Advertisment

ନବୀନ ଓ ଅପରାଜିତା ମୁହାଁମୁହିଁ

ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ଜଣେ ୨୪ ବର୍ଷର ମୁଖ୍ୟମନ୍ତ୍ରୀ ପ୍ରଥମ ଥରର ସାଂସଦଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ହାସ୍ୟାସ୍ପଦ କଥା।

author-image
Biswajit Samal
ଅଦ୍ୟତନ ହୋଇଛି
Naveen patnaik

Naveen patnaik

ପୁଣି ମୁହାଁମୁହିଁ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଭୁବନେଶ୍ୱର ସାଂସଦ ତଥା ଚଳିତ ଥରର ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ସଭାମଞ୍ଚରୁ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Advertisment

ଖୋର୍ଦ୍ଧାରେ ଜନସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭୁବନେଶ୍ୱର ସାଂସଦ ପୁରୀ ଓ ଲିଙ୍ଗରାଜ କାମ ବନ୍ଦ କରିବାକୁ ଚେଷ୍ଟା କରିଥିଲେ। ବିରୋଧୀ ଦଳ ନେତା ମିଛ କହୁଛନ୍ତି ଓ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହିଛନ୍ତି ନବୀନ।

ଅନ୍ୟପକ୍ଷରେ ଏହାର ଜବାବ ରଖିଛନ୍ତି ଅପରାଜିତା ଷଡ଼ଙ୍ଗୀ। ସେ କହିଛନ୍ତି, ଜଣେ ୨୪ ବର୍ଷର ମୁଖ୍ୟମନ୍ତ୍ରୀ ପ୍ରଥମ ଥରର ସାଂସଦଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ହାସ୍ୟାସ୍ପଦ କଥା। ମୁଁ ତାଙ୍କୁ ୨୪ ଘଣ୍ଟା ତଳେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ବିକାଶ ସଂପର୍କରେ ବିତର୍କ ପାଇଁ ଆହ୍ୱାନ ଦେଇଥିଲି। ଏବେ ସୁଦ୍ଧା ତାଙ୍କଠୁ କୌଣସି ଉତ୍ତର ଆସିନି। ମୁଁ ଅପେକ୍ଷାରେ ଅଛି। ତାଙ୍କ ସାଙ୍ଗରେ ମୋର ବିତର୍କ ହେବ।

Advertisment

ଭୁବନେଶ୍ୱରର ବିଜେଡି ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କୁ ଭୋଟ୍ ଦେବାକୁ ଅପିଲ୍ କରି ମଙ୍ଗଳବାର (ଗତକାଲି) ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ଜାରି କରିଥିଲେ। ଏଥିରେ ସେ କହିଥିଲେ ଯେ ବର୍ତ୍ତମାନର ଭୁବନେଶ୍ୱର ସାଂସଦ ଗତ ୫ ବର୍ଷରେ ସେମିତି କିଛି ବଡ଼ କାମ କରି ନାହାନ୍ତି। ସେହିଭଳି ସେ ଏକାମ୍ର ଓ ଲିଙ୍ଗରାଜ ମନ୍ଦିରର ରୂପାନ୍ତରୀକରଣ କାର୍ଯ୍ୟକୁ ବନ୍ଦ କରିବାକୁ ଉଦ୍ୟମ କରିଥିଲେ।

ଏହାର ଜବାବରେ ଅପରାଜିତା କହିଥିଲେ, ଲିଙ୍ଗରାଜ ମନ୍ଦିରର କାମ ମୁଁ ବନ୍ଦ କରିବାକୁ ଚେଷ୍ଟା କରିଥିଲି ବୋଲି ମୁଖ୍ୟମନ୍ତ୍ରୀ ଯେଉଁ ଅଭିଯୋଗ କରିଛନ୍ତି, ତା’ର କିଛି ପ୍ରମାଣ ତାଙ୍କ ପାଖରେ ଅଛି କି? ଏନେଇ ତାଙ୍କ ପାଖରେ କିଛି ଲିଖିତ ପ୍ରମାଣ ଅଛି କି? ଏ ନେଇ ମୁଁ କେବେ କୌଣସି ବକ୍ତବ୍ୟ ଦେଇଥିବାର ପ୍ରମାଣ ତାଙ୍କ ପାଖରେ ଅଛି? ତାଙ୍କ ପାଖରେ ପ୍ରମାଣ ନାହିଁ। ଲିଙ୍ଗରାଜ ମନ୍ଦିରର କାମ ବିଷୟରେ ମୁଁ କେବେ ଆଲୋଚନା ହିଁ କରି ନାହିଁ। ଏଏସ୍‌ଆଇ ତରଫରୁ ବହୁତ ଟଙ୍କା ଅଣାଯାଇ ବିଭିନ୍ନ ଦିଗରେ କାର୍ଯ୍ୟ କରାଯାଇଛି। ଯେତିକି ଲେଖିକି ଦିଆଯାଉଛି, ମୁଖ୍ୟମନ୍ତ୍ରୀ କେବଳ ସେତିକି କହି ଦେଉଛନ୍ତି। ପ୍ରମାଣ ଦେଖାଇବା କଥା। ତେଣୁ ସେ ଯେଉଁ ଅଭିଯୋଗ କରିଛନ୍ତି, ତାହା ଭିତ୍ତିହୀନ, ଆଧାରହୀନ ଓ ପୂରା ଭୁଲ୍।

Naveen Patnaik Aparajita Sarangi 2024 General Election Loka Sabha Election 2024 Odisha Assembly Election 2024