Advertisment

୨୪ ବର୍ଷ ପରେ ବିଧାନସଭାରେ ବଦଳିଲା ନବୀନଙ୍କ ଆସନ

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସିଟ୍‌ରେ ବସିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

author-image
Jitendra Garnayak
Assembly

Assembly

୨୪ ବର୍ଷ ପରେ ବିଧାନସଭାରେ ବଦଳିଲା ନବୀନ ପଟ୍ଟନାୟକଙ୍କ ଆସନ। ବିରୋଧୀ ଦଳ ଆସନରେ ବସିଲେ ୫ ଥରର ମୁଖ୍ୟମନ୍ତ୍ରୀ।ପୂର୍ବତନ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଆସନରେ ବସିଲେ ନବୀନ।

Advertisment
CM and other ministers ବିଧାନସଭାରେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହିତ ଅନ୍ୟମାନେ।

ଅନ୍ୟପକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସିଟ୍‌ରେ ବସିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେହିପରି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ତାଙ୍କ ପାଖରେ ଯେଉଁ ଆସନରେ ପୂର୍ବତନ ମନ୍ତ୍ରୀ ବିକ୍ରମ ଆରୁଖ ବସୁଥିଲେ, ସେଥିରେ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂ ଦେଓ ଏବଂ ପ୍ରଦୀପ ଅମାତ ବସୁଥିବା ସିଟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବସିଛନ୍ତି। 

MLAsବିଧାନସଭାରେ ସଦସ୍ୟମାନେ

ବିଜେଡିର ପାୱାରଫୁଲ ନେତା ପ୍ରଣବ ପ୍ରକାଶ ଦାସ ବସୁଥିବା ଆସନରେ ବସିଲେ ଆକାଶ ଦାସ ନାୟକ। ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ପୂରା ପଛରେ ବସିଥିବା ଦେଖିବାକୁ ମିଳିଥିଲା। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପାଖରେ ପ୍ରସନ୍ନ ଆଚାର୍ଯ୍ୟ, ଅଶ୍ୱିନୀ ପାତ୍ର ଓ ନିରଞ୍ଜନ ପୂଜାରୀଙ୍କୁ ଆସନ ମିଳିଛି। ନୂଆ ସରକାର ଆସିବା ପରେ ବିଧାନସଭା ବଜେଟ ଅଧିବେଶନର ପ୍ରଥମ ଦିନରେ ସିଟ୍ ଆରେଞ୍ଜମେଣ୍ଟ ବଦଳିବା ପରେ ଗୃହ ଭିତରୁ ଏହି ଚିତ୍ର ସାମ୍ନାକୁ ଆସିଛି।

Advertisment
Naveen Patnaik