Advertisment

ବାଚସ୍ପତି ହେବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ତୋମାର

ଲାଗୁଥିଲା ବିଜେପି ତୋମାରଙ୍କ ଭଳି ବରିଷ୍ଠ ନେତାଙ୍କୁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କରିବ। କିନ୍ତୁ ଦଳ ସମସ୍ତଙ୍କୁ ଚକିତ କରି ତୋମାରଙ୍କୁ ବାଚସ୍ପତି ପଦ ଦେଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
Tomar

Tomar

ମଧ୍ୟପ୍ରଦେଶ ବିଧାନସଭାର ବାଚସ୍ପତି ଭାବେ କାମ କରିବେ ପୂର୍ବତନ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର। ମଧ୍ୟପ୍ରଦେଶରେ କ୍ଷମତା ଦଖଲ କରିଥିବା ବିଜେପି ଆଜି ଶ୍ରୀ ତୋମାର ବାଚସ୍ପତି ଭାବେ ହେବେ ବୋଲି ଘୋଷଣା କରିଛି। ଶ୍ରୀ ତୋମାର କେନ୍ଦ୍ରର କୃଷି ମନ୍ତ୍ରୀ ଥିଲେ ମଧ୍ୟ ତାଙ୍କୁ ବିଜେପି ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଲଢ଼ିବାକୁ କହିଥିଲା।

Advertisment

ସେ ଦିମାନି ଆସନରୁ ବିଜୟୀ ହୋଇଥିଲେ। ବିଧାୟକ ଭାବେ ତୋମାର ନିର୍ବାଚିତ ହେବାରୁ ସାଂସଦ ପଦ ଛାଡ଼ିଥିଲେ। ଏଥିସହ କୃଷି ମନ୍ତ୍ରୀ ପଦ ମଧ୍ୟ ତାଙ୍କ ପାଖରୁ ଚାଲି ଯାଇଥିଲା। ଲାଗୁଥିଲା ବିଜେପି ତୋମାରଙ୍କ ଭଳି ବରିଷ୍ଠ ନେତାଙ୍କୁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କରିବ। କିନ୍ତୁ ଦଳ ସମସ୍ତଙ୍କୁ ଚକିତ କରି ତୋମାରଙ୍କୁ ବାଚସ୍ପତି ପଦ ଦେଇଛି। 

ଚଳିତ ବିଧାନସଭା ନିର୍ବାଚନରେ ସେ ବହୁଜନ ସାମଜ ପାର୍ଟି(ବିଏସ୍‌ପି)ର ବଲବୀର ସିଂହ ଡାଣ୍ଡୋଟିୟାଙ୍କୁ ୨୪,୪୬୧ ଖଣ୍ଡ ଭୋଟରେ ହରାଇଥିଲେ। ୧୯୯୧ରେ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ସଭାପତି ହେବା ପୂର୍ବରୁ ତୋମାର ଦଳର ଅନେକ ପଦପଦବୀରେ ରହିଥିଲେ।

Advertisment

୧୯୯୮ରୁ ୨୦୦୩ ଯାଏ ସେ ଗ୍ୱାଲିୟର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ଏଥିସହ କ୍ୟାବିନେଟ ମନ୍ତ୍ରୀ ଭାବେ କାମ କରିଥିଲେ। ୨୦୦୬ରେ ତାଙ୍କୁ ବିଜେପି ରାଜ୍ୟ ସଭାପତି ଭାବେ ପ୍ରଥମଥର ପାଇଁ ନିଯୁକ୍ତି ମିଳିଥିଲା। ୨୦୧୨ରୁ ୨୦୧୪ ଯାଏ ସେ ପୁଣି ବିଜେପି ରାଜ୍ୟ ସଭାପତି ହୋଇଥିଲେ।

ତୋମାର ୨୦୦୯ରେ ମୋରେନାରୁ ଲୋକସଭାକୁ ଯାଇଥିଲେ। ୨୦୧୪ରେ ସେ ଗ୍ୱାଲିୟର ଲୋକସଭାରୁ ଜିତି ମୋଦି ସରକାରରେ ମନ୍ତ୍ରୀ ହୋଇଥିଲେ।୨୦୧୯ରେ ସେ ମୋରେନାରୁ ଲୋକସଭା ନିର୍ବାଚିତ ଜିତି କେନ୍ଦ୍ର କୃଷି ମନ୍ତ୍ରୀ ଭାବେ ଶପଥ ନେଇଥିଲେ। 

ଅନ୍ୟପକ୍ଷରେ ୩ଥରର ବିଧାୟକ ମୋହନ ଯାଦବ ମୁଖ୍ୟମନ୍ତ୍ରୀ ହେବେ ବୋଲି ନିଷ୍ପତ୍ତି ନେଇଛି। ମୋହନ ଯାଦବ ଜଣେ ବଡ଼ ବ୍ୟବସାୟୀ ଭାବେ ବେଶ ପରିଚିତ। ସେ ଉଜ୍ଜୟୀନ ଦକ୍ଷିଣରୁ କ୍ରମାଗତ ତୃତୀୟ ଥର ପାଇଁ ବିଧାୟକ ହୋଇଛନ୍ତି। ଯାଦବ ସଂପ୍ରଦାୟରୁ ମୋହନ ଆସିଥିବାରୁ ତାଙ୍କୁ ଦଳ ମୁଖ୍ୟମନ୍ତ୍ରୀ କରିଛି।

Madhya Pradesh Narendra Singh Tomar