Advertisment

'ଭାରତ-ପାକିସ୍ତାନ ଆଲୋଚନା ନହେଲେ ଗାଜା ଭଳି ଦଶା ଭୋଗିବ'

ଆଲୋଚନାରେ ହେଉଥିବା ବିଳମ୍ବକୁ ନେଇ ସେ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି।

farooq-abdullah

farooq-abdullah

Advertisment

ପୁଣି ଥରେ ପାକିସ୍ତାନର ନାଁ ଜପିଲେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନ୍‌ଫ୍ରେନ୍ସର ମୁଖ୍ୟ ଫାରୁକ ଅବଦୁଲ୍ଲା। ପଡ଼ୋଶୀ ରାଜ୍ୟ ପାକିସ୍ତାନର ସହ ଆଲୋଚନା ପାଇଁ ଭାରତ ସରକାରଙ୍କୁ ସେ କରିଛନ୍ତି ଅପିଲ। ତେବେ ଏହି ଆଲୋଚନାରେ ହେଉଥିବା ବିଳମ୍ବକୁ ନେଇ ସେ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। କେବଳ ସେତିକି ନୁହେଁ ଯଦି ଆଲୋଚନା ନହୁଏ ତେବେ ଗାଜା ଭଳି ଦଶା ଭୋଗିବ ବୋଲି ଫାରୁକ ଅବଦୁଲ୍ଲା ଚେତାବନୀ ମଧ୍ୟ ଦେଇଛନ୍ତି।

Advertisment

ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ ହେବା ନିହାତି ଜରୁରୀ। ଯଦି ଶୀଘ୍ର ଆଲୋଚନା ନହୁଏ ତେବେ ଆମକୁ ମଧ୍ୟ ଗାଜା ଭଳି ଦଶା ଭୋଗିବାକୁ ପଡିବ ବୋଲି ଆଜି ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ନ୍ୟାସନାଲ କନ୍‌ଫ୍ରେନ୍ସ ନେତା ଫାରୁକ ଅବଦୁଲ୍ଲା।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବୟାନକୁ ଦୋହରାଇ ସେ କହିଛନ୍ତି, 'ଆମେ ଆମର ବନ୍ଧୁ ବଦଳାଇ ପାରିବା, କିନ୍ତୁ ପଡ଼ୋଶୀ ନୁହେଁ। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କହିଛନ୍ତି ଯ, ଯୁଦ୍ଧ ଦ୍ୱାରା ସମାଧାନର ବାଟ ବାହାରିବ ନାହିଁ। ଆଲୋଚନା ମାଧ୍ୟମରେ ମାମଲା ସମାଧାନ ହୋଇପାରିବ। ତେବେ ଏହି ଆଲୋଚନା କେବେ ହେବ? ବୋଲି ଫାରୁକ ଅବଦୁଲ୍ଲା ପ୍ରଶ୍ନ କରିଛନ୍ତି।

Advertisment

ନବାଜ ସରିଫ, ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ଭାରତ ସହ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି। କିନ୍ତୁ କେଉଁ କାରଣ ଯୋଗୁ ଆମେ ଆଲୋଚନା କରିବାକୁ ପ୍ରସ୍ତୁତ ନୁହନ୍ତି ବୋଲି ସେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

PM Modi Farooq Abdullah India-Pakistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe