶ ମଧ୍ୟରେ ତିକ୍ତତା ଚାଲିଥିଲେ ମଧ୍ୟ ମୁଇଜୁ ଭାରତ ଆସି ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇଛନ୍ତି।

ଅନ୍ୟ ଅତିଥିଙ୍କ ମଧ୍ୟରେ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ବିଜେପି ଭେଟରାନ ମୁରଲୀ ମନୋହର ଯୋଶୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଅଭିନେତା ଅକ୍ଷୟ କୁମାର, ରଜନୀକାନ୍ତ, ଶାହରୁଖ ଖାନଙ୍କ ଠାରୁ ଆରମ୍ଭ କରି ଶିଳ୍ପପତି ମୁକେଶ ଆମ୍ବାନୀ, କୁମାର ମଙ୍ଗଲମ ବିର୍ଲା ପ୍ରମୁଖ ମୋଦିଙ୍କ ଶପଥ ପାଠ ବେଳେ ଉପସ୍ଥିତ ରହିଥିଲେ। 

ଏମାନଙ୍କ ବ୍ୟତୀତ ମନ କୀ ବାତ୍ ଅଂଶଗ୍ରହଣକାରୀ, ପଦ୍ମ ଆୱାର୍ଡି ଓ ଅନେକ ଧର୍ମଗୁରୁ ବି ରାଷ୍ଟ୍ରପତି ଭବନ ଆସିଥିଲେ। ଏହି ଉତ୍ସବରେ ସେଣ୍ଟ୍ରାଲ୍ ଭିଷ୍ଟା ଶ୍ରମିକ, ସଫେଇ କର୍ମଚାରୀ, ବନ୍ଦେ ଭାରତ ଟ୍ରେନ କର୍ମଚାରୀମାନେ ମଧ୍ୟ ଯୋଗ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story