Advertisment

ପାଣ୍ଡିଆନଙ୍କ ପାଇଁ ଖୋଲିଲା ବାଟ, ଦଳୀୟ ସମ୍ବିଧାନ ଉଲ୍ଲଙ୍ଘନ କରି ରିଟର୍ଣ୍ଣିଂ ଅଫିସର ନିଯୁକ୍ତ କଲେ ନବୀନ

ସୋମବାର ସନ୍ଧ୍ୟାରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଜାରି ଏକ ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ଯେ “ବିଜୁ ଜନତା ଦଳର ସମ୍ବିଧାନର ଧାରା-ଏକ୍ସଏକ୍ସ୩(୨)ର ପ୍ରାବଧାନ ଅନୁସାରେ ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ଦଳର ସାଂଗଠନିକ ନିର୍ବାଚନର ସୁପରିଚାଳନା ପାଇଁ ‘ରାଜ୍ୟ ରିଟର୍ଣ୍ଣିଂ ଅଫିସର’ ଭାବେ ତତ୍କାଳ ପ୍ରଭାବରୁ ନିଯୁକ୍ତି ଦିଆଯାଉଛି।”

ଅଦ୍ୟତନ ହୋଇଛି
BJD Bye Law

BJD Bye Law

Advertisment

କ୍ଷମତାରୁ ବିଦା ହେବା ପରେ ତୀବ୍ର ଅନ୍ତଃକନ୍ଦଳରେ ଲିପ୍ତ ବିଜେଡି ନିଜର ସାଂଗଠନିକ ନିର୍ବାଚନ ପାଇଁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ କରିଛି। ଆଳି ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ଦଳର ‘ରାଜ୍ୟ ରିଟର୍ଣ୍ଣିଂ ଅଫିସର’ ଭାବେ ଜାନୁଆରୀ ୨୦ ତାରିଖରେ ନିଯୁକ୍ତି ଦିଆଯାଇଛି। ସେ ତତ୍କାଳ କାର୍ଯ୍ୟାରମ୍ଭ କରିବେ। ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଦଳୀୟ ସମ୍ବିଧାନର ଯେଉଁ ଧାରାର ପ୍ରାବଧାନକୁ ଉପଯୋଗ କରି ରିଟର୍ଣ୍ଣିଂ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି ତାହା ବିଜେଡିରେ ସବୁକିଛି ଠିକ୍ ନାହିଁ ଓ ପରଦା ପଛରେ ରହି ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ହିଁ ଏସବୁ କରିଥିବା ଏବେ ସ୍ପଷ୍ଟ ହୋଇଯାଇଛି।

Advertisment

ସୋମବାର ସନ୍ଧ୍ୟାରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଜାରି ଏକ ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ଯେ “ବିଜୁ ଜନତା ଦଳର ସମ୍ବିଧାନର ଧାରା-ଏକ୍ସଏକ୍ସ୩(୨)ର ପ୍ରାବଧାନ ଅନୁସାରେ ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ଦଳର ସାଂଗଠନିକ ନିର୍ବାଚନର ସୁପରିଚାଳନା ପାଇଁ ‘ରାଜ୍ୟ ରିଟର୍ଣ୍ଣିଂ ଅଫିସର’ ଭାବେ ତତ୍କାଳ ପ୍ରଭାବରୁ ନିଯୁକ୍ତି ଦିଆଯାଉଛି।”

ତେବେ ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ ଦଳୀୟ ସମ୍ବିଧାନର ଯେଉଁ ଧାରାକୁ ଉପଯୋଗ କରି ପ୍ରତାପ ଦେବଙ୍କୁ ରାଜ୍ୟ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତି ଦେଇଛନ୍ତି ତାହା ସ୍ୱତଃ ବିବାଦୀୟ। କାରଣ ଦଳର ସମ୍ବିଧାନର ଧାରା-ଏକ୍ସଏକ୍ସ୩(୧)ରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, “ରାଜ୍ୟ କାର୍ଯ୍ୟକାରିଣୀ ରାଜ୍ୟ ଓ ଜିଲ୍ଲା ୟୁନିଟର ନିର୍ବାଚନ ସମୟରେ ନିଜର ବର୍ତ୍ତମାନର ସଦସ୍ୟମାନଙ୍କର ମତଦାନରେ ରାଜ୍ୟ ରିଟର୍ଣ୍ଣିଂ ଅଫିସର’ ନିଯୁକ୍ତି କରିବେ”।

Advertisment

କିନ୍ତୁ ବିଜେଡି ସଭାପତି ଦଳୀୟ ସମ୍ବିଧାନର ଯେଉଁ ଧାରାର ପ୍ରାବଧାନ ଉପଯୋଗ କରି ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ଦେଇଛନ୍ତି “ସେଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି ଯେ, ଯଦି ରାଜ୍ୟ କାର୍ଯ୍ୟକାରିଣୀ ବିଫଳ ହୁଏ ତା’ହେଲେ ରାଜ୍ୟ ସଭାପତି ଏହି ନିଯୁକ୍ତି ଦେଇପାରିବେ।”

ଏବେ ପ୍ରଶ୍ନ ଉଠୁଛି, ବିଜେଡିର ୮୧ ଜଣିଆ ରାଜ୍ୟ କାର୍ଯ୍ୟକାରିଣୀ ଏବେବି କାଏମ ଥିବାବେଳେ କାହିଁକି ସେମାନେ ସମ୍ବିଧାନର ପ୍ରାବଧାନ ଆଧାରରେ ‘ରାଜ୍ୟ ରିଟର୍ଣ୍ଣିଂ ଅଫିସର’ ବାଛିଲେ ନାହିଁ? ଦଳର ସମ୍ବିଧାନ ଅନୁସାରେ ନୂଆ କାର୍ଯ୍ୟକାରିଣୀ ଗଠନ ନହେବା ପର୍ଯ୍ୟନ୍ତ ପୁରୁଣା କାର୍ଯ୍ୟକାରିଣ ବଳବତ୍ତର ରହିବ। ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର ରାଜ୍ୟ କମିଟିକୁ ଗତବର୍ଷ ଜୁଲାଇ ମାସରୁ ନିରସ୍ତ୍ର କରିଛନ୍ତି। କିନ୍ତୁ ରାଜ୍ୟ କାର୍ଯ୍ୟକାରିଣୀ ଏବେବି ସକ୍ରିୟ ଅଛି।

ତେଣୁ ଯେହେତୁ ଦଳୀୟ ସମ୍ବିଧାନର ପ୍ରଥମ ପସନ୍ଦକୁ ଏଡ଼ାଇ ସଭାପତିଙ୍କ କ୍ଷମତାକୁ ଉପଯୋଗ କରାଯାଇ ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ଦିଆଯାଇଛି, ସେଥିରୁ ସ୍ପଷ୍ଟ ହେଉଛି ଯେ, ପାଣ୍ଡିଆନ ନିଜର କମବ୍ୟାକ୍ ପାଇଁ ମାର୍ଗ ପ୍ରଶସ୍ତ କରିବାରେ ଲାଗିଛନ୍ତି। ଆଳି ବିଧାୟକ ଶ୍ରୀ ଦେବ ବିଗତ ଦିନର ନିଜର ତୋଷାମଦକାରୀ ଆଚରଣ ମାଧ୍ୟମରେ ମନ୍ତ୍ରୀ ପଦ ହାତେଇବାରେ ସକ୍ଷମ ହୋଇଥିଲେ। ମନ୍ତ୍ରୀ ପଦରେ ଥାଇ ସେ ପାଣ୍ଡିଆନଙ୍କ ପାଇଁ ଟ୍ରାଫିକ୍‌ ପୁଲିସ ପରି ରାସ୍ତା ସଫା କରିଥିବାର ଫଟୋ ଓ ଭିଡିଓ ଭାଇରାଲ ହୋଇଥିଲା। ଏପରିକି ଦଳର ନିର୍ବାଚନ ବିପର୍ଯ୍ୟୟ ପରେ ସେ ବିଜେଡିର ପୂର୍ବତନ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଖାସ୍ ଅନୁଗତ ଭାବେ ତାଙ୍କ ନିର୍ଦ୍ଦେଶରେ ଦଳୀୟ କାର୍ଯ୍ୟରେ ସକ୍ରିୟ ରହିଥିଲେ ବୋଲି ଚର୍ଚ୍ଚା ହୁଏ। ଅବଶ୍ୟ ପୂର୍ବରୁ ଦଳ ତାଙ୍କୁ ସାଂଗଠନିକ ନିର୍ବାଚନବେଳେ ରାଜ୍ୟ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତି ଦେଇସାରିଛି। କିନ୍ତୁ ଏଥର ନିର୍ବାଚନରେ ତାଙ୍କ ମାଧ୍ୟମରେ ପାଣ୍ଡିଆନଙ୍କୁ କୌଣସି ସାଂଗଠନିକ ପଦବୀରେ ଅବସ୍ଥାପିତ କରାଇ ପୁଣିଥରେ ବିଜେଡିକୁ ଫେରାଇ ଆଣିବାକୁ ଯୋଜନା ଚାଲିଥିବା ଜଣାପଡ଼ିଛି। ସେହି କାରଣରୁ ଦଳୀୟ ସମ୍ବିଧାନକୁ ଏଡ଼ାଇ ଯାଇ ‘ରାଜ୍ୟ କାର୍ଯ୍ୟକାରିଣୀ’ ବଦଳରେ ସଭାପତିଙ୍କ ଦସ୍ତଖତରେ ପାଣ୍ଡିଆନ ହିଁ ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ଦେଇଥିବା ଚର୍ଚ୍ଚା ହେଉଛି।

Odisha BjD Naveen Patnaik Vk Pandian
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe