Advertisment

‘ଆମର ବାର ବର୍ଷର ତପସ୍ୟାକୁ ବିଜେପି ସରକାର ଶୁଖୁଆ ପୋଡ଼ାରେ ସାରି ଦେଲେ’

ନବୀନଙ୍କ ଅଭିଯୋଗ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଏହା ବିଷାକ୍ତ ଖାଦ୍ୟ ଜନିତ ମୃତ୍ୟୁ ବୋଲି ଡାକ୍ତର କହିସାରିଛନ୍ତି। ତେଣୁ ଏନେଇ ଅଯଥା ରାଜନୀତି କରାନଯାଉ।

ଅଦ୍ୟତନ ହୋଇଛି
Naveen

Naveen

Advertisment

ଆକ୍ରମଣାତ୍ମ ମୋଡ୍‌କୁ ଆସିଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଆଉ କହିଲେ, ଆମର ବାର ବର୍ଷର ତପସ୍ୟାକୁ ବିଜେପି ସରକାର ଶୁଖୁଆ ପୋଡ଼ାରେ ସାରି ଦେଲେ।

Advertisment

ଗଣମାଧ୍ୟମକୁ ସୂଚନା ଦେଇ ନବୀନ କହିଛନ୍ତି, ଆମର ବାର ବର୍ଷର ତପସ୍ୟାକୁ ବିଜେପି ସରକାର ଶୁଖୁଆ ପୋଡ଼ାରେ ସାରି ଦେଲେ। ଆମ ସରକାର ଆରମ୍ଭ କରିଥିବା ବିକାଶ ମୂଳକ ଯୋଜନା ଲୋକଙ୍କୁ ବଞ୍ଚିବା ପାଇଁ ଶକ୍ତି ଦେଇଥିଲା। ଏବେ ବିନା କାରଣରେ ଗରିବ ଆଦିବାସୀ ଭାଇ ଭଉଣୀଙ୍କ ଚାଉଳକୁ ବନ୍ଦ କରିଛନ୍ତି। ସେମାନେ ବାଧ୍ୟ ହୋଇ ଆମ୍ବ ଟାକୁଆ ଖାଉଛନ୍ତି। ଏହା ବହୁତ ଦୁଃଖର କଥା। ଦୁଇ ଜଣ ମୃତ୍ୟୁବରଣ କରିଛନ୍ତି। ଅନ୍ୟମାନେ ଚିକିତ୍ସା ହେଉଛନ୍ତି ବୋଲି ନବୀନ କହିଛନ୍ତି।

ନବୀନଙ୍କ ଅଭିଯୋଗ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଏହା ବିଷାକ୍ତ ଖାଦ୍ୟ ଜନିତ ମୃତ୍ୟୁ ବୋଲି ଡାକ୍ତର କହିସାରିଛନ୍ତି। ତେଣୁ ଏନେଇ ଅଯଥା ରାଜନୀତି କରାନଯାଉ।

Advertisment

ସେ କହିଛନ୍ତି, ୨୪ ବର୍ଷର କଥା ଛାଡ଼, ବାର ବର୍ଷ ଧରି ଯଦି ଠିକ୍‌ ଭାବେ ତପସ୍ୟା କରିଥାଆନ୍ତେ, ତାହାହେଲେ ଭଲ ଭାବରେ ଓଡ଼ିଆ କହିପାରିଥାଆନ୍ତେ। ସିଏ ଆଦୌ ତପସ୍ୟା କରିନାହାନ୍ତି। ୨୪ ବର୍ଷ କାଳ ସେମାନଙ୍କ ବିଧାୟକ ଓ ମନ୍ତ୍ରୀମାନେ ରାଜ୍ୟକୁ ଲୁଟିଛନ୍ତି। କେତେ ଲୁଟିଛନ୍ତି, ତାହାର ହିସାବ ନାହିଁ। ତେଣୁ ତପସ୍ୟା ଶବ୍ଦଟା ତାଙ୍କ ମୁହଁରେ ଶୋଭା ପାଉନି। ମୁଁ କେବେ କାହିଁ ଜାଣିନି ସେ କ’ଣ ତପସ୍ୟା କରିଛନ୍ତି? ତାଙ୍କ ସମୟରେ ରାୟଗଡ଼ା ଜିଲ୍ଲା କାଶୀପୁରରେ ଟାକୁଆ ଖାଇ ୧୬ ଜଣଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ କ’ଣ ଚାଉଳର ଅଭାବ ଥିଲା କି ବୋଲି ପ୍ରଶ୍ନ କରିଥିଲେ ଶ୍ରୀ ପାତ୍ର।

ସୂଚନାରୁ ପ୍ରକାଶ, କନ୍ଧମାଳ ଜିଲ୍ଲାରେ ଆମ୍ୱ ଟାକୁଆ ଜାଉ ଖାଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଅସୁସ୍ଥ ହୋଇଥିଲେ। ଏବେ ମଧ୍ୟ କିଛି ମହିଳା ମେଡ଼ିକାଲ୍‌ରେ ଚିକିତ୍ସା ହେଉଛନ୍ତି। ଖାଇବାକୁ ନପାଇ ଗରିବ ଆଦିବାସୀମାନେ ଆମ୍ୱ ଟାକୁଆ ଖାଉଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

Naveen Patnaik Bjp BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe