Advertisment

ଗୋଲାପୀ ରଙ୍ଗକୁ ଘୃଣା କରନ୍ତି ନବୀନ!

ପ୍ରକାଶ ମିଶ୍ର ତାଙ୍କ ପୁସ୍ତକ ‘କମେଡି ଇନ୍ ଖାକି’ରେ ନବୀନ ପଟ୍ଟନାୟକଙ୍କ ନାଁ ନନେଇ ତାଙ୍କ ବ୍ୟକ୍ତିତ୍ବ ଉପରେ କିଛି ମଜାଦାର କଟାକ୍ଷ କରିଛନ୍ତି। ଅନେକ ନେତା ଓ ଅଫିସରଙ୍କୁ କିଭଳି ଭିନ୍ନ ଭିନ୍ନ ଡାକ ନାମ ଦେଇଥିଲେ ନବୀନ ତାର ବର୍ଣ୍ଣନା କରିଛନ୍ତି ଲେଖକ।

ଅଦ୍ୟତନ ହୋଇଛି
Naveen

Naveen

Advertisment

ସଦ୍ୟ ପ୍ରକାଶିତ ପ୍ରକାଶ ମିଶ୍ରଙ୍କ ଚର୍ଚ୍ଚିତ ପୁସ୍ତକ ‘କମେଡି ଇନ୍ ଖାକି’ରେ ନବୀନ କେଉଁ ରଙ୍ଗ ପସନ୍ଦ କରନ୍ତି ଜଣାପଡ଼ିଛି। ଗୋଟିଏ ମିଟିଂରେ ନକ୍ସଲ ଦମନରେ ଉପରେ ଆଲୋଚନା ହେଉଥାଏ। ସେତିକିବେଳେ ନବୀନ କିଛି ଆଳୁ ଚିପ୍ସ ମଗାଇବାକୁ କହିଲେ। ଜଣେ ପରାମର୍ଶଦାତା ଦୌଡ଼ି ଯାଇ ଚିପ୍ପ ମଗାଇଲେ। ଚିପ୍ସ ଆସିଲା। ମୂଳ ଆଲୋଚନାରେ ଆଗ୍ରହ ନ ଦେଖାଇ ନବୀନ ପ୍ଲେଟ ତଳେ ଥିବା କାଗଜ ରୁମାଲକୁ ନିରିଖେଇ ଦେଖିଲେ। ବଡ଼ ପାଟିରେ କହିଲେ, ମିଃ ଦାସ- ତୁମେ କ’ଣ ଭାବୁଛ ଏହା ଭାଲେଣ୍ଟାଇନ ଡେ? ସମସ୍ତେ ଚୁପ୍ ହୋଇଗଲେ। ଗୋଲାପି ରୁମାଲ- ତୁମକୁ ଧଳା ମିଳିଲା ନାହିଁ? ଚେୟାରରୁ ଉଠି ଦାସ ବାହାରକୁ ଦୌଡ଼ିଲେ। ଜଣେ ସହାୟକଙ୍କୁ ଆଣି ଫେରିଲେ। ସେ ପ୍ଲେଟ ତଳେ ଗୋଲାପି ରୁମାଲ ବଦଳାଇ ଧଳା ରୁମାଲ ରଖିଲେ। ନବୀନ କହିଲେ- ସେ ଗୋଲାପି ରୁମାଲକୁ ନଷ୍ଟ କରିଦିଅ- ମୁଁ ତାକୁ ଆଉ ଦେଖିବାକୁ ଚାହେଁ ନାହିଁ!

Advertisment

କାହାକୁ କି ନାଁ ଦେଇଥିଲେ ନବୀନ?

ପ୍ରକାଶ ମିଶ୍ର ତାଙ୍କ ପୁସ୍ତକ ‘କମେଡି ଇନ୍ ଖାକି’ରେ ନବୀନ ପଟ୍ଟନାୟକଙ୍କ ନାଁ ନନେଇ ତାଙ୍କ ବ୍ୟକ୍ତିତ୍ବ ଉପରେ କିଛି ମଜାଦାର କଟାକ୍ଷ କରିଛନ୍ତି। ଅନେକ ନେତା ଓ ଅଫିସରଙ୍କୁ କିଭଳି ଭିନ୍ନ ଭିନ୍ନ ଡାକ ନାମ ଦେଇଥିଲେ ନବୀନ ତାର ବର୍ଣ୍ଣନା କରିଛନ୍ତି। ଦଳରେ ଥିବା ଦୁଇ ଜଣ ଖୁବ ପୁରୁଣା କଳା ମଚମଚ୍ ମନ୍ତ୍ରୀଙ୍କୁ ନିଗ୍ରୋ ବା ନିଗର ବୋଲି ଡାକୁଥିଲେ। ସେମିତି ଜଣେ କଳା ପେଟୁଆ ପୋଲିସ୍ ଅଫିସରଙ୍କୁ `ବ୍ଲାକ୍ ଫୁଟବଲ’ ଡାକୁଥିଲେ। ସମ୍ଭବତଃ ନବୀନଙ୍କ ଉପଦେଷ୍ଟାମାନେ ନବୀନଙ୍କ ମାନସିକ ସ୍ତରକୁ ଆସିଯାଇଥିବାରୁ ଏସବୁ ଶୁଣି ଏକଥାରୁ ମଜା ଉଠାଉଥିଲେ। ଆମ ଆଗରେ ଏସବୁ ଘଟଣା ଘଟୁଥିବାବେଳେ ଏହା ସତ ଥିଲା ନା ଦୁଃସ୍ବପ୍ନ ଥିଲା ତାହା ଆମେ ଜାଣିପାରୁନଥିଲୁ।

ଖୋଲା ମଦ୍ୟପାନକୁ ଘୃଣା!

ରାଜନୀତିରେ ପ୍ରବେଶ ପୂର୍ବରୁ ନବୀନ ବାବୁଙ୍କ ମଦ୍ୟପାନ, ସାଙ୍ଗସାଥୀ ମେଳ ଓ ବିଳାସପୂର୍ଣ୍ଣ ଜବୀନକୁ ନେଇ ଅନେକ କଥା ଶୁଣାଯାଏ। ହେଲେ ସେ କେନ୍ଦ୍ର ମନ୍ତ୍ରୀ ହେବା ପରେ ଗୋଟିଏ ସନ୍ଧ୍ୟାରେ ଓଡ଼ିଶା ରାଜଭବନକୁ ଆସିଥିବାବେଳେ ଏକ ରୋଚକ ଘଟଣା ଘଟିଥିଲା। ନବୀନ ରାଜ୍ୟପାଳଙ୍କୁ ଭେଟି ଫେରୁଥିବାବେଳେ ତାଙ୍କୁ ରୁମରୁ ଥାଇ ଦେଖିଦେଲେ ରାଜ୍ୟପାଳଙ୍କ ସଚିବ ମହାଦେବନ। ମଦ ପ୍ରତି ମହାଦେବନଙ୍କ ପ୍ରବଳ ଦୁର୍ବଳତା ରହିଥିଲା। ସେ ଆସି ନବୀନଙ୍କ ଆଗରେ ସିଧା ଠିଆ ହୋଇଗଲା। ତାଙ୍କ ଭଳି ନେତା ଓଡ଼ିଶାର ନେତୃତ୍ବ ନେବା ଉଚିତ କହି ନବୀନଙ୍କୁ କିଛି ସମୟ ପାଇଁ କୁଣ୍ଢାଇ ଧରିଲେ। ନବୀନଙ୍କୁ ସେଠାରୁ ମୁକୁଳି କାର ପର୍ଯ୍ୟନ୍ତ ଆସିବା କଷ୍ଟକର ହୋଇପଡ଼ିଲା। ନବୀନ ପୁଣି ଥରେ ଦିଲ୍ଲୀରୁ ଫେରିଲା ପରେ ମହାଦେବନ କଥା ଭୁଲିନଥିଲେ। ସଚିବଙ୍କୁ ପଚାରିଲେ, ରାଜଭବନରେ ମୋତେ କୁଣ୍ଢାଇ ଧରିଥିବା ସେ ମଦୁଆ କୁଆଡ଼ ଗଲା? ସେ ପେଟେ ଶସ୍ତା ମଦ ପିଇଥିଲା। ମୁଁ ତାକୁ ଆଉ ଏଠି ଦେଖିବାକୁ ଚାହେଁ ନାହିଁ। ସଚିବ କହିଲେ ହଉ ସାର। ତା’ ପରେ ନୂଆ ସରକାରରେ ମହାଦେବନଙ୍କ ଚାକିରି ନଥିଲା।

Advertisment

ରିପୋର୍ଟ: ଲକ୍ଷ୍ମୀନାରାୟଣ କାନୁନଗୋ

Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe