Advertisment

ଆସନ୍ତାକାଲି ଝାରସୁଗୁଡ଼ାରେ ନବୀନଙ୍କ ସଭା, ଧର୍ମେନ୍ଦ୍ରଙ୍କ ରୋଡ୍ ଶୋ’

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ଅପରାହ୍ନରେ ଝାରସୁଗୁଡ଼ାର ସର୍କିଟ ହାଉସ୍ ପଡ଼ିଆଠାରେ ଏକ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

author-image
Ordigital Desk
Naveen Patnaik with Dharmendra

Naveen Patnaik with Dharmendra

ଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାର ମଇଦାନରେ ଆସନ୍ତାକାଲି ରବିବାର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁହାଁମୁହିଁ ହେବେ । ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରଚାର ସୋମବାର ସନ୍ଧ୍ୟାରେ ଶେଷ ହେଉଥିବାରୁ ଆସନ୍ତାକାଲି ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ସପକ୍ଷରେ ପ୍ରଚାର ପାଇଁ ନବୀନ ଝାରସୁଗୁଡ଼ା ଯିବେ । ସେହିପରି  ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ସପକ୍ଷରେ ପ୍ରଚାର ପାଇଁ ଧର୍ମେନ୍ଦ୍ର ଆସନ୍ତାକାଲି ସକାଳେ ଜନସଭାକୁ ସମ୍ବୋଧିତ କରିବା ସହ ଅପରାହ୍ନରେ ରୋଡ୍ ଶୋ’ କରିବେ ବୋଲି ଜଣାପଡ଼ିଛି ।

Advertisment

ମିଳିଥିବା ସୂଚନା ଅନୁସାରେ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ଅପରାହ୍ନରେ ଝାରସୁଗୁଡ଼ାର ସର୍କିଟ ହାଉସ୍ ପଡ଼ିଆଠାରେ ଏକ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ନବୀନ ଅପରାହ୍ନ ୩ଟା ୩୫ମିନିଟରେ ଭୁବନେଶ୍ୱରରୁ ସ୍ୱତନ୍ତ୍ର ବିମାନରେ ଯିବେ । ଝାରସୁଗୁଡ଼ା ବିମାନ ବନ୍ଦର ନିକଟରେ ସର୍କିଟ ହାଉସ ପଡ଼ିଆରେ ଏକ ଜନସଭାରେ ୪ଟା ୩୦ରୁ ୫ଟା ୧୫ମିନିଟ୍ ପର୍ଯ୍ୟନ୍ତ ରହିବେ । ସନ୍ଧ୍ୟା ୬ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବାର କାର୍ଯ୍ୟକ୍ରମ ରହିଛି । ନବୀନ ମାତ୍ର ଗୋଟିଏ ଜନସଭାରେ ଉପସ୍ଥିତ ରହିବେ । ଝାରସୁଗୁଡ଼ା ପୌରାଂଚଳ ଓ ଝାରସୁଗୁଡ଼ା ବ୍ଲକର ଦଳୀୟ ସମର୍ଥକମାନଙ୍କୁ ଏହି ଜନସଭାରେ ସାମିଲ ହେବେ । ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀର ଅନ୍ୟ ୩ଟି ବ୍ଲକରେ ଏଲଇଡି ମାଧ୍ୟମରେ ନବୀନଙ୍କ ଜନସଭା କାର୍ଯ୍ୟକ୍ରମର ସିଧାସଳଖ ପ୍ରସାରଣ ହେବ ବୋଲି ଜଣାପଡ଼ିଛି ।

ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ଏକ ଜନସଭାକୁ ସମ୍ବୋଧିତ କରିବା ପରେ ଅପରାହ୍ନ ୪ଟାରେ ଝାରସୁଗୁଡ଼ା ବସଷ୍ଟାଣ୍ଡଠାରୁ ସରବହାଲ ପର୍ଯ୍ୟନ୍ତ ଏକ ରୋଡ୍ ଶୋ’ରେ ଯାଇ ଦଳୀୟ ପ୍ରାର୍ଥୀ ଶ୍ରୀ ତ୍ରିପାଠୀଙ୍କ ସପକ୍ଷରେ ପ୍ରଚାର କରିବେ ବୋଲି ସୂଚନା ମିଳିଛି ।

Advertisment
BjD Bjp State Bjp Naveen Patnaik Dharmendra Pradhan