Advertisment

ବିଜେପି ଷ୍ଟାର ପ୍ରଚାରକମାନଙ୍କୁ ପଲିଟିକାଲ ଟୁରିଷ୍ଟ କହିଲେ ନବୀନ, ଜବାବ ଦେଲା ବିଜେପି-ତାମିଲବାବୁ ଓଡ଼ିଶାରେ ଟୁରିଷ୍ଟ

ନବୀନ କହିଛନ୍ତି ଯେ,କିଛି ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ପଲିଟିକାଲ ଟୁରିଷ୍ଟ ଭଳି କେବଳ ନିର୍ବାଚନ ସମୟରେ ଆସୁଛନ୍ତି

BP

BJP

Advertisment

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ପାଇଁ ଆସନ୍ତାକାଲି ପ୍ରଚାର ଶେଷ ହେଉଥିବାବେଳେ ଆଜି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପିର ଷ୍ଟାର ପ୍ରଚାରକମାନଙ୍କୁ ଟାର୍ଗେଟ୍ କରିଛନ୍ତି । ବିଜେପିର କିଛି ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଓଡ଼ିଶାକୁ ନିର୍ବାଚନ ସମୟରେ ପଲିଟିକାଲ ଟୁରିଷ୍ଟ ଭଳି ଆସୁଛନ୍ତି ଓ ପରେ ଅଦୃଶ୍ୟ ହୋଇଯାଆନ୍ତି ବୋଲି ନବୀନ କହିଛନ୍ତି । ଆଉ ନବୀନଙ୍କ ଏଭଳି ବୟାନକୁ କଡ଼ା ଭାଷାରେ ଜବାବ ଦେଇଛି ବିଜେପି । ଓଡ଼ିଶାରେ ତାମିଲବାକୁ ଟୁରିଷ୍ଟ ସାଜିଛନ୍ତି । ବହୁ ଟୁରିଜିମ୍ କଲଣି, ଭାଷା ବି ନଷ୍ଟ ହେଲାଣି । ଏବେ ତାମିଲନାଡୁକୁ ଟିକେଟ୍ କାଟି ଓଡ଼ିଶାବାସୀ ବାଟ ଦେଖାଇଦେବେ ବୋଲି ବିଜେପି କହିଛି ।

Advertisment

ଆଜି ସମ୍ବାଦ ସରବରାହ ସଂସ୍ଥା ପିଟିଆଇକୁ ସାକ୍ଷାତକାର ଦେଇ ନବୀନ କହିଛନ୍ତି ଯେ,କିଛି ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ପଲିଟିକାଲ ଟୁରିଷ୍ଟ ଭଳି କେବଳ ନିର୍ବାଚନ ସମୟରେ ଆସୁଛନ୍ତି । ପରେ ସେମାନେ ଅଦୃଶ୍ୟ ହୋଇଯାଆନ୍ତି । ସେମାନଙ୍କର ଭାଷଣ ଓଡ଼ିଶାର ଲୋକମାନଙ୍କ ଉପରେ କିଛି ପ୍ରଭାବ ପକାଇବ ନାହିଁ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଅଶାଳୀନ ଓ ଅପମାନଜନକ ଭାଷା ପ୍ରୟୋଗ କରୁଛନ୍ତି । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ମୁଁ ସେସବୁରେ ବିଶ୍ୱାସ କରେନି । ଆଉ ରାଜ୍ୟର ଲୋକମାନେ ମଧ୍ୟ ଏଭଳି ଭାଷାକୁ ପସନ୍ଦ କରନ୍ତି ନାହିଁ ବୋଲି ନବୀନ କହିଛନ୍ତି ।

ନବୀନଙ୍କ ଏହି ପ୍ରତିକ୍ରିୟା ଉପରେ କଡ଼ା ଜବାବ ରଖିଛି ବିଜେପି । ଦଳର ରାଜ୍ୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୫ବର୍ଷ ମଧ୍ୟରେ ୨୫ଥର ବି ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିକୁ ଯାଇନଥିବେ । ହିଞ୍ଜିଳିରେ ନବୀନବାବୁ ହିଁ ଟୁରିଷ୍ଟ । ନଚେତ୍ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀମାନଙ୍କୁ ଟୁରିଷ୍ଟ କୁହନ୍ତେ ନାହିଁ । ଓଡ଼ିଶାକୁ ସବୁକ୍ଷେତ୍ରରେ ପ୍ରାଧାନ୍ୟ ଦେଇଥିବା ପ୍ରଧାନମନ୍ତ୍ରୀ ଓଡ଼ିଶାରେ ଟୁରିଷ୍ଟ ନୁହଁନ୍ତି । ଯେଉଁ ସରକାରୀ ବାବୁ ଏଠାରେ ଚାକିରି କରିବାକୁ ଆସିଥିଲେ ସେ ହେଉଛନ୍ତି ଓଡ଼ିଶାରେ ଟୁରିଷ୍ଟ । ୨୫ବର୍ଷ ହେଲା ଓଡ଼ିଶାରେ ବହୁ ଟୁରିଜିମ୍ କରିସାରିଲଣି । ଏବେ ସମୟ ଆସିଛି ସ୍ୱାଭିମାନୀ ଓଡ଼ିଆମାନେ ଟିକେଟ୍ କାଟି ତାମିଲନାଡୁକୁ ରାସ୍ତା ଦେଖାଇଦେବେ । ମୁଖ୍ୟମନ୍ତ୍ରୀଙ୍କ ଗୁମାସ୍ତା ଭାବେ ଓଡ଼ିଶା ଲୋକଙ୍କୁ ଶାସନ କରିବାର ଦୁଃସାହାସ କରୁଛନ୍ତି ଅଣଓଡ଼ିଆ ବାବୁ । ଯଦି ଓଡ଼ିଆ ହେବାକୁ ଇଚ୍ଛା ଅଛିୀ ତା’ହେଲେ ନିଜର ସାଜ୍ଞିଆ ‘ପାଣ୍ଡିଆନ’ରୁ ବଦଳାଇ ‘ରାଉତ’ କରିଦିଅନ୍ତୁ । ଅଣଓଡ଼ିଆ ହୋଇ ଓଡ଼ିଆର ପରିଚୟ ଖୋଜୁଛ । ଅଣଓଡ଼ିଆ ବାବୁଙ୍କର ଗର୍ବ, ଆସ୍ପାଳନ ଏତେ ବଢ଼ିଯାଇଛି ଯେ, ଦେଶର ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ଅନ୍ୟାନ୍ୟ ଜାତୀୟ ନେତାମାନଙ୍କୁ ଟୁରିଷ୍ଟ ବୋଲି ସମ୍ବୋଧନ କରୁଛନ୍ତି ବୋଲି ସେ କହିଛନ୍ତି ।

Advertisment
BjD Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe