ନବୀନ ଖେଳିଲେ ହିନ୍ଦୁ କାର୍ଡ : ୨୬ବର୍ଷ ପରେ ବିଜେଡିର ମନେପଡ଼ିଲା ‘ଶ୍ରୀଜଗନ୍ନାଥ ଚେତନା’ କଥା

ସାଧାରଣ ନିର୍ବାଚନକୁ ଆଉ ମାତ୍ର ୩ମାସ ବାକି ଥିବାବେଳେ ଦଳ ନିଜର ପ୍ରତିଷ୍ଠା ଦିବସରେ କଟ୍ଟର ହିନ୍ଦୁବାଦୀ କାର୍ଡ ଖେଳିଛି ।

CM Naveen Patnaik

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (ଫାଇଲ ଫଟୋ)

Ordigital Desk
  • Published: Thursday, 14 December 2023
  • Updated: 14 December 2023, 09:27 PM IST

Sports

Latest News

ଆସନ୍ତା ୨୬ତାରିଖରେ ବିଜେଡି ନିଜର ୨୭ତମ ପ୍ରତିଷ୍ଠା ଦିବସ ପାଳନ କରିବ। ସାଧାରଣ ନିର୍ବାଚନକୁ ଆଉ ମାତ୍ର ୩ମାସ ବାକି ଥିବାବେଳେ ଦଳ ନିଜର ପ୍ରତିଷ୍ଠା ଦିବସରେ କଟ୍ଟର ହିନ୍ଦୁବାଦୀ କାର୍ଡ ଖେଳିଛି । ଶ୍ରୀଜଗନ୍ନାଥ ଚେତନା ମୂଳଧାରରେ ସଫଳ ବିକାଶ ଯାତ୍ରାକୁ ପୂର୍ଣ୍ଣ ବିକଶିତ ଓଡ଼ିଶା ଗଠନ ପାଇଁ ପୁନଃ ଅଙ୍ଗୀକାରବଦ୍ଧ ହେବାକୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଦଳୀୟବିଧାୟକ,ସାଂସଦ ଓ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି । ପ୍ରଥମଥର ପାଇଁ ଦଳ ଖୋଲାଖୋଲି ଭାବେ ନିଜର କଟ୍ଟର ହିନ୍ଦୁ ମାନସିକତାକୁ ପଦାକୁ ଆଣିଛି । ତେବେ ଅଚାନକ ଦଳ କାହିଁକି ନିଜର ଧର୍ମନିରପେକ୍ଷ ଆଭିମୁଖ୍ୟ ପରିବର୍ତ୍ତେ କେବଳ ‘ହିନ୍ଦୁ’ କାର୍ଡ ଖେଳିଲା ତାକୁ ନେଇ ନାନାଦି ଚର୍ଚ୍ଚା ଆରମ୍ଭ ହୋଇଛି ।

ଶ୍ରୀ ପଟ୍ଟନାୟକ ଆଜି ଦଳର ସମସ୍ତ ବିଧାୟକ,ସାଂସଦ, ଜିଲ୍ଲା ସଭାପତି, ପର୍ଯ୍ୟବେକ୍ଷକ, ଜିଲ୍ଲା,ବ୍ଲକ ଓ ନଗର ସଭାପତିଙ୍କ ସମେତ ବିଭିନ୍ନ ଛାମୁଆ ସଂଗଠନର କର୍ମକର୍ତ୍ତା ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କୁ ଚିଠି ଲେଖି ଆସନ୍ତା ୨୭ତମ ପ୍ରତିଷ୍ଠା ଦିବସ ସମାରୋହକୁ ସଫଳ ଭାବେ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ସବୁ ନିର୍ବାଚନମଣ୍ଡଳୀର ବ୍ଲକ ଓ ପୌରାଂଚଳସ୍ତରରେ ପ୍ରତିଷ୍ଠା ଦିବସ ସମାରୋହ ପାଳନ କରାଯିବ। ଏହି ଅବସରରେ ଗଣଦୌଡ଼, ସାଧାରଣ ସଭା, ରକ୍ତଦାନ ଶିବିର ଓ ବୃକ୍ଷରୋପଣ ଭଳି କାର୍ଯ୍ୟକ୍ରମ ଆୟୋଜନ ହେବ । ଏହି ପ୍ରତିଷ୍ଠା ଦିବସରେ ଶ୍ରୀଜଗନ୍ନାଥ ଚେତନା ମୂଳାଧାରରେ ସଫଳ ବିକାଶ ଯାତ୍ରାକୁ ପୂର୍ଣ୍ଣ ବିକଶିତ ଓଡ଼ିଶା ଗଠନ ପାଇଁ ପୁନଃ ଅଙ୍ଗୀକାର ହେବାକୁ ଆହ୍ୱାନ ଦେଇଛନ୍ତି ।

୨୬ବର୍ଷ ଧରି ଉର୍ତ୍ସଗୀକୃତ ମନୋଭାବ ନେଇ ଦଳ ନିଷ୍ଠାପର ଭାବେ ଲୋକଙ୍କ ପାଇଁ ନିରବଚ୍ଛିନ୍ନ କାର୍ଯ୍ୟ କରି ଆସୁଛି । ଓଡ଼ିଶାର ବିକାଶ କରି ଆସୁଥିବା ବିଜୁ ଜନତା ଦଳ ନିଜର ରାଜନୀତିକ କାର୍ଯ୍ୟକ୍ରମ ସହିତ ତା’ର ସାମାଜିକ ଅଙ୍ଗୀକାରବଦ୍ଧତା ପାଇଁ ଅନ୍ୟ ସର୍ବଭାରତୀୟ ଦଳ ଓ ଆଂଚଳିକ ଦଳ ଭିତରେ ଅଧିକ ପ୍ରଶଂସନୀୟ ପରିଚିତ ହୋଇପାରିଛି । ଏହା ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି ।

ସମସ୍ତଙ୍କ ନିଷ୍ଠା, କଠିନ ପରିଶ୍ରମ ଓ ମନୋଭାବ ଯୋଗୁ ବିଜୁ ଜନତା ଦଳ ଏବେ ଲୋକଙ୍କ ନିକଟତର ହୋଇପାରିଛି । ବିଭିନ୍ନ ସାଧାରଣ ନିର୍ବାଚନ ଓ ଉପନିର୍ବାଚନ, ସମବାୟ ନିର୍ବାଚନ ସମେତ ବିଗତ ପଂଚାୟତ ଓ ପୌର ନିର୍ବାଚନରେ ଓଡ଼ିଶାର ୩୦ଟି ଜିଲ୍ଲାରେ ଶତପ୍ରତିଶତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ, ୮୦ ପ୍ରତିଶତ ପୌରାଂଚଳ ଆସନ ପାଇବା ହିଁ ସାଧାରଣ ଲୋକଙ୍କ ବିଜୁ ଜନତା ଦଳ ପ୍ରତି ଥିବା ଆସ୍ଥାକୁ ପ୍ରମାଣିତ କରୁଛି । ଲୋକଙ୍କ ଲଗାତାର ଆଶୀଷ,ସମର୍ଥନ ଓ ଶୁଭେଚ୍ଛା ହିଁ ବିକାଶ ଆଭିମୁଖ୍ୟକୁ ଆଗେଇ ନେବାରେ ପ୍ରେରଣା ଦେଇଛି । ଓଡ଼ିଶାବାସୀଙ୍କ ସେବାରେ ନିୟୋଜିତ ହୋଇ ବିକାଶର ଧାରାକୁ ବଜାୟ ରଖିବା ପାଇଁ ଶକ୍ତି ଦେଇଛି । ୨୬ବର୍ଷର ସଫଳ ଯାତ୍ରା ଓଡ଼ିଶାବାସୀଙ୍କ ଭଲପାଇବା ଆମକୁ ବିକାଶର ସଫଳତାକୁ ଶୀର୍ଷସ୍ତରକୁ ନେବା ପାଇଁ ପ୍ରେରିତ କରିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

Also Read

ଉଲ୍ଲେଖଯୋଗ୍ୟ, ବିଜେଡି ନିଜର ୨୭ତମ ଜନ୍ମଦିବସ ପାଳନ କରିବାକୁ ଯାଉଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଧର୍ମକୁ ନେଇ ରାଜନୀତିକ ଗୋଟିଚାଳନା କରିନଥିଲା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କର ସମସ୍ତ ହାଡ଼ମାଂସ ଧର୍ମନିରପେକ୍ଷ ବୋଲି କହିଆସୁଥିଲେ । କିନ୍ତୁ ଆଜି ଶ୍ରୀ ପଟ୍ଟନାୟକ ଦଳର ୨୭ତମ ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ଦଳୀୟ ପଦାଧିକାରୀ ଓ ସାଂସଦ-ବିଧାୟକଙ୍କୁ ଲେଖିଥିବା ଚିଠିରେ ଶ୍ରୀଜଗନ୍ନାଥ ଚେତନା ମୂଳାଧାରରେ ପୂର୍ଣ୍ଣ ବିକଶିତ ଓଡ଼ିଶା ଗଠନ ପାଇଁ ପୁନଃ ଅଙ୍ଗୀକାର ହେବାକୁ ଆହ୍ୱାନ ଦେଇଛନ୍ତି । ଯାହାକି ବିଜେଡିର ଏକ ସୁଚିନ୍ତିତ ରଣନୀତି ବୋଲି କୁହାଯାଉଛି । ଆଗାମୀ ଜାନୁୟାରୀ ମାସରେ ଅଯୋଧ୍ୟାରେ ଭବ୍ୟ ରାମମନ୍ଦିରର ପ୍ରତିଷ୍ଠା ଦିବସ ସମାରୋହକୁୁ ନେଇ ବିଜେପି ଉତ୍ସାହିତ ଥିବାରୁ କାଳେ ଓଡ଼ିଶାରେ ହିନ୍ଦୁ ଭୋଟ ହାତଛଡ଼ା ହୋଇଯିବ ସେହି ଭୟରେ ବିଜେଡି ଏବେଠୁ ଶ୍ରୀଜଗନ୍ନାଥ ଚେତନା କଥା କହି ଆଗୁଆ ଗୋଟିଚାଳନା କରିଥିବା ଚର୍ଚ୍ଚା ହେଉଛି ।

ଦୀର୍ଘ ୨୬ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ବିଜେଡି ନିଜର ଦଳୀୟ କାର୍ଯ୍ୟକ୍ରମରେ ଶ୍ରୀଜଗନ୍ନାଥଙ୍କ ଚେତନା କଥା କହିଛି । ଅବଶ୍ୟ ଜାନୁୟାରୀ ତୃତୀୟ ସପ୍ତାହରେ ଶ୍ରୀମନ୍ଦିର ପ୍ରକଳ୍ପର ଲୋକାର୍ପଣ କରି ବିଜେଡି ଓଡ଼ିଶାର ଘରେଘରେ ପହଂଚିବାକୁ ରଣନୀତି କରିଥିବା ଆକଳନ କରାଯାଉଛି । ଯେଉଁଥିପାଇଁ ଦଳର ପ୍ରତିଷ୍ଠା ଦିବସରେ ଶ୍ରୀଜଗନ୍ନାଥ ଚେତନାରେ ପୁନଃ ଅଙ୍ଗୀକାରବଦ୍ଧ ହେବାକୁ ନବୀନ ନିଜ ଦଳୀୟ ପଦାଧିକାରୀଙ୍କୁ ଆହ୍ୱାନ ଦେଇଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story