ବିଚରା ନବୀନ, ଅସହାୟତା ଜଳଜଳ: ପାଣ୍ଡିଆନଙ୍କ ପାଇଁ ମାମଲାତି କଲେ ୪ ସାଂସଦ, ଅସ୍ଥିରତା ପଛରେ ବବି

ନବୀନ ନିବାସରେ ସୋମବାର ‘ପାଣ୍ଡିଆନ ଗୋ-ବ୍ୟାକ୍‌’ ନାରା ଦେବା ପରେ ଚିହିଁକି ଉଠିଛନ୍ତି ଦଳର ୪ଜଣ ରାଜ୍ୟସଭା ସାଂସଦ।

Naveen

ପାଣ୍ଡିଆନ ଓ ନବୀନ (ଫାଇଲ ଫଟୋ)

Ordigital Desk
  • Published: Monday, 07 April 2025
  • Updated: 07 April 2025, 06:54 PM IST

Sports

Latest News

ୱକଫ୍ ବିଲ୍ ପ୍ରସଙ୍ଗରେ ବିଜେଡିରେ ଉଠିଥିବା ଝଡ଼ ଥମିବା ପରିବର୍ତ୍ତେ ଅଧିକ ଜଟିଳ ହେବାରେ ଲାଗିଛି । ନବୀନ ପଟ୍ଟନାୟକଙ୍କ ବିଜେଡିରେ ଦଳର ସାଂସଦମାନେ ଏବେ ନବୀନଙ୍କ ପରିବର୍ତ୍ତେ ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ପ୍ରତି ଅଧିକ ଆନୁଗତ୍ୟ ପ୍ରଦର୍ଶନ କରିବାରେ ଲାଗିଛନ୍ତି । ୱକଫ୍ ବିଲକୁ ନେଇ ପାଣ୍ଡିଆନଙ୍କ ସନ୍ଦେହଜନକ ଭୂମିକା ପାଇଁ ଦଳୀୟ କର୍ମୀମାନେ ନବୀନ ନିବାସରେ ସୋମବାର ‘ପାଣ୍ଡିଆନ ଗୋ-ବ୍ୟାକ୍‌’ ନାରା ଦେବା ପରେ ଚିହିଁକି ଉଠିଛନ୍ତି ଦଳର ୪ଜଣ ରାଜ୍ୟସଭା ସାଂସଦ। ଏହି ସାଂସଦମାନେ ସୋଶାଲ ମିଡିଆ ମାଧ୍ୟମରେ ପାଣ୍ଡିଆନଙ୍କ ସପକ୍ଷରେ ଯୁକ୍ତି ବାଢ଼ି ଦଳର ସବୁ ନିଷ୍ପତ୍ତି ନବୀନ ନିଅନ୍ତି ବୋଲି କହି ପାଣ୍ଡିଆନଙ୍କୁ କ୍ଲିନଚିଟ୍ ଦେବାକୁ ପ୍ରୟାସ କରିଛନ୍ତି ।

ତେବେ ରବିବାର ନବୀନଙ୍କୁ ‘ଚୁପ୍ ସୈତାନ’ କହି ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ କଡ଼ା ସମାଲୋଚନା କରିଥିଲେ ମଧ୍ୟ ଏହି ସାଂସଦମାନେ ମୁହଁ ଖୋଲି ନଥିଲେ । ମାତ୍ର ପାଣ୍ଡିଆନଙ୍କ ସୁରକ୍ଷା ପାଇଁ ଯେଭଳି ଆଗକୁ ଆସିଛନ୍ତି ତାହା ଦଳରେ ଏବେ ନବୀନ ସମର୍ଥକ ବନାମ ପାଣ୍ଡିଆନ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି କରିଥିବା ଜଣାପଡ଼ିଛି । ଆଉ ଏହି ଗୋଳିଆ ପରିସ୍ଥିତିରୁ ନିଜର ରାଜନୀତିକ ଫାଇଦା ନେବା ପାଇଁ ଅନ୍ୟତମ ନେତା ପ୍ରଣବପ୍ରକାଶ ଦାସ ଓରଫ ବବି ‘ଡାହାଣୀ ହୋଇ ଲାଗିବା ଓ ଗୁଣିଆ ହୋଇ ଝାଡ଼ିବା’ ଭଳି ଦୋମୁହାଁ ଚରିତ୍ରରେ ଅବତୀର୍ଣ୍ଣ ହୋଇଥିବା ସୂଚନା ମିଳିଛି । ବିଗତ କିଛିମାସ ଧରି ନବୀନଙ୍କ ଚରିତ୍ର ସଂହାରଠୁ ଆରମ୍ଭ କରି ତାଙ୍କୁ କଡ଼ା ସମାଲୋଚନା ହେଉଥିଲେ ମଧ୍ୟ ଦଳର ନେତାମାନେ ନିରବ ରହୁଛନ୍ତି । ମାତ୍ର ପାଣ୍ଡିଆନଙ୍କୁ କେହି ସମାଲୋଚନା କଲେ ଦଳର ନେତାମାନେ ଚିହିଁକି ଉଠି ତା’ର ଜବାବ ଦେବାକୁ ପ୍ରତିଯୋଗିତା କରୁଥିବା ଦେଖିବାକୁ ମିଳୁଛି।

କାହିଁକି ଆଗକୁ ଆସିଲେ ୪ ସାଂସଦ?

‘ପାଣ୍ଡିଆନ ଗୋ-ବ୍ୟାକ’ ନାରା ପରେ ଦଳର ୪ଜଣ ରାଜ୍ୟସଭା ସାଂସଦ ଆଗକୁ ଆସି ପାଣ୍ଡିଆନଙ୍କୁ କ୍ଲିନଚିଟ୍ ଦେବାକୁ ପ୍ରୟାସ କରିଛନ୍ତି । ଦଳର ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ଶୁଭାଶିଷ ଖୁଂଟିଆ, ସନାତନ ବିଶି ଓ ସୁଲତା ଦେଓ ଖୋଲାଖୋଲି ଭାବେ ୱକଫ୍ ବିଲ୍ ପ୍ରସଙ୍ଗରେ ଦଳ ଯାହା ନିଷ୍ପତ୍ତି ନେଇଥିଲା ତାହା ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଥିଲା ବୋଲି କହିବା ସହ ନିଜର ସହକର୍ମୀ ସାଂସଦ ଦେବାଶିଷ ସାମନ୍ତରାୟଙ୍କ ପାଣ୍ଡିଆନ ବିରୋଧୀ ମନ୍ତବ୍ୟକୁ ନିନ୍ଦା କରିଛନ୍ତି । ସୋସିଆଲ ମିଡିଆରେ ମାନସ,ସନାତନ, ଶୁଭାଶିଷ ଓ ସୁଲତା ସିଧାସଳଖ ଦଳର ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ବ୍ୟକ୍ତିଗତସ୍ତରରେ ସମାଲୋଚନା କରିବାକୁ ପଛାଇନାହାନ୍ତି । ପାଣ୍ଡିଆନ ୧୦ମାସ ହେଲା ରାଜନୀତିକ କାର୍ଯ୍ୟରେ ନାହାନ୍ତି ବୋଲି ଶ୍ରୀମଙ୍ଗରାଜ କହିବା ସହ ତାଙ୍କୁ ସୁରକ୍ଷା ଦେବାକୁ ପ୍ରୟାସ କରିଥିବାବେଳେ ସବୁକିଛି ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିରେ ହେଉଛି କହିଛନ୍ତି ।  ଶୁଭାଶିଷ ଓ ମାନସ ଉଭୟ ୱକଫ୍ ବିଲ୍ ପ୍ରସଙ୍ଗରେ ନବୀନ ପଟ୍ଟନାୟକ ହିଁ ନିଷ୍ପତ୍ତି ନେଇଥିବା କହି ପାଣ୍ଡିଆନଙ୍କୁ କ୍ଲିନଚିଟ୍ ଦେବାକୁ ଉଦ୍ୟମ କରିଛନ୍ତି ।

Also Read

ରାଜ୍ୟସଭା ପାଇଁ ଦଳରେ ସଂଖ୍ୟାଧିକ ଯୋଗ୍ୟ ନେତା ଥିଲେ ମଧ୍ୟ ନିଜର ଚାଟୁକାରିତା ନିମନ୍ତେ ପାଣ୍ଡିଆନ ସେତେବେଳେ ମାନସ, ଶୁଭାଶିଷ ଓ ସସ୍ମିତ ପାତ୍ରଙ୍କୁ ରାଜ୍ୟସଭାକୁ ସାଂସଦ କରି ପଠାଇଥିଲେ । ବବି ନିଜର ପତିଆରା ଦେଖାଇବାକୁ ସୁଲତାଙ୍କୁ ଏବଂ ତତକାଳୀନ ସାଂସଦ ଅଚ୍ୟୁତ ସାମନ୍ତ ମଧ୍ୟ ପାଣ୍ଡିଆନଙ୍କୁ ପ୍ରଭାବିତ କରି ସନାତନ ବିଶିଙ୍କୁ ରାଜ୍ୟସଭା ପଠାଇବାରେ ସକ୍ଷମ ହୋଇଥିଲେ । ମୁନ୍ନା ଖାନ ଓ ଦେବାଶିଷ ହେଉଛନ୍ତି ଦଳର ପୁରୁଖା ନେତା ଓ ନବୀନଙ୍କ ଦ୍ୱାରା ରାଜ୍ୟସଭାକୁ ମନୋନୀତ ପ୍ରାର୍ଥୀ ବୋଲି ଚର୍ଚ୍ଚା ହୁଏ।

ପାଣ୍ଡିଆନ ଗୋ-ବ୍ୟାକ୍ ନାରା ପଛରେ ବବି

ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାନ୍ ସୋମବାର ନବୀନ ନିବାସ ଯାଇ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ମୁନ୍ନା ଖାନଙ୍କ ସହ ଦଳର ସଂଖ୍ୟାଲଘୁ ଗୋଷ୍ଠୀର କିଛି କର୍ମୀଙ୍କୁ ନବୀନ ନିବାସ ଯିବା ପାଇଁ ଅନୁମତି ମିଳିଥିଲା । ସଂଖ୍ୟାଲଘୁ ସମୁଦାୟ ପ୍ରତି ବିଜେଡିର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହୋଇନି ବୋଲି ପ୍ରତିଶ୍ରୁତି ଦେବା ସହ ୱକଫ୍ ବିଲ୍ ପ୍ରସଙ୍ଗରେ ରାଜ୍ୟସଭାରେ ଯାହା ହୋଇଛି ତାକୁ ଅନୁଧ୍ୟାନ କରିବେ ବୋଲି ନବୀନ କହିଥିଲେ । ଯାହାକୁ ସେଠାରେ ଥିବା ଦଳୀୟ କର୍ମୀ ଓ ନେତାମାନେ ସ୍ୱାଗତ କରିଥିଲେ । ମୁନ୍ନା ଖାନ ଓ ଶତାଧିକ କର୍ମୀ ନବୀନଙ୍କୁ ଭେଟିବାବେଳେ ଦଳର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର ଓ ସଞ୍ଜୟ ଦାସବର୍ମା ଉପସ୍ଥିତ ରହିଥିଲେ । ଏହି ଭେଟଘାଟ ପରେ ନବୀନ ଭିତରକୁ ଚାଲି ଯାଇଥିଲେ ଓ କର୍ମୀମାନେ ଫେରିବାବେଳେ ନବୀନ ନିବାସ ପରିସରରେ ‘ପାଣ୍ଡିଆନ ଗୋ-ବ୍ୟାକ୍‌’ ନାରା ଦେଇଥିଲେ ।

ଚର୍ଚ୍ଚା ହେଉଛି, ମୁନ୍ନା ଖାନଙ୍କ ସହ ନବୀନ ନିବାସ ଯାଇଥିବା ଦଳୀୟ କର୍ମୀଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ପ୍ରଣବପ୍ରକାଶ ଦାସ ଓରଫ ବବି ଏବଂ ତାଙ୍କ ଅନୁଗତ ବାଙ୍କି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଓରଫ ଟୁବୁଙ୍କ ସମର୍ଥକ । ଏହି ସମର୍ଥକମାନଙ୍କୁ ସୁଚିନ୍ତିତ ଢଙ୍ଗରେ ‘ପାଣ୍ଡିଆନ ଗୋ-ବ୍ୟାକ୍‌’ ନାରା ଦେବାକୁ କୁହାଯାଇଥିଲା ବୋଲି ଚର୍ଚ୍ଚା ହେଉଛି । ୱକଫ୍ ବିଲ୍ ପ୍ରସଙ୍ଗକୁ ନେଇ ନେତାମାନେ ଗତ ୨-୩ଦିନ ଧରି ହୋ-ହାଲ୍ଲା କରୁଥିଲେ ମଧ୍ୟ ନବୀନ ଦୂରେଇ ରହି ସ୍ଥିତିକୁ ଅନୁଧ୍ୟାନ କରୁଥିବାବେଳେ ଆଜି ନବୀନ ନିବାସକୁ ଏଭଳି ଶତାଧିକ କର୍ମୀଙ୍କୁ ପ୍ରବେଶ ପାଇଁ ଅନୁମତି ଦେବା ପଛରେ ‘ପାଣ୍ଡିଆନବିରୋଧୀ ସ୍ଲୋଗାନ’କୁ ଶାଣିତ ନିମନ୍ତେ ଯୋଜନା ହୋଇଥିଲା । ଏପରିକି ‘ପାଣ୍ଡିଆନ ହଟାଅ, ବିଜେଡି ବଂଚାଅ’ ବ୍ୟାନର ଧରି ଦଳର କିଛି ସମର୍ଥକ ବିକ୍ଷୋଭ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଥିଲା । ଆଉ ଏସବୁ ପଛରେ ଦଳର ପାଣ୍ଠି କଥା ବୁଝୁଥିବା ବବିଙ୍କ ହାତ ଥିବା ଚର୍ଚ୍ଚା ହେଉଛି । ପାଣ୍ଡିଆନଙ୍କ ଖାସ୍ ଭାବେ ବବି ନିଜେ ‘ଡାହାଣୀ ହୋଇ ଲାଗିବା ଓ ଗୁଣିଆ ହୋଇ ଝାଡ଼ିବା’ ଭୂମିକାରେ ଅବତୀର୍ଣ୍ଣ ହେବା ସହ ମାପିଚୁପି ଗୋଟିଚାଳନା କରୁଥିବା ଜଣାପଡ଼ିଛି ।

ଦଳର ବୃହତ୍ ଗୋଷ୍ଠୀ ‘ପାଣ୍ଡିଆନ ହଟାଅ’ ପାଇଁ ଦାବି କରୁଥିବାବେଳେ ୭ଜଣ ସାଂସଦଙ୍କ ମଧ୍ୟରୁ ୪ଜଣ ଖୋଲାଖୋଲି ଭାବେ ପାଣ୍ଡିଆନଙ୍କ ସପକ୍ଷରେ ଆଗକୁ ଆସିବା ଏବେ ବିଜେଡି ରାଜନୀତିକୁ ଅଧିକ ଜଟଳି କରିଦେଇଛି । ନବୀନ ଓ ପାଣ୍ଡିଆନ ସମର୍ଥକ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ପାଣ୍ଡିଆନଙ୍କ ପାଖରେ ଦଳର ପାଣ୍ଠି ରହିଥିବା ଓ ନବୀନଙ୍କୁ ସେ ନିଜ ନିୟନ୍ତ୍ରଣରେ ରଖିଥିବାରୁ ଚତୁର ବବି ଏହି ଗୋଳିଆପାଣିରୁ ଫାଇଦା ନେବାକୁ ଚାହିଁ ରହିଛନ୍ତି । ପାଣ୍ଡିଆନସିଣ୍ଡୋମରେ ପୀଡ଼ିତ ବବି ଏବେ ନିଜସ୍ୱ ପରିଚୟ ଖୋଜିବା ଓ ଦଳର ବୃହତ୍ ଗୋଷ୍ଠୀର ଆକ୍ରୋଶରୁ ବର୍ତ୍ତିବା ପାଇଁ ‘ଡାହାଣୀ ଓ ଗୁଣିଆ’ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଆଉ ଦୀର୍ଘ ଅଢ଼େଇ ଦଶନ୍ଧି ପରେ ନବୀନଙ୍କୁ ପ୍ରଥମଥର ପାଇଁ ନିଜ ଦଳ ଭିତରେ ଏଭଳି ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଛି । ନବୀନଙ୍କ ଅସହାୟତା ଜଳଜଳ ହୋଇ ଦିଶୁଥିବାବେଳେ ସେ କିଂକର୍ତ୍ତବ୍ୟବିମୂଢ଼ ହୋଇପଡ଼ିଛନ୍ତି ନା ଦଳୀୟ ନେତାଙ୍କ କଥାକୁ ବୁଝି କାହା ବିରୁଦ୍ଧରେ ଆକ୍ସନ ନେଇପାରୁଛନ୍ତି ନା ପାଣ୍ଡିଆନଙ୍କୁ ବିଦା କରିପାରୁଛନ୍ତି । ନବୀନଙ୍କ ଏଭଳି ଅସହାୟତା ହିଁ ବିଜେଡିକୁ ବିଭାଜନ ଆଡ଼େ ଟାଣି ନେଉଛି ବୋଲି ଚର୍ଚ୍ଚା ଜୋର ଧରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story