Advertisment

ଭୋଟ୍ ପୂର୍ବରୁ ଜୋର୍ ଧରିଲା ‘କୋଶଳୀ’: ଗୃହରେ କୋଶଳୀ ଭାଷାରେ କହିବାକୁ ଅନୁମତି ଲୋଡ଼ିଲେ ନରସିଂହ

ବିଧାନସଭାର ଶୀତ ଅଧିବେଶନବେଳେ ତାଙ୍କୁ କୋଶଳୀ ଭାଷାରେ ଗୃହରେ କହିବାର ସୁଯୋଗ ଦେବାକୁ ଶ୍ରୀ ମିଶ୍ର ଆଜି ବାଚସ୍ପତିଙ୍କଠୁ ଅନୁମତି ଲୋଡ଼ିଛନ୍ତି।

Narasinga Mishra

Narasinga Mishra

Advertisment

ସାଧାରଣ ନିର୍ବାଚନ ପୂର୍ବରୁ ‘ସ୍ୱତନ୍ତ୍ର କୋଶଳୀ’ ରାଜ୍ୟ ଗଠନ ଦାବି ଜୋର ଧରିଛି। ଗତ ସପ୍ତାହରେ ସ୍ୱତନ୍ତ୍ର କୋଶଳୀ ରାଜ୍ୟ ଗଠନ ଦାବିରେ ପଶ୍ଚିମଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା। ଆଜି ପଶ୍ଚିମଓଡ଼ିଶାର ବରିଷ୍ଠ ନେତା ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ଦାବିକୁ ଆଉ ପାଦେ ଆଗକୁ ନେଇଛନ୍ତି। ବିଧାନସଭାର ଶୀତ ଅଧିବେଶନବେଳେ ତାଙ୍କୁ କୋଶଳୀ ଭାଷାରେ ଗୃହରେ କହିବାର ସୁଯୋଗ ଦେବାକୁ ଶ୍ରୀ ମିଶ୍ର ଆଜି ବାଚସ୍ପତିଙ୍କଠୁ ଅନୁମତି ଲୋଡ଼ିଛନ୍ତି।

Advertisment

ଆସନ୍ତାକାଲିଠୁ ଆରମ୍ଭ ହେଉଥିବା ବିଧାନସଭାର ଶୀତ ଅଧିବେଶନ ପୂର୍ବରୁ ଆଜି ବାଚସ୍ପତି ପ୍ରମିଳା ମଲ୍ଲିକ ଡାକିଥିବା ସର୍ବଦଳୀୟ ବୈଠକରେ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର ଗୃହରେ ତାଙ୍କୁ କୋଶଳୀ ଭାଷାରେ କହିବାର ସୁଯୋଗ ଦେବାକୁ ଏକ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବଲାଙ୍ଗିର ବିଧାୟକ ଶ୍ରୀ ମିଶ୍ର କହିଥିଲେ ଯେ, ଗୃହରେ କୋଶଳୀ ଭାଷାରେ କହିବା ନିମନ୍ତେ ଅନୁମତି ଦେବାକୁ ଏକ ପ୍ରସ୍ତାବ ଆଗତ କରିଛନ୍ତି। ବିଧାନସଭାରେ ସଦସ୍ୟମାନଙ୍କୁ କୋଶଳୀ ଭାଷାରେ କହିବାର ଅନୁମତି ଦିଆଯାଉ। ରାଜ୍ୟ ସରକାର କୋଶଳୀ ଭାଷାକୁ ଅବହେଳା କରୁଛନ୍ତି ବୋଲି ପଶ୍ଚିମଓଡ଼ିଶାର ଲୋକେ ଅଭିଯୋଗ କରୁଛନ୍ତି। ତେଣୁ ସେଥିପାଇଁ ଏଭଳି ପ୍ରସ୍ତାବ ଆଗତ କରିଛନ୍ତି।

ଅନ୍ୟପକ୍ଷରେ ବାଚସ୍ପତି ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ, ଚଳିତ ଶୀତ ଅଧିବେଶନରେ କୋଶଳୀ ଭାଷାରେ ସଦସ୍ୟମାନଙ୍କୁ କହିବା ପାଇଁ ସୁଯୋଗ ଦେବା ସମ୍ଭବପର ନୁହେଁ। କାରଣ ଏଥିପାଇଁ ବିଧାନସଭାରେ ଆବଶ୍ୟକ ଭିତ୍ତିଭୂମି ନାହିଁ। ସଦସ୍ୟମାନେ ଗୃହରେ ଯାହା କୁହନ୍ତି ସେହି ଗୃହ ବିବରଣୀ କୋଶଳୀ ଭାଷାରେ ରଖିବାକୁ ଏବେ ବ୍ୟବସ୍ଥା ନାହିଁ। କିନ୍ତୁ ଭବିଷ୍ୟତରେ ଏଭଳି ବ୍ୟବସ୍ଥା କରାଯିବ।

Advertisment

ସେହିପରି ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ଯେ, ବ୍ୟବସ୍ଥା ଅନୁସାରେ ବିଧାନସଭା ଦ୍ୱାରା ଅନୁମୋଦିତ ଭାଷାରେ ହିଁ ସଦସ୍ୟମାନେ କହିପାରିବେ।

ଉଲ୍ଲେଖଯୋଗ୍ୟ, ସାଧାରଣ ନିର୍ବାଚନ ପୂର୍ବରୁ ପଶ୍ଚିମଓଡ଼ିଶାରେ ପୁଣିଥରେ ‘କୋଶଳୀ’ ପ୍ରଦେଶ ଗଠନ ଦାବି ଜୋର ଧରିଛି। ଅଭିନେତା ମନୋଜ ମିଶ୍ରଙ୍କୁ ଓଲିଉଡରେ ବ୍ୟାନ କରାଯିବାକୁ ନାପସନ୍ଦ କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହା ଓଡ଼ିଶାକୁ ଭାଗଭାଗ କରିଦେବ ବୋଲି ଆଶଙ୍କା ବ୍ୟକ୍ତ କରିଥିଲେ। ଏପରିକି ଗତ ସପ୍ତାହରେ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ପଶ୍ଚିମଓଡ଼ିଶାର ୧୦ଟି ଜିଲ୍ଲାରେ ‘ବନ୍ଦ’ ପାଳନ କରାଯାଇଥିଲା।

ସୂଚନାଯୋଗ୍ୟ, ବିଧାନସଭାର ଶୀତ ଅଧିବେଶନ ଆସନ୍ତାକାଲିଠୁ ଆରମ୍ଭ ହେଉଥିବାବେଳେ ବାଚସ୍ପତି ଆଜି ସର୍ବଦଳୀୟ ବୈଠକ ଡାକି ଗୃହ ପରିଚାଳନା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ।

Narasingha Mishra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe