Advertisment

ଭୁବନେଶ୍ୱର ପାଇଁ BJD ମୁଖିଆଙ୍କ ମୁଣ୍ଡ ବିନ୍ଧା!

ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ଆଜି ପୋଖରୀପୁଟରେ ବିଶାଳ ମହିଳା ସମାବେଶ କରିଛନ୍ତି। ଯେଉଁଥିରେ ଭୁବନେଶ୍ୱର ମେୟର ଓ ମଧ୍ୟ ବିଧାୟକ ପ୍ରମୁଖ ଯୋଗ ଦେଇଥିଲେ।

author-image
Manoranjan Sial
BJD

BJD

ବିଜେଡିକୁ ଅଡୁଆ ବିଦ୍ରୋହୀ। ରାଜଧାନୀ ଭୁବନେଶ୍ୱର ସ୍ଥିତି ସଙ୍ଗୀନ ହୋଇଛି। ୩ ନିର୍ବାଚନମଣ୍ଡଳୀ ଏକାମ୍ର, ମଧ୍ୟ ଓ ଉତ୍ତରରେ ସମାନ୍ତରାଳ ସଂଗଠନ ଆରମ୍ଭ ହୋଇଗଲାଣି। ବନ୍ଧୁ ମିଳନ ଆଳରେ ସଭା ସମିତି କରି ଶକ୍ତି ପ୍ରଦର୍ଶନ କରୁଛନ୍ତି। ଯାହାକୁ ନେଇ ଚିନ୍ତାରେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ! କାହାକୁ ସନ୍ତୁଷ୍ଟ କରିବେ ଓ କାହାର ମନ ଭାଙ୍ଗିବେ, ତାକୁ ନେଇ ବିଜେଡି ମୁଖିଆ ବିବ୍ରତ ହୋଇଗଲେଣି।

Advertisment

ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ଆଜି ପୋଖରୀପୁଟରେ ବିଶାଳ ମହିଳା ସମାବେଶ କରିଛନ୍ତି। ଯେଉଁଥିରେ ଭୁବନେଶ୍ୱର ମେୟର ଓ ମଧ୍ୟ ବିଧାୟକ ପ୍ରମୁଖ ଯୋଗ ଦେଇଥିଲେ। ସେପଟେ ଅଶୋକଙ୍କ ମହିଳା ସମାବେଶକୁ ସିଧାସଳଖ କାଉଣ୍ଟର କରିଛନ୍ତି ବିଜେଡି କର୍ପୋରେଟର ବିରଞ୍ଚି ମହାସୁପକାର। ଚାରି ଚାରି ଥରର କର୍ପୋରେଟର ବିରଞ୍ଚି ନିଜକୁ ଏକାମ୍ର ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ କରୁଛନ୍ତି। ବର୍ତ୍ତମାନର ବିଏମ୍‌ସି କର୍ପୋରେଟର ଓ ପୂର୍ବତନ କର୍ପୋରେଟରଙ୍କୁ ନେଇ ସଭା କରି ଖୋଲା ଚାଲେଞ୍ଜ ଦେଇଛନ୍ତି। ଦଳ ତାଙ୍କ କଥା ଏଥର ନିର୍ବାଚନରେ ବିଚାର କରିବ ବୋଲି ଦୃଢତାର ସହ କହିଛନ୍ତି ବିରଞ୍ଚି। ସେପଟେ ବିରଞ୍ଚିଙ୍କ ଶକ୍ତି ପ୍ରଦର୍ଶନ ପରେ ଅଶୋକ ଓ ବିରଞ୍ଚି ବିବାଦ ଘନେଇଛି।

ଭୁବନେଶ୍ୱର ମଧ୍ୟ ଓ ଉତ୍ତରରେ ମଧ୍ୟ ସମାନ ସ୍ଥିତି। ୨୦୨୪ ନିର୍ବାଚନ ଯେପରି ଆଶାୟୀଙ୍କ ପାଇଁ ଶେଷ ସୁଯୋଗ। ସେଥିପାଇଁ ଏ ଦୁଇ ନିର୍ବାଚନ ମଣ୍ଡଳୀରେ ବିଜେଡି ବିଦ୍ରୋହୀ ମୁଣ୍ଡ ଟେକିଲେଣି। ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ କାଉଣ୍ଟର କରୁଛନ୍ତି ବିଜେଡି କର୍ପୋରେଟର ଅମରେଶ ଜେନା। ସେ ମଧ୍ୟ 'ଉଇ ଫର ଭୁବନେଶ୍ୱର' ସଂଗଠନ ଗଠନ କରି ପ୍ରଥମ ଦିନରୁ ଅନନ୍ତଙ୍କୁ କାଉଣ୍ଟର କରୁଛନ୍ତି। ନିକଟରେ ବିଜେପିର ମଧ୍ୟ ଭୁବନେଶ୍ୱର ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ସହ ଏକ ବୈଠକ ମଧ୍ୟ ହୋଇଛି।

Advertisment

ସେପଟେ ଉତ୍ତର ସ୍ଥିତି ପୂରା ଗୋଳମାଳିଆ ହୋଇଛି। ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଗୋଟିଏ ପରେ ଗୋଟିଏ ସମାବେଶ କରି ବିଧାୟକ ସୁଶାନ୍ତ ରାଉତଙ୍କ ପାଇଁ ସୃଷ୍ଟି କରିଛନ୍ତି ଚ୍ୟାଲେଞ୍ଜ। ପ୍ରିୟଦର୍ଶୀ ଏଠାରୁ ୨୦୧୪ରୁ ୧୯ ଯାଏଁ ବିଧାୟକ ଥିବା ବେଳେ, ୧୯ରେ କିନ୍ତୁ ଟିକେଟ ପାଇଥିଲେ ସୁଶାନ୍ତ। ଏଥର କିନ୍ତୁ ପ୍ରିୟଦର୍ଶୀ ବନ୍ଧୁ ମିଳନ ନାଁରେ ମହିଳା, ଯୁବ ଛାତ୍ର ଓ ବରିଷ୍ଠ ନାଗରିକଙ୍କୁ ନେଇ ସମାବେଶ କରିଚାଲିଛନ୍ତି। ଆଜି ମଧ୍ୟ ଯୁବ ଛାତ୍ର ସମାବେଶ କରି ଶକ୍ତି ପ୍ରଦର୍ଶନ କରିଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି, କାହିଁକି ବିଜେଡି ଆଶାୟୀଙ୍କ ଧୈର୍ଯ୍ୟ ଏବେ ବୋଲ ମାନୁନି? ରାଜନୈତିକ ସମୀକ୍ଷକଙ୍କ ମତ ହେଲା, ପ୍ରତି ନିର୍ବାଚନମଣ୍ଡଳୀରେ ଏକାଧିକ ଆଶାୟୀ ଥିବାରୁ ଏଥର ବିଜେଡି ପାଇଁ ଟିକେଟ ବଣ୍ଟନ କାଠିକର ପାଠ ହେବ। ଆଉ ଟିକଟ ନମିଳିଲେ ବିଦ୍ରୋହୀ ଦଳ ଡିଆଁ କରିବେ।

Bhubaneswar BjD Bhubaneswar News Naveen Patnaik