ସମ୍ପତ୍ତି ବିକି ଫିକ୍ସଡ୍ ଡିପୋଜିଟ୍ ରଖିଛନ୍ତି ନବୀନ, ଚର୍ଚ୍ଚାରେ ମନ୍ତ୍ରୀ ଟୁକୁନିଙ୍କ ବୀମା ପ୍ରିମିୟମ୍‌

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହରିୟାଣାର ଫରିଦାବାଦସ୍ଥିତ ନିଜ ୨୨.୭ଏକର ବିଶିଷ୍ଟ ଫାର୍ମ ହାଉସକୁ ବିକି ବ୍ୟାଙ୍କରେ ବଣ୍ଡ ଓ ଫିକ୍ସଡ୍ ଡିପୋଜିଟ ଆକାରରେ ପ୍ରାୟ ୧୧.୫୦କୋଟି ଟଙ୍କା ରଖିଛନ୍ତି ।

Naveen Patnaik Chief minister of Odisha PhotoOR

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Niranjan Mishra
  • Published: Saturday, 20 May 2023
  • Updated: 20 May 2023, 10:53 PM IST

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହରିୟାଣାର ଫରିଦାବାଦସ୍ଥିତ ନିଜ ୨୨.୭ଏକର ବିଶିଷ୍ଟ ଫାର୍ମ ହାଉସକୁ ବିକି ବ୍ୟାଙ୍କରେ ବଣ୍ଡ ଓ ଫିକ୍ସଡ୍ ଡିପୋଜିଟ ଆକାରରେ ପ୍ରାୟ ୧୧.୫୦କୋଟି ଟଙ୍କା ରଖିଛନ୍ତି । ନବୀନଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିରେ ପ୍ରାୟ ୪୨.୮୬ଲକ୍ଷ ଟଙ୍କା ବୃଦ୍ଧି ହୋଇଛି । ସେହିପରି ନବୀନଙ୍କ କ୍ୟାବିନେଟରେ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁଙ୍କ ବାର୍ଷିକ ବୀମା ପ୍ରିମିୟମକୁ ନେଇ ଅଧିକ ଚର୍ଚ୍ଚା ଆରମ୍ଭ ହୋଇଛି । କ୍ୟାବିନେଟ୍ ମନ୍ତ୍ରୀ ଭାବେ ଟୁକୁନି ପାଉଥିବା ବାର୍ଷିକ ଦରମା ଓ ଭତ୍ତାର ୯୦ପ୍ରତିଶତ ଅର୍ଥକୁ ସେ ନିଜ ତଥା ୨ ଝିଅଙ୍କ ପାଇଁ କିଣିଥିବା ବୀମାର ପ୍ରିମିୟମ ଆକାରରେ ଦେଉଥିବା ଜଣାପଡ଼ିଛି । ମନ୍ତ୍ରୀ ଶ୍ରୀମତୀ ସାହୁ ମୋଟ ୧୮ଟି ବୀମା ପାଇଁ ବାର୍ଷିକ ପ୍ରିମିୟମ ଦେଉଥିବାବେଳେ ପୋଷ୍ଟ ଅଫିସ ସଂଚୟ ଓ ପ୍ରିମିୟମକୁ ମିଶାଇଲେ ଏହି ପରିମାଣ ଆହୁରି ଅଧିକ ହେବ ବୋଲି ସେ ଦେଇଥିବା ତାଙ୍କର ସମ୍ପତ୍ତି ବିବରଣୀରୁ ଜଣାପଡ଼ିଛି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବସାଇଟରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ବାର୍ଷିକ ସମ୍ପତ୍ତି  ବିବରଣୀ ତଥ୍ୟ ଉଲ୍ଲେଖ ରହିଛି । କେବଳ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ବାଦ୍ ଦେଲେ ସମସ୍ତ ମନ୍ତ୍ରୀ ୨୦୨୨ ଡିସେମ୍ବର ୩୧ତାରିଖ ସୁଦ୍ଧା ନିଜର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ତାଲିକା ଦାଖଲ କରିଛନ୍ତି । ନବୀନଙ୍କ ମନ୍ତ୍ରିମଣ୍ଡଳରେ ସବୁଠୁ ଗରିବ ମନ୍ତ୍ରୀ ଭାବେ ଖଣି  ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ତାଙ୍କ ପତ୍ନୀ ମୋଟ ପ୍ରାୟ ୪୨ଲକ୍ଷ ଟଙ୍କାର ସମ୍ପତ୍ତି ମାଲିକ ହୋଇଥିବାବେଳେ ୧୩ଜଣ ମନ୍ତ୍ରୀଙ୍କ ସମ୍ପତ୍ତି କୋଟିଏରୁ ଅଧିକ ବୋଲି ଜଣାପଡ଼ିଛି ।

Also Read

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗୋଟିଏ ପୃଷ୍ଠାରେ ନିଜର ସମ୍ପତ୍ତି ବିବରଣୀ ଦାଖଲ କରିଛନ୍ତି । ୨୦୨୨ ଡିସେମ୍ବର ୩୧ ଶେଷ ସୁଦ୍ଧା ନବୀନଙ୍କ ମୋଟ ସମ୍ପତ୍ତିର ପରିମାଣ ୬୫.୪୧କୋଟି ଟଙ୍କା । ଯାହାକି ୨୦୨୧ ମସିହା ତୁଳନାରେ ଅଧିକ ୪୨.୮୬ଲକ୍ଷ ଟଙ୍କା ଅଧିକ ବୋଲି ଜଣାପଡ଼ିଛି । ନବୀନ ନିଜର ଫରିଦାବାଦସ୍ଥିତ ଫାର୍ମହାଉସକୁ ୨୦୧୯ ସେପ୍ଟେମ୍ବର ୧୮ତାରିଖରେ ବିକ୍ରି କରିଛନ୍ତି । ସେହି ଟଙ୍କାକୁ ସେ ବଣ୍ଡ ଓ ଫିକ୍ସଡ୍ ଡିପୋଜିଟ୍ ଆକାରରେ ରଖିଥିବା ଜଣାପଡ଼ିଛି । ନବୀନଙ୍କର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଥିବା ଜମା ରାଶି ଓ ୩.୪୯ଲକ୍ଷ ଟଙ୍କାର ଜୁଏଲାରୀକୁ ମିଶାଇଲେ ମୋଟ ୧୨.୫୨କୋଟି ଟଙ୍କା ହେବ । ସେହିପରି ନବୀନଙ୍କ ପାଖରେ ୧୯୮୦ ମଡେଲର ଆମ୍ବାସାଡ଼ର ରହିଛି ଯାହାର ମୂଲ୍ୟ ୬୪୩୪ଟଙ୍କା । ଦିଲ୍ଲୀସ୍ଥିତ ବାସଭବନରେ ନବୀନଙ୍କ  ୫୦ପ୍ରତିଶତ ଅଂଶୀଦାରର ପରିମାଣ ପ୍ରାୟ ୪୩.୩୬କୋଟି ଟଙ୍କା ଓ ନବୀନ ନିବାସରେ ଅଂଶୀଦାର ପରିମାଣ ପ୍ରାୟ ୯.୫୨କୋଟି ଟଙ୍କା ହେବ ବୋଲି ସେ ଦର୍ଶାଇଛନ୍ତି ।

ସେହିପରି ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ନିଜର ଟିଟିଲାଗଡ଼ସ୍ଥିତ ବାସଭବନ, ଭୁବନେଶ୍ୱରର ଖଣ୍ଡଗିରି ଓ ଗାଡ଼କଣସ୍ଥିତ ଘର ସମେତ ପ୍ରାୟ ୭ଏକର କୃଷି ଜମିର ମୋଟ ଦର ୨.୧୧କୋଟି ଟଙ୍କା ହେବ ବୋଲି ଦର୍ଶାଇଛନ୍ତି । ଆଉ ମନ୍ତ୍ରୀ ଶ୍ରୀମତୀ ସାହୁ ନିଜ ନାଁରେ ଥିବା ୧୦ଟି ବୀମାର ବାର୍ଷିକ ପ୍ରିମିୟମ ବାବଦରେ ୪.୨୬ଲକ୍ଷ ଟଙ୍କା ଦେଉଥିବାବେଳେ ବଡ଼ ଝିଅଙ୍କ ୪ଟି ବୀମାର ବାର୍ଷିକ ପ୍ରିମିୟମ ୨.୫୦ଲକ୍ଷ ଟଙ୍କା ଓ ସାନଝିଅଙ୍କର ୪ଟି ବୀମାର ବାର୍ଷିକ ପ୍ରିମିୟମ ୨.୯୭ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି । ଏସବୁ ବୀମା ପ୍ରିମିୟମ ବାବଦରେ ଟୁକୁନି ମୋଟ ପ୍ରାୟ ୯.୭୩ଲକ୍ଷ ଟଙ୍କା ପ୍ରତିବର୍ଷ ଦେଉଛନ୍ତି । ତେବେ ଏଥିରେ ପୋଷ୍ଟ ଅଫିସରେ ଥିବା ଆରଡିକୁ ସାମିଲ କରାଯାଇନି ।

ସେହିପରି ମନ୍ତ୍ରିମଣ୍ଡଳରେ ସର୍ବାଧିକ ସୁନା ରଖିଥିବା ମନ୍ତ୍ରୀ ଭାବେ ନିରଞ୍ଜନ ପୂଜାରୀ, ପ୍ରତାପ କେଶରୀ ଦେବ, ଉଷା ଦେବୀ ପ୍ରମୁଖ ରହିଥିବାବେଳେ ଧନୀ ମନ୍ତ୍ରୀ ଭାବେ ଅଶୋକ ପଣ୍ଡା, ପ୍ରୀତିରଞ୍ଜନ ଘଡ଼େଇ, ରୋହିତ ପୂଜାରୀ, ରାଜେନ୍ଦ୍ର ଢ଼ୋଲକିଆ, ଅତନୁ ସବ୍ୟସାଚୀ ନାୟକ, ଉଷା ଦେବୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରମୁଖ ରହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story